1. ସରକାରୀ ସ୍କିମ

ସରକାରୀ କର୍ମଚାରୀଙ୍କ, ଅବସର ବୟସରେ ୨ ବର୍ଷର ବୃଦ୍ଧି

ବଢିଛି ସରକାରୀ କର୍ମଚାରୀଙ୍କ ଅବସର ବୟସ l ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସରକାରୀ କର୍ମଚାରୀଙ୍କ ଅବସର ବୟସ ବର୍ତ୍ତମାନ ୬୦ ବର୍ଷ ହେବ । ସେହିପରି ଶିକ୍ଷକମାନଙ୍କୁ ଯାତ୍ରା କରିବା ପାଇଁ ମାସିକ ୪ ହଜାର ପର୍ଯ୍ୟନ୍ତ ଭତ୍ତା ମିଳିବ ।

Tanushree Mahapatra
Tanushree Mahapatra
Government employees retirement age hike to 60 years

Government employees retirement age hike to 60 years

ବଢିଛି ସରକାରୀ କର୍ମଚାରୀଙ୍କ ଅବସର ବୟସ l ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସରକାରୀ କର୍ମଚାରୀଙ୍କ ଅବସର ବୟସ ବର୍ତ୍ତମାନ ୬୦ ବର୍ଷ ହେବ । ସେହିପରି ଶିକ୍ଷକମାନଙ୍କୁ ଯାତ୍ରା କରିବା ପାଇଁ ମାସିକ ୪ ହଜାର ପର୍ଯ୍ୟନ୍ତ ଭତ୍ତା ମିଳିବ । ଏହାସହ ପ୍ରାୟ ପେ-ସ୍କେଲ ଓ ମହଙ୍ଗା ଭତ୍ତା କେନ୍ଦ୍ର କର୍ମଚାରୀଙ୍କ ସହ ପାଇବେ ଏହି କର୍ମଚାରୀମାନେ  ।

ବିଦ୍ୟାଳୟଗୁଡ଼ିକରେ ବର୍ତ୍ତମାନ ଡେପୁଟି ପ୍ରିନ୍ସିପାଲ୍ ପଦବୀ ରହିବ, ବରିଷ୍ଠତା ଆଧାରରେ ନିଯୁକ୍ତି ମଧ୍ୟ କରାଯିବ । ମହିଳା କର୍ମଚାରୀମାନେ ଶିଶୁ ଯତ୍ନ ପାଇଁ ଦୁଇ ବର୍ଷ ଛୁଟି ପାଇବେ ( retirement age hike )  ।

ତେବେ ଚଣ୍ଡିଗଡ଼ ସହରର ୨୦,୦୦୦ରୁ ଅଧିକ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ ଖୁସି ଖବର । UT ପ୍ରଶାସକ ବନୱାରିଲାଲ ପୁରୋହିତ ଚଣ୍ଡିଗଡ଼ରେ କେନ୍ଦ୍ରୀୟ ସେବା ନିୟମକୁ ଲାଗୁ କରିଛନ୍ତି ଯେଉଁଥିରେ ଅନେକ ସରକାରୀ କର୍ମଚାରୀ ଲାଭ ପାଇବେ । ସୂଚନା ଅନୁଯାୟୀ, ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସରକାରୀ କର୍ମଚାରୀଙ୍କ ଅବସର ବୟସ ବର୍ତ୍ତମାନ ୬୦ ବର୍ଷ ହେବା ସହିତ ଶିକ୍ଷକମାନଙ୍କୁ ଯାତ୍ରା କରିବା ପାଇଁ ମାସିକ ୪ ହଜାର ପର୍ଯ୍ୟନ୍ତ ଭତ୍ତା ମିଳିବ । ଏହାସହ ପ୍ରାୟ ପେ-ସ୍କେଲ ଓ ମହଙ୍ଗା ଭତ୍ତା କେନ୍ଦ୍ର କର୍ମଚାରୀଙ୍କ ସହ ପାଇବେ । ବିଦ୍ୟାଳୟଗୁଡ଼ିକରେ ବର୍ତ୍ତମାନ ଡେପୁଟି ପ୍ରିନ୍ସିପାଲ୍ ପଦବୀ ରହିବ, ବରିଷ୍ଠତା ଆଧାରରେ ନିଯୁକ୍ତି କରାଯିବ । ମହିଳା କର୍ମଚାରୀମାନେ ଶିଶୁ ଯତ୍ନ ପାଇଁ ଦୁଇ ବର୍ଷ ଛୁଟି ପାଇବେ । ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଦୁଇ ପିଲାଙ୍କ ଅଭିଭାବକଙ୍କୁ ଶିକ୍ଷା ଭତ୍ତା ମିଳିବ ।

ଏହି ବିଜ୍ଞପ୍ତି କେନ୍ଦ୍ର ଶାସିତ କର୍ମଚାରୀଙ୍କ ବେତନ ସ୍କେଲ୍ ଓ ସେବା ସର୍ତ୍ତରେ ମଧ୍ୟ ପରିବର୍ତ୍ତନ କରିବ । ବିଭିନ୍ନ ଗ୍ରେଡ୍ ପାଇଁ ଦେୟ ସାରଣୀ ନିର୍ଦ୍ଦିଷ୍ଟ ହୋଇ ସାରିଛି । ଯେମିତିକି ଗୃହ ମନ୍ତ୍ରଣାଳୟ ଗତ ବର୍ଷ ମାର୍ଚ୍ଚ ୨୯,୨୦୨୨ରେ ଚଣ୍ଡିଗଡ଼ କର୍ମଚାରୀ ନିୟମ, ୨୦୨୨କୁ ଅଧିସୂଚିତ କରିଥିଲା ଯେଉଁଥିରେ ପ୍ରାୟତଃ କର୍ମଚାରୀ ଲାଭ ପାଇଥିଲେ । ଏହାସହ ପଞ୍ଜାବ ସେବା ନିୟମକୁ କେନ୍ଦ୍ରୀୟ ସେବା ନିୟମ ସହିତ ବଦଳାଇ ଦିଆଯାଇଥିଲା । ବିଜ୍ଞପ୍ତି ଅନୁଯାୟୀ କର୍ମଚାରୀମାନେ ଏବେ ନିଜ ବକେୟା ପାଇବାକୁ ହକଦାର୍ ହେବେ । କେବଳ ଏତିକି ନୁହେଁ, କେନ୍ଦ୍ରୀୟ ସେବା ନିୟମ ପ୍ରଣୟନ ହେବା ସହିତ ଅବସର ବୟସ ମଧ୍ୟ ୨୦୨୨ରୁ ୫୮ ବର୍ଷରୁ ୬୦ ବର୍ଷକୁ ବୃଦ୍ଧି କରାଯାଇଛି ।

କେନ୍ଦ୍ର ସେବା ନିୟମ ଲାଗୁ ହେବା ସହିତ କର୍ମଚାରୀଙ୍କ ଦରମା ମାପ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ହେବ, ଯାହା ବର୍ତ୍ତମାନ ପଞ୍ଜାବ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତ ବର୍ଗ ସହିତ ଅନୁରୂପ ରହିଥିଲା । ବର୍ତ୍ତମାନ ଏହା ରାଷ୍ଟ୍ରପତିଙ୍କ କେନ୍ଦ୍ରୀୟ ସିଭିଲ୍ ସର୍ଭିସେସରେ ସମ୍ପୃକ୍ତ ସେବା ଓ ପଦବୀରେ ନିଯୁକ୍ତ ବ୍ୟକ୍ତିଙ୍କ ସେବା ସର୍ତ୍ତ ସହିତ ସମାନ ହେବ ବୋଲି କୁହା ଯାଉଛି ।

ଏହାସହ ସମାନ ନିୟମ ଓ ନିର୍ଦ୍ଦେଶ ଦ୍ୱାରା ପରିଚାଳିତ ହେବ କର୍ମଚାରୀଙ୍କ ଦରମା । ଏହି ନିୟମ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ କ୍ଷେତ୍ରରେ କାର୍ଯ୍ୟରତ ଅଲ୍ ଇଣ୍ଡିଆ ସର୍ଭିସେସ୍ ସଦସ୍ୟ, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର କର୍ମଚାରୀ, କେନ୍ଦ୍ର ଶାସିତ ଚଣ୍ଡିଗଡ଼ର ପୂର୍ଣ୍ଣକାଳୀନ ଚାକିରିରେ ନଥିବା ବ୍ୟକ୍ତି, କଣ୍ଟିଜେନ୍ସିରୁ ଦରମା ପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ ହେବ ନାହିଁ । ଆପଣମାନେ ଜାଣିଛନ୍ତି କି, ଇଞ୍ଜିନିୟରିଂ ବିଭାଗର ଇଲେକ୍ଟ୍ରିକାଲ୍ ୱିଙ୍ଗ୍ ଯାହାର ବେତନ ସ୍କେଲ୍ ବର୍ତ୍ତମାନ ପଞ୍ଜାବ ଷ୍ଟେଟ୍ ପାୱାର୍ କର୍ପୋରେସନ୍ ଲିମିଟେଡ୍ ରେଗୁଲେସନ୍, ୨୦୨୧ ଦ୍ୱାରା ପରିଚାଳିତ ହେଉଛି  । ଚଣ୍ଡିଗଡ଼ର ଇଞ୍ଜିନିୟରିଂ ବିଭାଗର ଇଲେକ୍ଟ୍ରିକାଲ୍ ୱିଙ୍ଗ୍ ସମ୍ବନ୍ଧରେ ଏକ ପୃଥକ ବିଜ୍ଞପ୍ତି ଜାରି କରାଯିବ ବୋଲି ସୂଚନା ଦିଆଯାଇଛି ।

ରାଜ୍ୟ ସରକାରଙ୍କ ବଡ ଘୋଷଣା: ଏବେ ବେରୋଜଗାରୀଙ୍କୁ ମିଳିବ ଭତ୍ତା

ମହଙ୍ଗା ଭତ୍ତାରେ ବୃଦ୍ଧି, ମାର୍ଚ୍ଚରେ ମିଳିବ ୯୦,୦୦୦ ଟଙ୍କା !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments