1. ସରକାରୀ ସ୍କିମ

PM Kisan ଯୋଜନାର ୧୯ତମ କିସ୍ତି ଟଙ୍କା...

ଏହା ପୂର୍ବରୁ ଦେଶର ଚାଷୀଙ୍କୁ ୧୮ତମ କିସ୍ତି ଅକ୍ଟୋବର ୫ରେ ମହାରାଷ୍ଟ୍ରରୁ ଜାରି କରାଯାଇଥିଲା । ଏହି ଯୋଜନାରେ ପ୍ରାୟତଃ ୯.୫ କୋଟିରୁ ଅଧିକ ଚାଷୀ ଉପକୃତ ପାଉଛନ୍ତି । ପ୍ରତ୍ୟେକ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ପ୍ରଦାନ କରାଯାଉଛି କିସ୍ତି ଅନୁସାରେ ।

Tanushree Mahapatra
Tanushree Mahapatra
good news for farmers on pm kisan, image source - pexels

good news for farmers on pm kisan, image source - pexels

କେନ୍ଦ୍ର ସରକାର ବିଭିନ୍ନ ସମୟରେ ସାଧାରଣ ଲୋକଙ୍କ ସହିତ ଚାଷୀ ଏବଂ ଦେଶର ଗରିବ ଲୋକଙ୍କ ପାଇଁ ଯୋଜନା ପ୍ରଚଳିତ କରୁଛନ୍ତି l ଯାହାର ସହାୟତା ପାଉଛନ୍ତି ଜନସାଧାରଣ l ସେହିପରି କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ କୃଷି ସାହାୟତ ଯୋଜନା (PM-KISAN) ନାମକ ଏକ ଯୋଜନା କାର୍ଯ୍ୟକାରୀ କରିଛନ୍ତି l ଯାହାଦ୍ୱାରା ଦେଶର ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଥାଏ l ଯେଉଁ ଯୋଜନାରେ କୃଷକମାନଙ୍କୁ ବାର୍ଷିକ ୬,୦୦୦ ଟଙ୍କା ପର୍ଯ୍ୟନ୍ତ ସବସିଡି ଯୋଗାଯାଉଛି । ଏହି ଅନୁଯାୟୀ ଦେଶର ୮.୫ କୋଟିରୁ ଅଧିକ ଚାଷୀଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ତିନୋଟି କିସ୍ତିରେ ପ୍ରତିବର୍ଷ ୨,୦୦୦ ଟଙ୍କା ପ୍ରଦାନ କରାଯାଉଛି । ଯାହା ତାଙ୍କ ଚାଷକାର୍ଯ୍ୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛି l

ବ୍ୟାଙ୍କ ଖାତାରେ ଆସନ୍ତା ମାସ ପିଏମ କିସାନ କିସ୍ତି ଟଙ୍କା ଜମା କରାଯିବ । ଏ ନେଇ ତାରିଖ ମଧ୍ୟ ଚୂଡ଼ାନ୍ତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସ ୨୪ ତାରିଖରେ ବିହାରରୁ ୧୯ତମ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ। ରବିବାର ଦିନ ଏହାର ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ। ଏହା ପୂର୍ବରୁ ଦେଶର ଚାଷୀଙ୍କୁ ୧୮ତମ କିସ୍ତି ଅକ୍ଟୋବର ୫ରେ ମହାରାଷ୍ଟ୍ରରୁ ଜାରି କରାଯାଇଥିଲା । ଏହି ଯୋଜନାରେ ପ୍ରାୟତଃ ୯.୫ କୋଟିରୁ ଅଧିକ ଚାଷୀ ଉପକୃତ ପାଉଛନ୍ତି । ପ୍ରତ୍ୟେକ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ପ୍ରଦାନ କରାଯାଉଛି କିସ୍ତି ଅନୁସାରେ । ବର୍ଷକୁ ମୋଟ ୬ ହଜାର ଟଙ୍କା ମିଳୁଥିବା ବେଳେ ପ୍ରତି ଚାରି ମାସରେ ଠାରେ ୨ ହଜାର ଟଙ୍କା କରି ତିନୋଟି କିସ୍ତିରେ ଚାଷୀଙ୍କୁ ବିତରଣ କରାଯାଉଛି।

ସରକାର ଏହି କିସ୍ତି ପାଇଁ ପ୍ରାୟ ୨୦ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ କରିଛନ୍ତି। ତେବେ ୧୯ତମ କିସ୍ତିର ଅପେକ୍ଷାରେ ରହିଛନ୍ତି ଚାଷୀ । ପିଏମ କିଷାନ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛୋଟ ଓ ସୀମାନ୍ତ କୃଷକଙ୍କୁ ଆର୍ଥିକ ସ୍ଥିତିରେ ସ୍ଥିରତା ପ୍ରଦାନ କରିବା । ଏହା ଦ୍ଵାରା ଦିଅସର ଚାଷୀଙ୍କୁ କୃଷି ଉତ୍ପାଦନ ବଢାଇବା ପାଇଁ ପ୍ରୋତ୍ସାହନ କରାଯାଉଛି ।

ତାଲିକାରେ ନାମ ଯାଞ୍ଚ :-

୧ . ସର୍ବପ୍ରଥମେ ଆପଣଙ୍କୁ ‘PM Kisan Yojana’ ର ଅଫିସିଆଲ୍ ୱେବସାଇଟ୍ କୁ ଯିବାକୁ ପଡିବ l

୨ . ବର୍ତ୍ତମାନ ସେହି ୱେବସାଇଟ୍ ର ‘ହୋମ୍ ପେଜ୍’ ଆପଣଙ୍କ ସାମ୍ନାରେ ଖୋଲିବ l

୩. ମୂଳପୃଷ୍ଠାରେ ଆପଣଙ୍କୁ ‘ହିତାଧିକାରୀ ତାଲିକା’ର ବିକଳ୍ପ ମିଳିବ ଯେଉଁଥିରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ l

୪. ବର୍ତ୍ତମାନ ଆପଣଙ୍କ ସାମ୍ନାରେ ଏକ ନୂଆ ପୃଷ୍ଠା ଖୋଲିବ l

୫ . ଯେଉଁ ପୃଷ୍ଠାରେ ତୁମର ରାଜ୍ୟ ନାମ, ଜିଲ୍ଲା ନାମ, ତହସିଲ ଏବଂ ଗାଁ କିମ୍ବା ସହର ଚୟନ କରିବାକୁ ପଡିବ l

୬ .ସମସ୍ତ ଚୟନ କରିବା ପରେ ଆପଣଙ୍କୁ ‘ସନ୍ଧାନ’  ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ l

୭ . ବର୍ତ୍ତମାନ ଆପଣଙ୍କ ଅଞ୍ଚଳର 'ହିତାଧିକାରୀ ତାଲିକା' ଆପଣଙ୍କ ସାମ୍ନାରେ ଖୋଲିବ, ଯେଉଁଥିରେ ଆପଣ ଆପଣଙ୍କର ନାମ ଏବଂ ଆପଣଙ୍କର କୃଷକ ବନ୍ଧୁମାନଙ୍କ ନାମ ଦେଖିପାରିବେ l

ଯଦି ତୁମର ନାମ 'PM Kisan Yojana' ର ହିତାଧିକାରୀ ତାଲିକାରେ ଅଛି, ତେବେ ଆପଣଙ୍କୁ PM Kisan ୧୭ତମ କିସ୍ତିର ସୁବିଧା ଦିଆଯିବ l

Read more

ତୁରନ୍ତ କରିଦିଅନ୍ତୁ ଇ-କେୱାଇସି ଅପ୍‌ଡେଟ

କୀଟନାଶକ ଉପରେ GSTକୁ CCFI ର ବିରୋଧ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ