1. ସରକାରୀ ସ୍କିମ

PM KISAN YOJANA: ୬୦୦୦ ଜାଗାରେ ବର୍ଷକୁ ମିଳିବ ୧୨୦୦୦ ଟଙ୍କା

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l

Tanushree Mahapatra
Tanushree Mahapatra
Now farmers will get rs 12000 per year in pm kisan scheme , image source - twitter

Now farmers will get rs 12000 per year in pm kisan scheme , image source - twitter

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l

ଚାଷ ହେଉଛି ଆମ ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଆଉ ଏକ ରାସ୍ତା ଲ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଦେବା ପାଇଁ ଡିସେମ୍ବର 2018 ରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ । ଏହା ପୂର୍ବରୁ କୃଷକମାନେ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ କୌଣସି ସରକାରଙ୍କ ଠାରୁ ନଗଦ ସହାୟତା ପାଇ ନଥିଲେ ଯାହା କେନ୍ଦ୍ର ସରକାର ୨୦୧୮ ରେ ଲାଗୁ କଲେ  । ଏହି ଯୋଜନା ଦ୍ୱାରା ଦେଶର ହଜାର ହଜାର କୃଷକ ଲାଭ ପାଉଛନ୍ତି l

ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଉଭୟ ସରକାର ସହରରୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏହି ଯୋଜନା ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛି । ଗୃହ ଯୋଜନା ଠାରୁ ଆରମ୍ଭ କରି ରାସନ, ବିଦ୍ୟୁତ୍, ଶିକ୍ଷା, ରୋଜଗାର, ଭତ୍ତା, ସହିତ ଜଡିତ ଅନେକ ବୀମା ଏବଂ ପେନସନ ଭଳି ଅନେକ ପ୍ରକାରର ଲାଭଦାୟକ କଲ୍ୟାଣକାରୀ ଯୋଜନା ଚାଲିଛି ଦେଶର ନାଗରିକଙ୍କ ପାଇଁ । ସେହିଭଳି କେନ୍ଦ୍ର ସରକାର ଦେଶର କୃଷକମାନଙ୍କ ପାଇଁ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରେ କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି  l  ସେମାନଙ୍କୁ ଏହି ଯୋଜନାରେ ପ୍ରତି ଚାରିମାସରେ ୨ ହଜାର ଟଙ୍କା କିସ୍ତି ପ୍ରଦାନ କରାଯାଉଛି ।  ଆଉ ଏଥିରେ ଏବେ ପରିବର୍ତ୍ତନ କରିଛନ୍ତି ସରକାର  l

କେନ୍ଦ୍ର ସରକାରଙ୍କ ଏହି ପିଏମ୍ କିସାନ ଯୋଜନାରୁ କୋଟି କୋଟି କୃଷକଙ୍କୁ ସହାୟତା ଯୋଗାଇ ଦିଆଯାଉଛି  । କୃଷକଙ୍କୁ ଆର୍ଥିକ କ୍ଷେତ୍ରରେ ମଜବୁତ ଓ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଚାଲୁ ରଖିଛନ୍ତି ୨୦୧୮ ମସିହାରୁ । କିନ୍ତୁ ବର୍ତ୍ତମାନ ଆଉ ଏକ ବଡ ଖବର ଚାଷୀମାନଙ୍କ ପାଇଁ । ଏଣିକି ବର୍ଷକୁ ୬୦୦୦ ପରିବର୍ତ୍ତେ ୧୨ ହଜାର ଟଙ୍କା ପାଇପାରିବେ କୃଷକମାନେ ଏହି ଯୋଜନା ମାଧ୍ୟମରେ । ତେବେ ଏହି ଯୋଜନାକୁ ଗତକାଲି ମନ୍ତ୍ରୀମଣ୍ଡଳର ବୈଠକରେ ମଞ୍ଜୁରୀ ମିଳିସାରିଛି ।

ତେବେ ଏହି ଆର୍ଥିକ ସହାୟତା କେବଳ ମହାରାଷ୍ଟ୍ରର କୃଷକମାନଙ୍କୁ ଦିଆଯିବ ବୋଲି ଜଣାପଡିଛି । ଏବେ ଏହି ଟଙ୍କା ମହାରାଷ୍ଟ୍ର ସରକାର ରାଜ୍ୟର ଏକ କୋଟିରୁ ଅଧିକ ଚାଷୀଙ୍କୁ ବାର୍ଷିକ ଆର୍ଥିକ ସହାୟତା ଭାବେ ଯୋଗାଇ ଦେବେ । ତେବେ ଏ ନେଇ ମହାରାଷ୍ଟ୍ର ସରକାର ଗତକାଲି ନୂଆ ଯୋଜନା ‘ନମୋ ଶେତକରୀ ମହାସମ୍ମାନ ଯୋଜନା’ ଆଣିଛନ୍ତି ଯାହା ଚାଷୀଙ୍କ ପାଇଁ । ଗତକାଲି ଏକ ବୈଠକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀମଣ୍ଡଳରେ ଏହି ଯୋଜନାକୁ ଅନୁମୋଦନ ମିଳିଛି ।

ଏ ଘୋଷଣାକୁ ନେଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପିଏମ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ମିଳୁଥିବା କେନ୍ଦ୍ରରୁ ୬୦୦୦ ଟଙ୍କା ବ୍ୟତୀତ ଏହି ଟଙ୍କା ପ୍ରତି ପଞ୍ଜିକୃତ କୃଷକଙ୍କୁ ଏହା ପ୍ରଦାନ କରାଯିବ । ଅର୍ଥାତ ଏହି ରାଜ୍ୟର କୃଷକମାନେ ଉଭୟ ଯୋଜନାରେ ଆର୍ଥିକ ସହାୟତା ପାଇବେ ।  

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments