1. ସରକାରୀ ସ୍କିମ

Ayushman Bharat Yojana: ଚିକିତ୍ସା ପାଇଁ କିପରି ଅଭିଯୋଗ କରିବେ ?

ବାସ୍ତବରେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଦେଶର ପ୍ରାୟ ୧୨ କୋଟି ପରିବାର ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇଛନ୍ତି ।

Tanushree Mahapatra
Tanushree Mahapatra
ayushman bharat yojana of central govt, image source - pexels

ayushman bharat yojana of central govt, image source - pexels

ଦେଶର ପ୍ରାୟ ୧୭ କୋଟି ଲୋକଙ୍କ ପାଇଁ ବଜେଟ୍ ୨୦୨୪ ରେ ଏକ ବଡ଼ ଘୋଷଣା ହୋଇପାରେ l ମୋଦୀ ସରକାର ଗରିବ ପରିବାରକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଉପହାର ଦେଇପାରିବେ। ଏ ବାବଦରେ ବରିଷ୍ଠ ଅଧିକାରୀ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଏହି ଯୋଜନା ଅଧୀନରେ ବର୍ତ୍ତମାନ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଉପଲବ୍ଧ l ଏହାକୁ ଦ୍ୱିଗୁଣିତ କରିବା ପ୍ରସ୍ତାବ ସରକାରଙ୍କ ନିକଟକୁ ଯାଇଛି । ଜୁଲାଇ ୨୩ ରେ ଉପସ୍ଥାପିତ ହେବାକୁ ଥିବା ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଯୋଜନା ଘୋଷଣା କରିପାରିବେ ବୋଲି ବିଶ୍ୱାସ ରହିଛି ।

ବାସ୍ତବରେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଦେଶର ପ୍ରାୟ ୧୨ କୋଟି ପରିବାର ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇଛନ୍ତି । ସରକାର ବିଶ୍ୱାସ କରନ୍ତି ଯେ ଚିକିତ୍ସା ଖର୍ଚ୍ଚ ବଢ଼ୁଥିବା ଦୃଷ୍ଟିରୁ ଏହାର କଭରେଜ ମଧ୍ୟ ବୃଦ୍ଧି କରାଯିବା ଉଚିତ । ଏଭଳି ପରିସ୍ଥିତିରେ ବଜେଟ୍ ୨୦୨୪ ରେ ଏହି କଭରେଜ୍ ୫ ରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରିବ l ଏହାପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୁଷ୍ମାନ ଭାରତ ଯୋଜନାରେ ୭୦ ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରିଥିଲେ ।

ଏହି ଯୋଜନାରେ କେତେ ଲୋକଙ୍କୁ ମିଳିବ ଲାଭ :-

ସମ୍ପ୍ରତି ଆୟୁଷ୍ମାନ ଯୋଜନା ଅଧୀନରେ ସାରା ଦେଶରେ ପ୍ରାୟ ୧୨ କୋଟି ପରିବାର ସଂଯୋଗ ହୋଇଛନ୍ତି । ଏହା ବ୍ୟତୀତ ରାଷ୍ଟ୍ରପତିଙ୍କ ଘୋଷଣା ଅନୁଯାୟୀ ୭୦ ବର୍ଷରୁ ଅଧିକ ପ୍ରତ୍ୟେକ ନାଗରିକ ଏଥିରେ ଅନ୍ତର୍ଭୁକ୍ତ ହେବେ। ଏହା ସହିତ ହିତାଧିକାରୀଙ୍କ ସଂଖ୍ୟା ୪ ରୁ ୫ କୋଟି ବୃଦ୍ଧି ପାଇବ। ଏହାର ଅର୍ଥ ହେଉଛି ଏହି ଯୋଜନା ଅନ୍ତର୍ଗତ ମୋଟ ହିତାଧିକାରୀମାନେ ଆଗାମୀ ସମୟରେ ପ୍ରାୟ ୧୭ କୋଟିରେ ପହଞ୍ଚିବେ। ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି l

ଚିକିତ୍ସା ସଠିକ ନ ରହିଲେ କିପରି କରିବେ ଅଭିଯୋଗ :-

-ଆପଣଙ୍କ ପାଖରେ ଆୟୁଷ୍ମାନ କାର୍ଡଧାରୀ ରହିଛି ଏବଂ ଆପଣ ଏହି ଯୋଜନା ଅଧୀନରେ କୌଣସି ରୋଗ ପାଇଁ ଚିକିତ୍ସା କରୁଛନ୍ତି l ଯଦି ଏଥିପାଇଁ କୌଣସି ଡାକ୍ତରଖାନା ମନା କରିଦେଉଛି। ତେବେ ଆପଣ ଡାକ୍ତରଖାନାରେ ଏ ନେଇ ଅଭିଯୋଗ କରିପାରିବେ ।

-ଗ୍ରାହକ ଅନଲାଇନ୍ ମାଧ୍ୟମରେ କଲ କରି ଅଭିଯୋଗ ମଧ୍ୟ କରିପାରିବେ । ୧୪୫୫୫ ନମ୍ବରରେ ଫୋନ୍ କରି ଅଭିଯୋଗ କରିପାରିବେ ହିତାଧିକାରୀ ।

-ଏହା ସହିତ ପ୍ରଧାନ ମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାର ଅଫିସିଆଲ ୱେବସାଇଟ ରହିଛି ଯାହାଦ୍ୱାରା  ଅଭିଯୋଗ କରିପାରିବେ l

-ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣରେ ଆପଣ ଅଭିଯୋଗ କରିପାରିବେ ଏ ନେଇ ।

-ଆପଣଙ୍କ ଅଭିଯୋଗ ଯଥାଶୀଘ୍ର ଗ୍ରହଣ କରାଯିବ ଏବଂ ଏଥିରେ କାର୍ଯ୍ୟକାରୀ ମଧ୍ୟ କରାଯିବ।

ଅଧିକ ପଢ଼ନ୍ତୁ

PM KISAN: ବଜେଟରେ କୃଷକଙ୍କୁ ବଡ଼ ଉପହାର

FSSAI ଲାଗୁକଲା ନୂଆ ନିୟମ: ଖାଉଟି ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ