
Benefits of PM Matsya Sampada Yojana
ଆମେ ସମସ୍ତେ ଜାଣୁ ଯେ ଦେଶର ଅର୍ଥନୀତିରେ କୃଷିର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏଥିପାଇଁ ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ସରକାର ବିଭିନ୍ନ ପ୍ରକାରର ଯୋଜନାମାନ ଚଳାଉଛନ୍ତି। ବର୍ତ୍ତମାନ ମତ୍ସ୍ୟ ଚାଷ କରୁଥିବା କୃଷକମାନେ(Farmers) ଅର୍ଥାତ୍ ଜଳଚର ଚାଷ କରୁଥିବା ଚାଷୀଙ୍କୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ଭାରତରେ ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଯୋଗାଇବା ଉଦ୍ଦେଶ୍ୟରେ ସରକାରଙ୍କ ଦ୍ୱାରା ପ୍ରଧାନ ମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଆରମ୍ଭ କରାଯାଇଛି।
ଏହି ଯୋଜନାକୁ କେନ୍ଦ୍ରରେ ମୋଦୀ ସରକାର 'ବ୍ଲୁ ରିଭୋଲ୍ୟୁସନ୍'(Blue Revolution) ନାମ ରଖିଛନ୍ତି। ଏହି ଯୋଜନା ଅଧୀନରେ ଜଳଭାଗରେ ଚାଷ କରୁଥିବା ଚାଷୀଙ୍କୁ ବ୍ୟାଙ୍କ ଋଣ, ବୀମା ଇତ୍ୟାଦି ଅନେକ ପ୍ରକାରର ସୁବିଧା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ପାଇବାକୁ ଚାହାଁନ୍ତି, ତେବେ ଆପଣ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ(PMMSY) ସାଇଟ୍ କୁ ଯାଇ ଆବେଦନ କରିପାରିବେ ।
ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (PMMSY) ହେଉଛି ଏକ ଯୋଜନା, ଯାହା ମାଧ୍ୟମରେ ମତ୍ସ୍ୟ ବ୍ୟବସାୟ ସହ ଜଡିତ ଲୋକଙ୍କୁ ସେମାନଙ୍କର ଆୟ ବୃଦ୍ଧି କରିବା ସହିତ ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ । PMMSY ଯୋଜନା ଅନୁଯାୟୀ ମତ୍ସ୍ୟ ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସରକାର 3 ଲକ୍ଷ ଟଙ୍କା ଋଣ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ପାଇଁ ବଜେଟରେ 20,050 କୋଟି ଟଙ୍କାର ଏକ ପାଣ୍ଠି ସୃଷ୍ଟି କରାଯାଇଛି। ଏହି ପରିମାଣ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ବ୍ୟବହୃତ ହେବ, ଯାହା ଏହି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ବୃଦ୍ଧି କରିବ ।
କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ PMMSY ଯୋଜନା ବର୍ତ୍ତମାନ ପର୍ଯ୍ୟନ୍ତ ମତ୍ସ୍ୟଚାଷ କ୍ଷେତ୍ରରେ ସବୁଠାରୁ ବଡ଼ ଯୋଜନା ଅଟେ ।କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଯୋଜନା ଆରମ୍ଭ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶରେ ମତ୍ସ୍ୟଚାଷକୁ ପ୍ରୋତ୍ସାହିତ କରିବା । ଏହା ଅଧୀନରେ ମାଛର ଗୁଣବତ୍ତା ଉପରେ ବିଶେଷ ଧ୍ୟାନ ଦିଆଯିବା ସହିତ ଜିଲ୍ଲା ସ୍ତରରେ ବିଭାଗ ପକ୍ଷରୁ ମତ୍ସ୍ୟ ଚାଷରେ ନିୟୋଜିତ ଲୋକଙ୍କୁ ମାଗଣା ତାଲିମ ଦିଆଯିବ।
ତେବେ ଏଠାରେ ଆମେ କହି ରଖୁଛୁ ଯେ ଦେଶର ଅଧିକାଂଶ ରାଜ୍ୟରେ ମାଛର ଚାହିଦା ବହୁତ ଅଧିକ । ଏପରି ପରିସ୍ଥିତିରେ, ଯଦି ଏହି କ୍ଷେତ୍ରକୁ ଆହୁରି ଉନ୍ନତ କରିବା ସହିତ ଏହାକୁ ନବୀକରଣ କରିବା ପାଇଁ ଧ୍ୟାନ ଦିଆଯାଏ, ତେବେ ଏହା ନିଯୁକ୍ତି ସୁଯୋଗକୁ ଯଥେଷ୍ଟ ବୃଦ୍ଧି କରିବ । PMMSY ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ମତ୍ସ୍ୟ ପାଳନ କ୍ଷେତ୍ରକୁ ଅଧିକ ବିକାଶ କରିବା ।
ଦେଶରେ ମତ୍ସ୍ୟଚାଷକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ଚଳାଉଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ବର୍ତ୍ତମାନ ସମୟରେ ଭାରତ ସରକାର ବିଦେଶରେ ମାଛ ରପ୍ତାନିରୁ ପ୍ରାୟ 46,589 କୋଟି ଟଙ୍କା ରୋଜଗାର କରୁଛନ୍ତି ଏବଂ ବର୍ତ୍ତମାନ ସରକାର ମାଛ ରପ୍ତାନିରୁ 1 ଲକ୍ଷ କୋଟି ଟଙ୍କା ରୋଜଗାର କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସରକାର ମତ୍ସ୍ୟଚାଷ ସମ୍ବନ୍ଧୀୟ ଶିକ୍ଷା ଯୋଗାଇବା ପାଇଁ କଲେଜଗୁଡ଼ିକରେ ସାର୍ଟିଫିକେଟ୍ ପାଠ୍ୟକ୍ରମ ଆରମ୍ଭ କରିବାକୁ ବିଚାର କରୁଥିବା ଜଣା ପଡ଼ିଛି ।
କେଉଁମାନେ ଉଠାଇପାରିବେ ଏହି ଯୋଜନାର ଲାଭ ?
- ମତ୍ସ୍ୟଜୀବି
- ମାଛ ଚାଷୀ
- ମତ୍ସ୍ୟ ବିକ୍ରେତା
- ସ୍ୱୟଂ ସହାୟକ ଗୋଷ୍ଠୀ
- ମତ୍ସ୍ୟ ସମବାୟ ସମିତି
- ମତ୍ସ୍ୟ ସଂଘ
- ଉଦ୍ୟୋଗୀ ଏବଂ ବିଭିନ୍ନ ବେସରକାରୀ ସଂସ୍ଥା
Share your comments