Government Schemes

PM Kisan: ୧୪ତମ କିସ୍ତି ଆଗରୁ ଚାଷୀଙ୍କୁ ମାଗଣାରେ ମିଳିବ ଏହି ଜିନିଷ

ଯଦି ଆପଣ ପିଏମ୍ କିସାନ୍ ସମ୍ମାନ ନିଧି ପାଇଁ ମଧ୍ୟ ଯୋଗ୍ୟ, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ। କୃଷକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ମଜବୁତ କରିବା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି।

26 April, 2023 7:00 PM IST By: Tanushree Mahapatra

ଯଦି ଆପଣ ପିଏମ୍ କିସାନ୍ ସମ୍ମାନ ନିଧି ପାଇଁ ମଧ୍ୟ ଯୋଗ୍ୟ, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ। କୃଷକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ମଜବୁତ କରିବା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ସବୁଠାରୁ ଉଚ୍ଚାଭିଳାଷୀ ଯୋଜନାକୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ରୂପେ ଚଳାଉଛନ୍ତି।  ବର୍ତ୍ତମାନ ଜାମ୍ମୁ କାଶ୍ମୀର ପ୍ରଶାସନ ୟୁନିୟନ ଅଞ୍ଚଳରେ ୮,୦୦୦ ହେକ୍ଟର ଜମିରେ ପାରମ୍ପାରିକ ମିଲେଟ ଫସଲର ଚାଷକୁ ପୁନର୍ଜୀବିତ କରିବାର ଲକ୍ଷ୍ୟ ରଖିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଦେବା ପାଇଁ ଡିସେମ୍ବର 2018 ରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ । ଏହା ପୂର୍ବରୁ କୃଷକମାନେ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ କୌଣସି ସରକାରଙ୍କ ଠାରୁ ନଗଦ ସହାୟତା ପାଇ ନଥିଲେ ଯାହା କେନ୍ଦ୍ର ସର୍କର ୨୦୧୮ ରେ ଲାଗୁ କଲେ  ।

ଯଦି ଆପଣ ପିଏମ କିସାନ ସ୍କିମ୍ ପାଇଁ ପଞ୍ଜୀକୃତ ହୋଇଛନ୍ତି , ତେବେ ଏହି ଯୋଜନାର ହିତାଧିକାରୀ ତାଲିକାରେ ଆପଣଙ୍କ ନାମ ଅଛି କି ନାହିଁ ତାହା ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ନଚେତ ଆପଣ ଏହି ଟଙ୍କା ପାଇବାରୁ ବଂଚିତ ହୋଇପାରନ୍ତି  । ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତିର ତାରିଖ ଖୁବ ଶୀଘ୍ର ଘୋଷଣା କରିପାରନ୍ତି କେନ୍ଦ୍ର ସରକାର । ଏହି କିସ୍ତି ଏପ୍ରିଲ ଓ ଜୁଲାଇ ୨୦୨୩ ମଧ୍ୟରେ ମିଳିବାର ଆଶଙ୍କା ରହିଛି ଯାହା ଚାଷୀଙ୍କ ପାଇଁ ଏକ ବଡ ଖୁସି ଖବର  । ତେବେ ଏ ସ୍କିମ ଟଙ୍କା ଆସିବା ପୂର୍ବରୁ ସରକାର ଏକ ବଡ ସୂଚନା ଦେଇଛନ୍ତି l

ମିଲେଟ ବିଷୟରେ ସମସ୍ତେ ଜାଣିଛନ୍ତି l ଛୋଟ ଛୋଟ ଗାଁରୁ ଆରମ୍ଭ କରି ଦେଶ ବାହାରେ ନିଜ ପରିଚୟ ସୃଷ୍ଟି କରିଛି l ଭାରତର ଦାବି ଅନୁଯାୟୀ ମିଳିତ ଜାତିସଂଘ ୨୦୨୩କୁ 'ଅନ୍ତର୍ଜାତୀୟ ମିଲେଟ ବର୍ଷ' ଭାବରେ ଘୋଷଣା କରିଥିଲେ ​​ଏବଂ ଭାରତର ଏହି ଚାହିଦାକୁ ବିଶ୍ୱ ପାଖାପାଖି ୭୨ଟି ଦେଶ ସମର୍ଥନ ଜଣାଇଥିଲେ ।  ୨୦୨୧ ମାର୍ଚ୍ଚରେ ଆୟୋଜିତ ମିଳିତ ଜାତିସଂଘର ସାଧାରଣ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ୨୦୨୩କୁ 'ଆନ୍ତର୍ଜାତୀୟ ମିଲେଟ୍ ବର୍ଷ' ଭାବରେ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ କିଛି ଦିନ ପୂର୍ବରୁ ଇଟାଲୀର ରୋମରେ 'ଆନ୍ତର୍ଜାତୀୟ ବର୍ଷ ମିଲେଟ୍-୨୦୨୩ ଆରମ୍ଭ କରିଛି ।

ଏବେ ମଧ୍ୟ କିଛି ସ୍ଥାନରେ ମିଲେଟ ଚାଷ ପାଇଁ ସୁବିଧା ଥାଇ ମଧ୍ୟ ଲୋକେ ଚାଷ କାମ କରି ପାରୁନାହାନ୍ତି କାରଣ ସେମାନଙ୍କ ପାକହରେ ଉଚିତ ଉପାଦେୟ ନାହିଁ ଚାଷ ପାଇଁ l ସେଥିପାଇଁ ଜାମ୍ମୁ ଅଞ୍ଚଳର ୧୦ଟି ଜିଲ୍ଲାର ଚାଷୀଙ୍କୁ ଶତପ୍ରତିଶତ ସବସିଡି ସହିତ ୭ ପ୍ରକାରର କଠିନ ଶସ୍ୟର ମଞ୍ଜି ଯୋଗାଇ ଦିଆଯିବ ବୋଲି ସରକାର ଘୋଷକନ କରିଛନ୍ତି । ଚଳିତ ବର୍ଷ ଫେବୃଆରୀରେ, କେନ୍ଦ୍ର ଶାସିତ ଅଞ୍ଚଳରେ କଠିନ ଶସ୍ୟର ଉତ୍ପାଦନ ତଥା ବ୍ୟବହାର ବୃଦ୍ଧି ବ୍ୟତୀତ ପୁଷ୍ଟିକର ଶସ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଶାସନ ୧୫ କୋଟି ଟଙ୍କା ପ୍ରକଳ୍ପ ଅନୁମୋଦନ କରିଥିଲା । ପ୍ରାୟ ୮,୦୦୦ ହେକ୍ଟର ଜମିରେ ପାରମ୍ପାରିକ ମିଲେଟ ଚାଷକୁ ପୁନର୍ଜୀବିତ କରିବା ଓ ହେକ୍ଟର ପିଛା ୧୦ ରୁ ୨୦ କ୍ୱିଣ୍ଟାଲରୁ ଉତ୍ପାଦନ ବୃଦ୍ଧି କରିବାକୁ ଏହି ପ୍ରକଳ୍ପର ଲକ୍ଷ୍ୟ ରହିଛି । ଏ ନେଇ ଅଧିକାରୀ ମାନେ ମତ ପ୍ରକାଶ କରିଛନ୍ତି l

ଏ ନେଇ କୃଷି ଉତ୍ପାଦନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ତିନି ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି କଠିନ ଧାନ ଚାଷକୁ ଆହୁରି ପ୍ରୋତ୍ସାହିତ କରିବା ଚାଷୀଙ୍କ ମଧ୍ୟରେ । ଏହି ପ୍ରକଳ୍ପର ଏକ ଅଂଶ ଭାବରେ କୃଷି ବିଭାଗ ୧୪୦୦ ହେକ୍ଟର ଜମିରେ ମିଲେଟ ବୃଦ୍ଧି ପାଇଁ କୃଷକମାନଙ୍କୁ ୧୦୦ ପ୍ରତିଶତ ସବସିଡି ଯୋଗାଇ ଦିଆଯାଉଛି ସରକାରଙ୍କ ତରଫରୁ । ତେବେ ମିଲେଟ କୁ ଆହୁରି ଜାମ୍ମୁରେ ଆହୁରି ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଆଉ ଏକ ଉଦ୍ୟମ l

କେନ୍ଦ୍ର କର୍ମଚାରୀଙ୍କ ବଢ଼ିଯିବ ଦରମା

ଏଥର ପିଏମ କିସାନର ୧୪ ତମ କିସ୍ତିରେ ଡବଲ ଟଙ୍କା, ୨୦୦୦ ପରିବର୍ତ୍ତେ ଆସିବ୪୦୦୦ ଟଙ୍କା!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)