
good news for pensioners they will get double hike in pension 15 percent pic credit @ pmoindia and pexels.com
ବର୍ତ୍ତମାନଠାରୁ, ଆପଣଙ୍କର ପେନସନ୍ ବର୍ଷକୁ ଦୁଇଥର ବୃଦ୍ଧି କରାଯିବ ବୋଲି ସୂଚନା ମିଳିଛି। ଜୁଲାଇ ମାସରେ ଆପଣଙ୍କର ପେନସନ୍ ୫% ଏବଂ ଜାନୁଆରୀରେ ୧୦% ବୃଦ୍ଧି ପାଇବ ବୋଲି ସରକାର ପ୍ରକାଶ କରିଛନ୍ତି । ଅର୍ଥାତ୍, ଏହା ଅନୁଯାୟୀ, ଦେଶର ସମସ୍ତ କର୍ମଚାରୀଙ୍କ ପେନସନ୍ ପ୍ରତିବର୍ଷ ୧୫ ପ୍ରତିଶତ ବୃଦ୍ଧି ପାଇବ, କିନ୍ତୁ ଏହା ପୂର୍ବରୁ ଆମେ ଆପଣଙ୍କୁ ଜଣାଇଦେବାକୁ ଯାଉଛୁ ଯେ ଏଥିରୁ ଏହି ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଉପକୃତ ହେବେ ଏବଂ ବଜାରର ବର୍ଦ୍ଧିତ ମୂଲ୍ୟ ସହିତ ନିଜକୁ ଖାପ ଖୁଆଇ ଚାଲିପାରିବେ ।
ଲାଗୁ ହେଲା ନୂଆ ନିୟମ
ରାଜସ୍ଥାନ ସରକାର ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ଆଇନ କାର୍ଯ୍ୟକାରୀ କରିଛନ୍ତି ବୋଲି ପ୍ରାକଳଶା ପାଇଛି । ରାଜସ୍ଥାନ ଦେଶର ପ୍ରଥମ ରାଜ୍ୟ ଭବରେ ଗଣିତ ହୋଇଛି , ଯାହା ଏହି ନିୟମକୁ ସଠିକ ଭାବରେ କାର୍ଯ୍ୟକାରୀ କରିବାର ଦେଖିବାକୁ ମିଳିଥାଏ । ଏହି ଗ୍ୟାରେଣ୍ଟି ଆଇନ ମାଧ୍ୟମରେ ପ୍ରତିବର୍ଷ ପେନସନ୍ ବୃଦ୍ଧି ପାଇବ ବୋଲି ସରକାର ପ୍ରକାଶ କରିଛନ୍ତି । ଏହା ସହିତ ସାମାଜିକ ସୁରକ୍ଷା ପେନସନ୍ ସହିତ ଲୋକଙ୍କ ଆର୍ଥିକ ମାନଦଣ୍ଡ ମଧ୍ୟ ନିଶ୍ଚିତ ହେବ।
ବୃଦ୍ଧି ହେବ ୨ କିସ୍ତିରେ
କର୍ମଚାରୀଙ୍କ ପେନ୍ସନ୍ ପ୍ରତିବର୍ଷ ଦୁଇଟି କିସ୍ତିରେ ବୃଦ୍ଧି କରାଯିବ ବୋଲି ରାଜ୍ୟ ସରକାର ପ୍ରକାଶ କରିଛନ୍ତି। ଜୁଲାଇ ମାସରେ ପେନ୍ସନ୍ରେ ୫ ପ୍ରତିଶତ ଏବଂ ଜାନୁଆରୀରେ ୧୦ ପ୍ରତିଶତ ବୃଦ୍ଧି ଘଟିବ ବୋଲି ସୂଚନା ମିଳିଛି। ପେନସନଭୋଗୀ ପେନସନ ଗ୍ରହଣ କରିବାର ଏକ ବର୍ଷ ପରେ ହିଁ ବୃଦ୍ଧି ପାଇବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ସୂଚନା ମିଳିଛି । ତାହା ହେଉଛି, ଅନୁମୋଦନ ତାରିଖରୁ ୧ ବର୍ଷ ପରେ ପେନସନ ୧୫ ପ୍ରତିଶତ ବୃଦ୍ଧି କରାଯିବ ବୋଲି ପ୍ରକାଶ କରାଯାଇଛି ।
ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ଅଧିନିୟମ ଉପରେ ନଜର ରଖିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପରାମର୍ଶଦାତା ବୋର୍ଡ ଗଠନ କରାଯାଇଛି, ଯାହା ସମୟ ସମୟରେ ଏହି ଯୋଜନା ଉପରେ ନଜର ରଖିବ ବୋଲି ପ୍ରକାଶ କରାଯାଇଛି । ଏଥିରେ ଗ୍ରାମୀଣ ବିକାଶ-ପଞ୍ଚାୟତ ରାଜ୍ୟ ସଚିବ, ସାମାଜିକ ନ୍ୟାୟ ସଶକ୍ତିକରଣ ବିଭାଗ ସଚିବ, ଯୋଜନା ବିଭାଗ ସଚିବ, ଅର୍ଥ ବିଭାଗ ସଚିବ, ସ୍ୱୟଂ ସରକାରୀ ବିଭାଗ ସଚିବ ସଦସ୍ୟ ଯୋଗ ଦେବେ ବୋଲି ସୂଚନା ମିଳିଛି ।
୪୦୦୦ଟଙ୍କା ଟ୍ରାନ୍ସଫର କରିବେ ମୋଦି, ଆସିବ ଦୁଇଗୁଣା ଟଙ୍କା
ସୁକନ୍ୟା ଆକାଉଣ୍ଟ ହୋଇଯିବ ଫ୍ରିଜ୍, ତୁରନ୍ତ କରନ୍ତୁ ଏହି କାମ
Share your comments