1. ସରକାରୀ ସ୍କିମ

ଏଥର ଶ୍ରମିକ ଓ କୃଷକ ପାଇବେ ମାସିକ ୧୫୦୦ଟଙ୍କା ପେନସନ୍

କୃଷି ଓ କୃଷକର ଉନ୍ନତି ହେଲେ ସମାଜର ଉନ୍ନତି ସହ ଦେଶର ବିକାଶ ହୋଇଥାଏ । କୃଷକମାନେ ଆମ ଦେଶର ମେରୁଦଣ୍ଡ ଅଟନ୍ତି । ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ କୃଷକଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । କୃଷି ଦେଶର ସାମଗ୍ରିକ,ସାମାଜିକ ଏବଂ ଅର୍ଥନୈତିକ ବିକାଶ ରେ ସାହାଯ୍ୟ କରିଥାଏ । କୃଷିର ଉନ୍ନତିରେ ମାନବ ଜାତିର ଉନ୍ନତି ।କୃଷି କୃଷକ ପାଇଁ ଏକ ବୃତ୍ତି ନୁହେଁ, ଏହା ଜୀବନ ଧାରଣର ଏକ ଉଦ୍ଦେଶ୍ୟ ଏବଂ ସାମାଜିକ ବ୍ୟବସ୍ଥା ମଧ୍ୟରେ ଏକ ପରମ୍ପରା ।

Tanushree Mahapatra
Tanushree Mahapatra
Farmers will get a pension  of 1500 rupees , image source - pexels.com

Farmers will get a pension of 1500 rupees , image source - pexels.com

କୃଷି ଓ କୃଷକର ଉନ୍ନତି ହେଲେ ସମାଜର ଉନ୍ନତି ସହ ଦେଶର ବିକାଶ ହୋଇଥାଏ । କୃଷକମାନେ ଆମ ଦେଶର ମେରୁଦଣ୍ଡ ଅଟନ୍ତି । ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ କୃଷକଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । କୃଷି ଦେଶର ସାମଗ୍ରିକ,ସାମାଜିକ ଏବଂ ଅର୍ଥନୈତିକ ବିକାଶ ରେ ସାହାଯ୍ୟ କରିଥାଏ ।

କୃଷିର ଉନ୍ନତିରେ ମାନବ ଜାତିର ଉନ୍ନତି ।କୃଷି କୃଷକ ପାଇଁ ଏକ ବୃତ୍ତି ନୁହେଁ, ଏହା ଜୀବନ ଧାରଣର ଏକ ଉଦ୍ଦେଶ୍ୟ ଏବଂ ସାମାଜିକ ବ୍ୟବସ୍ଥା ମଧ୍ୟରେ ଏକ ପରମ୍ପରା । ସାର ହେଉ କି ବିହନ ସବୁଥିରେ ରାଜ୍ୟ ଏବଂ କେନ୍ଦ୍ର ସରକାର ସବସିଡି ପ୍ରଦାନ କରୁଛନ୍ତି l ଚାଷ କୁ ଆହୁରି ସରଳ ଏବଂ ଚାଷୀଙ୍କୁ ଚାଷ ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି l ସରକାର ଚାଷ ସମ୍ବନ୍ଧୀୟ ନୂତନ କୌଶଳ ଅବଲମ୍ବନ କରୁଛନ୍ତି | ଯେଉଁଥିପାଇଁ କୃଷକମାନେ ସିଧାସଳଖ ଅନେକ ଲାଭ ପାଆନ୍ତି ଏବଂ ସେମାନଙ୍କର ଚାଷରେ ଅମଳ ମଧ୍ୟ ବୃଦ୍ଧି ପାଇଥାଏ ଲ

ସେହିପରି ଶ୍ରମିକ ଶ୍ରେଣୀ ଲୋକ ମଧ୍ୟ ଅନେକ କାର୍ଯ୍ୟରେ ସାମିଲ ରହିଛନ୍ତି l ତାଙ୍କ ବିନା ଯେପରି କୌଣସି କାର୍ଯ୍ୟ ଏକ ପ୍ରକାର ସମ୍ଭବ ନୁହେଁ l କାରଣ ଘର ତିଆରି ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆମକୁ ଶ୍ରମିକ ଶ୍ରେଣୀର ଲୋକେ ହିଁ ସାହାଯ୍ୟ କରିଥାନ୍ତି l ତେବେ ଏଭଳି ଶ୍ରମିକ ଶ୍ରେଣୀଙ୍କ ପାଇଁ ମଧ୍ୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ଯୋଜନବ କାର୍ଯ୍ୟକାରୀ କରିଛନ୍ତି l ଯାହା ସେମାନଙ୍କ ଆର୍ଥିକ ଶ୍ରେଣୀରେ ସାହାଯ୍ୟ କରିପାରୁଛି l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଅନେକ କର୍ମ ଯୋଜନା ମଧ୍ୟ ଲାଗୁ କରାଯାଇଛି ଦେଶରେ ଯାହା ସେମାନଙ୍କୁ କର୍ମ ନିଯୁକ୍ତି ମଧ୍ୟ ଦେଇ ପାରୁଛି l ଏହି କର୍ମ ନିଯୁକ୍ତି ମହିଳା ଏବଂ ପୁରୁଷ ଦୁହିଁଙ୍କ ପାଇଁ ଉପଯୁକ୍ତ ହୋଇପାରିଛି l ତେବେ ଏବେ ସରକାର ଏହି କୃଷକ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ପେନସନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି l ଯାହାଦ୍ୱାରା ସେମାନଙ୍କୁ ପ୍ରତି ମାସ ୧୫୦୦ ଟଙ୍କା ପ୍ରଦାନ କରାଯିବ l କିନ୍ତୁ ଏହି ପେନସନ ଟଙ୍କା ପାଇବାକୁ ହେଲେ କୃଷକ ହେଉ କିମ୍ବା ଶ୍ରମିକ ସେମାନେ ୬୦ ବର୍ଷରୁ ଉର୍ଧ୍ଵ ହୋଇଥିବା ଆବଶ୍ୟକ l

ତେବେ ନିକଟରେ ଛତିଶଗଡର ବାଲୋଦା ବଜାର-ଭାତପଡା ଜିଲ୍ଲାରେ ଆୟୋଜିତ ଏକ ସଭାରେ ଖଡ୍ଗେ କିଛି ନିଷ୍ପତ୍ତି ନେଇଛନ୍ତି l ଛତିଶଗଡ ସରକାର ବିଭିନ୍ନ ଯୋଜନା ବାବଦରେ ପ୍ରାୟତଃ ୨୩୦୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି  । ଗତ ୫ବର୍ଷ ମଧ୍ୟରେ ସରକାର ଛତିଶଗଡବାସୀଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ଦେଖିବାକୁ ମିଳିଛି । ଯାହା ଏଠାକାର ଜନତାଙ୍କୁ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ କରିଛି l

ତେବେ ଏହି ବୈଠକ ଅବସରରେ ବାଘେଲ ଛତିଶଗଡର କୃଷକ ଓ କର୍ମଚାରୀଙ୍କ ପାଇଁ ମାସିକ ୧୫୦୦ଟଙ୍କା ପେନସନ ଘୋଷଣା କିମ୍ବା ନିଷ୍ପତ୍ତି ନେଇଥିବା ଜଣାପଡିଛି । ଯେଉଁମାନେ କି ୧୦ବର୍ଷ ଧରି ରେଜିଷ୍ଟ୍ରେସନ କରିଥିବେ ଏବଂ ୬୦ବର୍ଷରୁ ଉର୍ଧ୍ଵ ହୋଇଥିବେ ସେମାନେ ଏହି ଯୋଜନାରେ ସାମିଲ ନିଜକୁ ସାମିଲ କରିପାରିବେ । ସେହିପରି ପ୍ରଚଳିତ ଥିବା ରାଜୀବ ଗାନ୍ଧୀ କିଷାନ ନ୍ୟାୟ ଯୋଜନାରେ ତୃତୀୟ କିସ୍ତି ବାବଦ କୁ  ସର୍ବମୋଟ ୧୮୯୫କୋଟି ଟଙ୍କା ୨୪.୫୨ ଲକ୍ଷ ଚାଷୀଙ୍କ ଏକାଉଣ୍ଟକୁ ଡିବିଟି ମାଧ୍ୟମରେ ଟଙ୍କା ପଠାଯାଇଥିବା ସୂଚନା ଦେଇଥିଲେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments