1. ସରକାରୀ ସ୍କିମ

କେନ୍ଦ୍ର କର୍ମଚାରୀଙ୍କ ବଢ଼ିଯିବ ଦରମା

ପୁଣି ବଢିବ କେନ୍ଦ୍ର କର୍ମଚାରୀଙ୍କ ଦରମା l ପ୍ରତିବର୍ଷ ମହଙ୍ଗା ଭତ୍ତା ବଢ଼ିବା ଦ୍ୱାରା ଦରମା ବଢିଥାଏ କର୍ମଚାରୀଙ୍କର l ଯାହା ମହଙ୍ଗା ଭତ୍ତା ବର୍ଷ କୁ ଦୁଇ ଥର ବଢିବା ଦ୍ୱାରା ହୋଇଥାଏ l

Tanushree Mahapatra
Tanushree Mahapatra
Da hike central government employees will get 4 percent

Da hike central government employees will get 4 percent

ପୁଣି ବଢିବ କେନ୍ଦ୍ର କର୍ମଚାରୀଙ୍କ ଦରମା  l ପ୍ରତିବର୍ଷ ମହଙ୍ଗା ଭତ୍ତା ବଢ଼ିବା ଦ୍ୱାରା ଦରମା ବଢିଥାଏ କର୍ମଚାରୀଙ୍କର l ଯାହା ମହଙ୍ଗା ଭତ୍ତା ବର୍ଷ କୁ ଦୁଇ ଥର ବଢିବା ଦ୍ୱାରା ହୋଇଥାଏ l କେନ୍ଦ୍ର ସରକାର ନିଜର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଏହି ବର୍ଷ ମାର୍ଚ୍ଚ ମାସରେ ମହଙ୍ଗା ଭତ୍ତା ଘୋଷଣା କରିଥିଲେ ।

ତେବେ କେନ୍ଦ୍ରର ମୋଦି ସରକାର ଏହି ମାର୍ଚ୍ଚରେ ଜାନୁଆରୀ ୨୦୨୩ର ମହଙ୍ଗା ଭତ୍ତା ଘୋଷଣା କରିଥିଲେ । ଛଅ ମାସ ପରେ ପରବର୍ତ୍ତୀ ମହଙ୍ଗା ଭତ୍ତା ଘୋଷଣା କରାଯାଇଥାଏ ତେବେ ଏହା ଖୁବ ଶୀଘ୍ର ଘୋଷଣା ହେବାକୁ ଯାଉଛି । ପ୍ରତି ଛଅ ମାସ ଆଧାରରେ ଏଥର କେନ୍ଦ୍ର ସରକାର ଜୁଲାଇ ମାସ ପାଇଁ ମହଙ୍ଗା ଭତ୍ତା  ଘୋଷଣା କରିବାକୁ ଜଉଚଅନୀତି ଯାହାର ଫାଇଦା ମିଳିବ କେନ୍ଦ୍ର କର୍ମଚାରୀଙ୍କୁ  । ତେବେ, AICPI ସୂଚକାଙ୍କ  ଆଧାରରେ ସେପ୍ଟେମ୍ବରରେ ଜୁଲାଇର ମହଙ୍ଗା ଭତ୍ତା ଘୋଷଣା ହେବାର ସମ୍ଭାବନା ରହିଛି ଯାହା ପରେ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ । ଏହାକୁ ନେଇ ଏବେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।

ଜୁଲାଇ ୧, ୨୦୨୩ ଠାରୁ ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହେବାକୁ ଥିବା ମହଙ୍ଗା ଭତ୍ତା କେତେ ବୃଦ୍ଧି ହେବ, ଏହା ପ୍ରାୟ ଆକଳନ କରାଯାଇଛି କିନ୍ତୁ ଏଥିରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ମିଳିପାରି ନାହିଁ । ତେବେ ବର୍ତ୍ତମାନ କର୍ମଚାରୀମାନଙ୍କୁ ୪୨ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ସରକାର ପ୍ରଦାନ କରୁଛନ୍ତି । ଏହାକୁ ସରକାର ଜାନୁଆରୀ ୨୦୨୩ରୁ କାର୍ଯ୍ୟକାରୀ କରିଛନ୍ତି । ଏପ୍ରିଲ୍ ବେତନରେ ବର୍ଦ୍ଧିତ ମହଙ୍ଗା ଭତ୍ତା ଓ ବକେୟା ଟଙ୍କା କର୍ମଚାରୀଙ୍କ ଆକାଉଣ୍ଟକୁ ଆସିବ ବୋଲି ସୂଚନା ରହିଛି । ତେବେ  ସପ୍ତମ ବେତନ କମିଶନ ଅଧୀନରେ ପ୍ରତି ୬ ମାସରେ ମହଙ୍ଗା ଭତ୍ତା ସଂଶୋଧିତ ହୁଏ । ଯାହା ପାଇଁ ଦରମା ସହିତ ପେନସନ ଟଙ୍କା ବୃଦ୍ଧି ପାଇଥାଏ l

ତେବେ ଜୁଲାଇରେ ବଢ଼ିବାକୁ ଯାଉଥିବା ମହଙ୍ଗା ଭତ୍ତା କର୍ମଚାରୀଙ୍କୁ ଜାନୁଆରୀରୁ ଜୁନ୍ ୨୦୨୩ ପର୍ଯ୍ୟନ୍ତ AICPI ସୂଚକାଙ୍କ ଆଧାରରେ ଦିଆଯିବ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ନୂତନ ମହଙ୍ଗା ଭତ୍ତା ପାଇଁ AICPI ଇଣ୍ଡେକ୍ସର ନୂତନ ଗଣନା ଏପ୍ରିଲ ୨୮ ସନ୍ଧ୍ୟାରେ ଆସିବ । ବର୍ତ୍ତମାନ ସୂଚକାଙ୍କ ଆଧାରରେ ମହଙ୍ଗା ଭତ୍ତା ୪୩.୭୯ ପ୍ରତିଶତରେ ପହଞ୍ଚିଛି ଗତ ଭତ୍ତା ବୃଦ୍ଧି ପାଇବ ଯୋଗୁଁ  । ଅର୍ଥାତ୍ ଫେବୃଆରୀ ପର୍ଯ୍ୟନ୍ତ ୪୪ ପ୍ରତିଶତ ମହଙ୍ଗା ଭତ୍ତା ସ୍ଥିର କରାଯାଇଛି ସରକାରଙ୍କ ଦ୍ୱାରା ।

ଗତ ଫେବୃଆରୀ ମାସରେ ମହଙ୍ଗା ଭତ୍ତାରେ ବୃଦ୍ଧି ଘଟିଛି । କିନ୍ତୁ ଏହି ମାସରେ ସୂଚକାଙ୍କ ସଂଖ୍ୟା ୧୩୨.୮ରୁ ଖସି ୧୩୨.୭କୁ ଆସିଛି । ଏପ୍ରିଲ ୨୮ରେ ଆସିବାକୁ ଥିବା ମାର୍ଚ୍ଚରେ ମହଙ୍ଗା ବୃଦ୍ଧି ର ପ୍ରତିଶତ ବୃଦ୍ଧି ଆଶା କରାଯାଉଛି । ଏହା ପରେ ଏପ୍ରିଲ୍, ମେ ଏବଂ ଜୁନ୍ ସଂଖ୍ୟାଗୁଡିକ ଶେଷ ମହଙ୍ଗା ଭତ୍ତା / ମହଙ୍ଗା ରିଲିଫର ସ୍କୋର ସ୍ଥିର କରିବ । ବିଶେଷଜ୍ଞମାନେ ଆଶା କରୁଛନ୍ତି ଯେ, ଏଥର ମଧ୍ୟ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ହେବ ବୋଲି  । ସେହି ଅନୁଯାୟୀ, ଏହା ବର୍ତ୍ତମାନର ୪୨ ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇପାରେ । ତେବେ ଯଦି ଏପରି ହୁଏ ତେବେ ପୁଣି ଥରେ କର୍ମଚାରୀଙ୍କ ଦରମା ଅଧିକ ମାତ୍ରାରେ ବୃଦ୍ଧି ପାଇବାକୁ ଯାଉଛି l

ଏଥର ପିଏମ କିସାନର ୧୪ ତମ କିସ୍ତିରେ ଡବଲ ଟଙ୍କା, ୨୦୦୦ ପରିବର୍ତ୍ତେ ଆସିବ୪୦୦୦ ଟଙ୍କା!

୧୮ ମାସର ମହଙ୍ଗା ଭତ୍ତା ବକେୟାକୁ ନେଇ ସରକାରଙ୍କ ଅପଡେଟ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments