1. ସରକାରୀ ସ୍କିମ

PMMY : ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଏବେ ସୁଦ୍ଧା 40.82କୋଟିରୁ ଅଧିକ ଋଣ ମଞ୍ଜୁର

ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ‘ମୁଦ୍ରା’ ଯୋଜନା ତୃଣମୂଳ ସ୍ତରରେ ବହୁ ସଂଖ୍ୟାରେ ରୋଜଗାର ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି ଏବଂ ଏହା ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ସହିତ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି l

Tanushree Mahapatra
Tanushree Mahapatra
More than 40.82 crore loans amounting to sanctioned PMMY since inception

More than 40.82 crore loans amounting to sanctioned PMMY since inception

ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ‘ମୁଦ୍ରା’ ଯୋଜନା ( PMMY ) ତୃଣମୂଳ ସ୍ତରରେ ବହୁ ସଂଖ୍ୟାରେ ରୋଜଗାର ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି ଏବଂ ଏହା ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ସହିତ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି l ସେହିପରି ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାଗବତ କରାଡ଼ କହିଛନ୍ତି ‘ପିଏମଏୱାଇ’ ଫଳରେ ଦେଶରେ ଲଘୁ ଉଦ୍ୟୋଗ ପର୍ଯ୍ୟନ୍ତ ବନ୍ଧକ ମୁକ୍ତ ଋଣର ବାଧାମୁକ୍ତ ପହଞ୍ଚ ସହଜ ହୋଇଛି l

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2015 ମସିହା ଏପ୍ରିଲ 8 ତାରିଖରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ)ର ଶୁଭାରମ୍ଭ କରିଥିଲେ । ଯୋଜନାର ଉଦ୍ଦେଶ୍ୟ ହେଉଛି ଆୟ ସୃଷ୍ଟିକାରୀ ଗତିବିଧି ନିମନ୍ତେ ଅଣ-କର୍ପୋରେଟ, ଅଣ-କୃଷି ଲଘୁ ଏବଂ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହଜରେ ଯୋଗାଇ ଦେବା । ‘ପିଏମଏମୱାଇ’ ଅଧୀନରେ ସଦସ୍ୟ ଋଣଦାତା ସଂସ୍ଥା (ଏମଏଲଆଇ) ଯଥା ବ୍ୟାଙ୍କ, ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି), ସୂକ୍ଷ୍ମ ଆର୍ଥିକ ପ୍ରତିଷ୍ଠାନ (ଏମଏଫଆଇ) ଏବଂ ଅନ୍ୟ ଆର୍ଥିକ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥାଏ।

ପିଏମଏମୱାଇର ସଫଳ ଆଠବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆରମ୍ଭ କରାଯାଇଥିବା ଏହି ଯୋଜନା ବଳରେ ସୂକ୍ଷ୍ମ ଉଦ୍ୟୋଗ ପାଇଁ ସହଜରେ ଓ ବାଧାମୁକ୍ତ ଋଣ ଯୋଗାଇ ଦେବା ସମ୍ଭବ ହୋଇପାରିଛି ।  ଏହାଦ୍ୱାରା ଅଧିକ ସଂଖ୍ୟାରେ ଯୁବ ଉଦ୍ୟୋଗୀମାନଙ୍କୁ ନିଜ ବ୍ୟବସାୟର ଶୁଭାରମ୍ଭ କରିବାରେ ସହାୟତା ମିଳିଛି ।

ପିଏମଏମୱାଇର ତଥ୍ୟ ସନ୍ଦର୍ଭରେ ଶ୍ରୀମତୀ ସୀତାରମଣ କହିଥିଲେ, ‘‘ଏହି ଯୋଜନାର ଶୁଭାରମ୍ଭ ଠାରୁ ଆରମ୍ଭ କରି 24.03.2023 ପର୍ଯ୍ୟନ୍ତ 40.82 କୋଟି ଋଣ ଆକାଉଣ୍ଟରେ ପାଖାପାଖି 23.2 ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ଯୋଜନା ଅଧୀନରେ ପ୍ରାୟ 68% ଆକାଉଣ୍ଟ ମହିଳା ଉଦ୍ୟୋଗୀଙ୍କର ହୋଇଥିବା ବେଳେ 51% ଆକାଉଣ୍ଟ ଏସସି/ଏସଟି ଏବଂ ଓବିସି ଶ୍ରେଣୀର ଉଦ୍ୟୋଗୀଙ୍କ ନାମରେ ରହିଛି । ଏହା ଦର୍ଶାଉଛି ଯେ ଦେଶର ନୂଆ ଉଦ୍ୟୋଗୀଙ୍କୁ ସହଜରେ ଋଣ ଉପଲବ୍ଧତା ଦ୍ୱାରା ଋଣର ଉପଲବ୍ଧତା ଫଳରେ ନବସୃଜନ ଏବଂ ପ୍ରତି ବ୍ୟକ୍ତି ଆୟରେ ନିରନ୍ତର ବୃଦ୍ଧି ହୋଇଛି ।’’

ଏମଏସଏମଇ ମାଧ୍ୟମରେ ସ୍ୱଦେଶୀ ଉତ୍ପାଦ ବିକାଶ ଉପରେ ଆଲୋକପାତ କରି ଅର୍ଥ ମନ୍ତ୍ରୀ କହିଥିଲେ, ‘‘ଏମଏସଏମଇର ବିକାଶ ‘ମେକ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମରେ ବ୍ୟାପକ ଯୋଗଦାନ ଦେଇଛି କାରଣ ଦୃଢ଼ ଘରୋଇ ଏମଏସଏମଇ ବଳରେ ଘରୋଇ ବଜାର ସହିତ ରପ୍ତାନି ଲାଗି ମଧ୍ୟ ସ୍ୱଦେଶରେ ଉତ୍ପାଦନ ଖୁବ୍‌ ଅଧିକ ବଢ଼ିଯାଇଛି । ପିଏମଏମୱାଇ ଯୋଜନା ବଳରେ ତୃଣମୂଳସ୍ତରରେ ବହୁ ସଂଖ୍ୟାରେ ରୋଜଗାର ସୁଯୋଗ ସୃଷ୍ଟିରେ ସହାୟତା ମିଳିଛି ଏବଂ ଏହା ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ସହିତ ଏକ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି ।

ଏ ସମ୍ପର୍କରେ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାଗବତ କିଷାନରାଓ କରାଡ଼ କହିଛନ୍ତି, ‘‘ପିଏମଏମଓ୍ୱାଇର ଉଦ୍ଦେଶ୍ୟ ଦେଶରେ ଲଘୁ ଉଦ୍ୟୋଗଗୁଡ଼ିକୁ ବନ୍ଧକମୁକ୍ତ ଋଣ ବାଧାମୁକ୍ତ ଭାବେ ଯୋଗାଇ ଦେବା ସୁନିଶ୍ଚିତ କରିବା । ଏହା ଜରିଆରେ ସମାଜରେ ଋଣରୁ ବଞ୍ଚିତ ଏବଂ ଅତ୍ୟନ୍ତ ସୀମିତ ଋଣ ପାଉଥିବା ବର୍ଗଙ୍କୁ ସଂସ୍ଥାଗତ ଋଣର ଢାଞ୍ଚା ମଧ୍ୟକୁ ଅଣାଯାଇଛି । ‘ମୁଦ୍ରା’କୁ ପ୍ରୋତ୍ସାହନ ଦେବା ଲାଗି ସରକାରୀ ନୀତି ବଳରେ ଲକ୍ଷାଧିକ ଏମଏସଏମଇ ଉଦ୍ୟୋଗ ଔପଚାରିକ ଅର୍ଥବ୍ୟବସ୍ଥାର ଅଂଶବିଶେଷ ହୋଇସାରିଛନ୍ତି ଏବଂ ଏହାଦ୍ୱାରା ସେମାନଙ୍କୁ ମନଇଚ୍ଛା ସୁଧ ଦରରେ ଋଣ ଦେଉଥିବା ସାହୁକାରମାନଙ୍କ କବଳରୁ ବାହାରକୁ ବାହାରିବାରେ ସହାୟତା ମିଳିଛି ।

ଏବେ ଯେତେବେଳ ଆମେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର 8 ବର୍ଷ ପୂର୍ତ୍ତି ପାଳନ କରୁଛୁ ଆସନ୍ତୁ ସେହି ତିନୋଟି ପ୍ରମୁଖ ସ୍ତମ୍ଭ ଉପରେ ଆଲୋଚନା କରିବା ଯାହାକୁ ଆଧାର କରି ଏହି ଯୋଜନା ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ସୁନିଶ୍ଚିତ କରୁଛି । ଏହି କାର୍ଯ୍ୟକ୍ରମ ଅଧୀନରେ, ପ୍ରଯୁକ୍ତି ସହାୟତାରେ ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ସହଯୋଗ ଦୃଷ୍ଟିକୋଣ ଆପଣାଇ ତିନୋଟି ଉଦ୍ଦେଶ୍ୟକୁ ପୂରଣ କରିବା ଲାଗି ପ୍ରୟାସ କରାଯାଉଛି । ଏଥିସହିତ ଜରୁରି ଋଣ ସୁବିଧାରୁ ବଞ୍ଚିତ ଲୋକମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯାଉଛି ।

ଆର୍ଥିକ ଅନ୍ତର୍ଭୁକ୍ତିକରଣର ତିନୋଟି ସ୍ତମ୍ଭ ମଧ୍ୟରୁ ଗୋଟିଏ- ପାଣ୍ଠିରୁ ବଞ୍ଚିତ ଲୋକମାନଙ୍କୁ ଆର୍ଥିକ ସୁବିଧା ଦେବା-ପିଏମଏମୱାଇ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଏକ ଇକୋସିଷ୍ଟମ ପ୍ରତିଫଳିତ ହୋଇଥାଏ । କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଋଣ ସୁବିଧା ଦେବା ଉଦ୍ଦେଶ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି ।

ବଢ଼ିଲା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ଅବଧି, ଜାଣନ୍ତୁ କିପରି ଉଠାଇବେ ଲାଭ...

ଏବେ ଘରକୁ ଘର ପାଣି ଯୋଗାଇବେ ସରକାର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments