1. ସରକାରୀ ସ୍କିମ

ମିଶନ ମିଲେଟ୍‌: ଆତ୍ମ ନିର୍ଭରଶୀଳ ହେଉଛନ୍ତି ଗାଁ ମହିଳା

ଭାରତର ଦାବି ଅନୁଯାୟୀ ମିଳିତ ଜାତିସଂଘ ୨୦୨୩କୁ 'ଅନ୍ତର୍ଜାତୀୟ ମିଲେଟ ବର୍ଷ' (International Year of Millet-2023) ଭାବରେ ଘୋଷଣା କରିଥିଲେ ଏବଂ ଭାରତର ଏହି ଚାହିଦାକୁ ବିଶ୍ୱ ପାଖାପାଖି ୭୨ଟି ଦେଶ ସମର୍ଥନ ଜଣାଇଥିଲେ ।

Tanushree Mahapatra
Tanushree Mahapatra
Mission millet empowers to village women of odisha

Mission millet empowers to village women of odisha

ଭାରତର ଦାବି ଅନୁଯାୟୀ ମିଳିତ ଜାତିସଂଘ ୨୦୨୩କୁ 'ଅନ୍ତର୍ଜାତୀୟ ମିଲେଟ ବର୍ଷ' (International Year of Millet-2023) ଭାବରେ ଘୋଷଣା କରିଥିଲେ ଏବଂ ଭାରତର ଏହି ଚାହିଦାକୁ ବିଶ୍ୱ ପାଖାପାଖି ୭୨ଟି ଦେଶ ସମର୍ଥନ ଜଣାଇଥିଲେ ।  ୨୦୨୧ ମାର୍ଚ୍ଚରେ ଆୟୋଜିତ ମିଳିତ ଜାତିସଂଘର ସାଧାରଣ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ୨୦୨୩କୁ 'ଆନ୍ତର୍ଜାତୀୟ ମିଲେଟ୍ ବର୍ଷ' ଭାବରେ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି।

ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) କିଛି ଦିନ ପୂର୍ବରୁ ଇଟାଲୀର ରୋମରେ 'ଆନ୍ତର୍ଜାତୀୟ ବର୍ଷ ମିଲେଟ୍-୨୦୨୩ (IYM-2023)' ଆରମ୍ଭ କରିଛି । ପୁଷ୍ଟିଶସ୍ୟ ମିଲେଟ୍ସକୁ ( millets farming ) ପ୍ରୋତ୍ସାହନ ଦେଇ ଏହାର ଉତ୍ପାଦନ ଏବଂ ବ୍ୟବହାର କ୍ଷେତ୍ରରେ ସାରାଦେଶରେ ଓଡ଼ିଶା ସର୍ବାଗ୍ରେ ରହିଛି । ଏଥିଲାଗି ଓଡ଼ିଶାକୁ ସମ୍ମାନଜନକ ‘ପୋଷକ ଅନାଜ’ ପୁରସ୍କାରରେ ପୁରସ୍କୃତ କରାଯାଇଛି । ପୁଷ୍ଟିଶସ୍ୟ କହିଲେ ମାଣ୍ଡିଆ, କାଙ୍ଗୁ, ସୁଆଁ, ଜହ୍ନା ଆଦିକୁ ବୁଝାଏ । ଏହା ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ । ବିଶେଷ କରି ଏହି ପୁଷ୍ଟିଶସ୍ୟ ପାହାଡ଼ିଆ ଅଞ୍ଚଳରେ ହୋଇଥାଏ । ଏହି ଚାଷ କାର୍ଯ୍ୟ ପାଇଁ ନିର୍ଦିଷ୍ଟ ସେପରି କିଛି ପାଗ ଆବଶ୍ୟକ ହୋଇନଥାଏ l

ଏହାର ଏତେ ଲୋକପ୍ରିୟତା ନଥିଲା । ତେଣୁ ପୁଷ୍ଟିଶସ୍ୟର ଲୋକପ୍ରିୟତା ବୃଦ୍ଧି ପାଇଁ ୨୦୧୭ରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ଓଡ଼ିଶା ମିଲେଟ୍ସ ମିଶନ’ ବା ‘ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’। ଏହାରି ଅଧୀନରେ ପୁଷ୍ଟିଶସ୍ୟ ଚାଷକୁ ସରକାର ପ୍ରୋତ୍ସାହନ ଦେବା ସହିତ ଏହାକୁ ଚାଷଜମିରୁ ଖାଦ୍ୟ ଥାଳି ପର୍ଯ୍ୟନ୍ତ ନେବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟ ସରକାର ମିଳଲେଟ ଚାଷୀଙ୍କୁ ସମସ୍ତ ସାହାଯ୍ୟ ମଧ୍ୟ କରୁଛନ୍ତି ଚାଷ କାର୍ଯ୍ୟ ପାଇଁ l ଏବେ ରାଜ୍ୟ ର ମିଲେଟ ଆଉ ରାଜ୍ୟ ଭିତରେ ସୀମିତ ହୋଇ ରହିନାହିଁ ଏହା ରାଜ୍ୟ ବାହାରକୁ ରପ୍ତାନି ହେବା ସହିତ ବିଦେଶ କୁ ମଧ୍ୟ ରପ୍ତାନି ଆରମ୍ଭ କରାଯାଇଛି l ଯାହା ଚାଷୀଙ୍କୁ ଆହୁରି ଉତ୍ସାହିତ କରିଛି ଚାଷ କାର୍ଯ୍ୟ ପାଇଁ l

ଏବେ କିନ୍ତୁ ସରକାରଙ୍କ ମିଶନ ଶକ୍ତି ଯୋଗୁଁ ବଦଳିଛି ମହିଳାଙ୍କ ଜୀବନଶୈଳୀ । ଲୋକଙ୍କ ଭିତରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ବଢ଼ିଛି ଆଦର । ଏବେ ମିଲେଟ ଦେଇଛି ମହିଳାଙ୍କୁ ରୋଜଗାର । ମାଲକାନଗିରି (malkanagiri) ଜିଲ୍ଲା ସହିତ ଅନେକ ଜିଲ୍ଲାରେ  ବ୍ୟାଙ୍କରୁ ଋଣ ନେଇମହିଳା ଏବେ ଆତ୍ମ ନିର୍ଭରଶୀଳ ହେଉଛନ୍ତି ।

ମାଣ୍ଡିଆ ବା ମିଲେଟ ଦେହକୁ ଭଲ, ଖାଇବାକୁ ଭାରି ସ୍ବାଦିଷ୍ଟ । ଏଥିପାଇଁ ତ, ଏବେ ସବୁଠି ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ବଢ଼ିଛି ଆଦର । ଯାହା ମହିଳାଙ୍କୁ ଦେଇଛି ରୋଜଗାର । ସ୍ନାକ୍ସ ଆଇଟମ ଠାରୁ ଆରମ୍ଭ କରି ରସଗୋଲା, ଲଡୁ, ମଣ୍ଡା, କାକରା, ପୁରୀ, ପକୁଡ଼ି ସବୁ ତିଆରି ହୋଇ ପାରୁଛି ମାଣ୍ଡିଆରୁ । ଦେଖିବାକୁ ମିଳିଛି ଯେ ମାଲକାନଗିରି ଜିଲ୍ଲାର ମହିଳା  ସଦସ୍ୟାମାନେ ମାଣ୍ଡିଆରୁ ଖାଦ୍ୟ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି ଯାହା ପାଇଁ ସେମାନେ ବ୍ୟାଙ୍କରୁ ଋଣ ନେଉଛନ୍ତି । ଏହାର ଆଦର ବଢୁଥିବାରୁ ଅଧିକ ଅର୍ଡର ବି ଆସୁଛି ଲୋକଙ୍କ ପାଖରୁ  । ଘର କାମ ସାରି ଘରେ ବସି ରହୁଥିବା ମହିଳାଙ୍କ ହାତ ଏବେ ମାଣ୍ଡିଆ ଯୁକ୍ତ ଖାଦ୍ୟ ପ୍ରସ୍ତୁତିରେ ପୁରା ବ୍ୟସ୍ତ ରହୁଛି  । ଆଉ ବେକାର ବସୁ ନାହାନ୍ତି ମହିଳା l

ରାଜ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡ଼ା ଗଜପତି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଭଳି ବର୍ତ୍ତମାନ ରାଜ୍ୟର ଅନେକ ଜିଲ୍ଲା ରେ ଓଡ଼ିଶା ମିଲେଟ୍ସ ମିଶନ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର  । ସୁନ୍ଦରଗଡ଼ ଜିଲ୍ଲା ହେଉଛି ଏକ ବଣ ପାହାଡ଼ ଘେରା ଅଞ୍ଚଳ । ତେଣୁ ଏଠାକାର ମାଟି ମାଣ୍ଡିଆ ଚାଷ ପାଇଁ ଅଧିକ ଉପଯୋଗୀ ହୋଇ ପାରୁଛି । ତେଣୁ ଓଡ଼ିଶା ପୁଷ୍ଟି ଶସ୍ୟ ମିଶନ ଅଧୀନରେ ଏଠାରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରାଯାଉଛି ସରକାରଙ୍କ ଦ୍ୱାରା । ସରକାର ପୁରୁଷଙ୍କ ସହିତ ମହିଳାଙ୍କୁ ମଧ୍ୟ ଏଥିରେ ସାମିଲ କରି ପ୍ରାଧାନ୍ୟ ଦେଇଛନ୍ତି l ବିଶେଷକରି ଆଦିବାସୀ ଅଞ୍ଚଳର ଲୋକେ ମାଣ୍ଡିଆକୁ ଜାଉ କରି ଖାଇଥାନ୍ତି । ହେଲେ ସରକାରଙ୍କ ମିଲେଟ ମିଶନ ପରେ ବଢିଛି ଏବେ ମାଣ୍ଡିଆର ଚାହିଦା । ଶରୀର ପାଇଁ ସ୍ୱାସ୍ଥ୍ୟକର ଏହି ଖାଦ୍ୟ ଖାଇବା ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି । ଯାହା ମହିଳାଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ସହ ଆଗକୁ ବଢ଼ିବାର ରାହା ଦେଖାଉଛି । ମିଶନ ଶକ୍ତି ଯୋଗୁ ବଦଳିଛି ମହିଳାଙ୍କ ଜୀବନଶୈଳୀ ଆଉ ସ୍ୱାବଲମ୍ବୀ ହୋଇଛନ୍ତି ମହିଳା । ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ସହ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି ଆଦିବାସୀ ଅଞ୍ଚଳର ମହିଳାମାନେ ।

ଏସ୍‌‌ଏଚ୍‌‌ଜି ମହିଳାଙ୍କୁ ମିଳିବ ମାର୍କେଟିଂ ସୁବିଧା: ସରକାର ଖୋଲିବେ ଏହି ଜିଲ୍ଲାରେ ମିଶନ ଶକ୍ତି ବଜାର

ରାଜ୍ୟରେ ଆଜିଠୁ ଆରମ୍ଭ ହେଲା “ବାଲ୍ ଆଧାର” ଯୋଜନା, ଶିଘ୍ର କରନ୍ତୁ ପଞ୍ଜିକରଣ....

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments