Government Schemes

Kisan Credit Card: କୃଷକଙ୍କ ପାଇଁ ବଡ଼ ଘୋଷଣା!

କୃଷକମାନଙ୍କୁ ସୁଧ ହାରରୁ ରକ୍ଷା କରିବା ପାଇଁ କିସାନ କ୍ରେଡିଟ୍ କାର୍ଡ.....

08 April, 2024 11:31 AM IST By: Tanushree Mahapatra

ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି l ଯାହାଦ୍ୱାରା ଚାଷୀଙ୍କୁ ଆର୍ଥିକ ସହାୟତା ମିଳିପାରୁଛି l ସେମାନେ ସେହି ଅର୍ଥକୁ ନିଜ କୃଷି କ୍ଷେତ୍ରରେ ବିନିଯୋଗ କରି ଲାଭବାନ ହୋଇପାରୁଛନ୍ତି l ଯାହାଦ୍ୱାରା ସେମାନଙ୍କୁ ଲାଭ ମିଳିପାରୁଛି l ଆର୍ଥିକ ସ୍ଥିତିରେ ମଧ୍ୟ ମଜବୁତ ହୋଇପାରୁଛନ୍ତି l

ଭାରତୀୟ କୃଷକମାନଙ୍କୁ ସୁଧ ହାରରୁ ରକ୍ଷା କରିବା ପାଇଁ କିସାନ କ୍ରେଡିଟ୍ କାର୍ଡ ଆରମ୍ଭ କରାଯାଇଥିଲା କେନ୍ଦ୍ର ସରକାରଙ୍କ ତରଫରୁ । ଏହି କାର୍ଡ ମାଧ୍ୟମରେ କୃଷକମାନେ ଆବଶ୍ୟକ ହେଲେ ଋଣ ଉଠାଇ ପାରିବେ ।  ଗ୍ରାହକମାନେ ଠିକ୍ ସମୟରେ ଦେୟ ଦିଅନ୍ତି ତେବେ ସେମାନଙ୍କୁ କମ୍ ସୁଧ ହାର ଦେବାକୁ ପଡ଼େ।

କିସାନ୍ କ୍ରେଡିଟ୍ କାର୍ଡର ଉଦ୍ଦେଶ୍ୟ କୃଷକମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ଯୋଗାଇବା । ଏହି ଯୋଜନା ପୂର୍ବରୁ  ଅଧିକ ସୁଧ ହାର ଧାର୍ଯ୍ୟ କରୁଥିବା ଲୋକଙ୍କଠୁ କରଜ କରି ହଇରାଣ ହେଉଥିଲେ । ଯାହାକି କୃଷକମାନଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥିଲା l ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଉଥିବା ଚାଷୀଙ୍କ ପାଇଁ ସରକାର ଏହି କାର୍ଡ ପ୍ରଚଳନ କରିଛନ୍ତି । କିସାନ କ୍ରେଡିଟ୍ କାର୍ଡରେ ପ୍ରଦାନ କରାଯାଉଥିବା ଋଣ ଉପରେ କମ୍ ସୁଧ ହାର ଆଦାୟ ହୋଇଥାଏ l ଚାଷୀଙ୍କୁ ସହଜ ପରିଶୋଧ ପ୍ରକ୍ରିୟା ମଧ୍ୟ ପ୍ରଦାନ କରିଥାନ୍ତି ସରକାର । ଏହା ବ୍ୟତୀତ ଫସଲ ବୀମା ଏବଂ ବନ୍ଧକମୁକ୍ତ ବୀମା ମଧ୍ୟ କାର୍ଡ ଉପଭୋକ୍ତାଙ୍କୁ ପ୍ରଦାନ କରାଯାଇଥାଏ ।

ଋଣ ପାଇଁ ଯୋଗ୍ୟତା

କୃଷି, ସହଯୋଗୀ କାର୍ଯ୍ୟକଳାପରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ଏହି କିସାନ୍ କ୍ରେଡିଟ୍ କାର୍ଡ ଋଣ ପ୍ରଦାନ କରାଯାଇପାରିବ । ଏହି କାର୍ଡ ପାଇଁ ବିଭିନ୍ନ ପ୍ରକାର ମାନଦଣ୍ଡ ରହିଛି l ଏଥିପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ କିମ୍ବା ସର୍ବାଧିକ ବୟସ ୭୫ ବର୍ଷ ବୟସ ହୋଇଥିବା ଆବଶ୍ୟକ l ଅଧିକ ତଥ୍ୟ ପାଇଁ CSC କିମ୍ବା ଜନସେବା କେନ୍ଦ୍ର ପରିଦର୍ଶନ କରନ୍ତୁ l

ନିଜ ପ୍ୟାନ କାର୍ଡ, ଆଧାର କାର୍ଡ, ଭୋଟର କାର୍ଡ, ନିଜ ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ , ଫଟୋ ID, ଠିକଣା ତଥ୍ୟ, ୟୁଟିଲିଟି ବିଲ୍ କିମ୍ବା ଅନ୍ୟ କୌଣସି ସରକାରୀ ଅନୁମୋଦନ ଫଟୋ ID ଥିବା ଆବଶ୍ୟକ l ବିଜୁଳି ବିଲ ୩ ମାସର ହୋଇଥିବା ଆବଶ୍ୟକ l ସେହିପରି ବ୍ୟାଙ୍କ ଷ୍ଟେଟମେଣ୍ଟ, ଗତ ୩ ମାସ ବେତନ ସ୍ଲିପ୍   ଇତ୍ୟାଦି ଆବଶ୍ୟକ ।

ଅଧିକ ପଢ଼ନ୍ତୁ

ମୂଳା ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ, କୃଷି ଜାଗରଣର ବିଶେଷ ପଦକ୍ଷେପ

ଖାଆନ୍ତୁ ଏହି ଫଳ, କେବେବି ହେବନି ପେଟ ଖରାପ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)