1. ସରକାରୀ ସ୍କିମ

କ'ଣ ଏହି ସରକାରଙ୍କ ପାଣି ପଞ୍ଚାୟତ ଯୋଜନା ?

ଓଡିଶା ରାଜ୍ୟ ହେଉଛି ଏକ କୃଷି ପ୍ରବଣ ରାଜ୍ୟ l ତେବେ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଅଧିକ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ଜରୁରୀ ବୋଲି ଅନୁଭବ କରାଗଲା ରାଜ୍ୟରେ । ସରକାର ଆରମ୍ଭରୁ କ୍ର୯ଉଷୀକୁ ଗୁରୁତ୍ୱ ଦେଇଛନ୍ତି ସବୁବେଳେ l

Tanushree Mahapatra
Tanushree Mahapatra
Pani panchayat scheme of odisha govt …..

Pani panchayat scheme of odisha govt …..

ଓଡିଶା ରାଜ୍ୟ ହେଉଛି ଏକ କୃଷି ପ୍ରବଣ ରାଜ୍ୟ l ତେବେ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଅଧିକ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ଜରୁରୀ ବୋଲି ଅନୁଭବ କରାଗଲା ରାଜ୍ୟରେ । ସରକାର ଆରମ୍ଭରୁ କ୍ର୯ଉଷୀକୁ ଗୁରୁତ୍ୱ ଦେଇଛନ୍ତି ସବୁବେଳେ l ଏଣୁ ଅଧିକରୁ ଅଧିକ ଜମିକୁ କିପରି ଜଳସେଚିତ କରି କୃଷିର ଏବଂ କୃଷକର କିପରି ଉନ୍ନତି କରାଯାଇପାରିବ ସରକାର ସେ ଦିଗରେ ନିଜର ତତ୍ପରତା ଦେଖାଇଛନ୍ତି ସର୍ବଦା l

ସେଥିପାଇଁ ରାଜ୍ୟ ସରକାର ଅନେକ ଜଳ ଯୋଜନା ପ୍ରଚଳନ କଲେ ରାଜ୍ୟରେ l କିନ୍ତୁ ସମୟକ୍ରମେ ଦେଖିବାକୁ ଦେଖିବାକୁ ଗଲେ ଜଳସେଚନ ପ୍ରକଳ୍ପ ଗୁଡିକର ଉପରମୁଣ୍ଡରେ ଜଳର ଅପଚୟ ଏବଂ ଆବଶ୍ୟକୀୟ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ସେଚ ଜଳର ସୁବିନିଯୋଗ ହୋଇପାରୁ ନଥିଲା ।

କେବଳ ସରକାରୀ ବ୍ୟବସ୍ଥା କିମ୍ବା ଚାଷୀଙ୍କର ବ୍ୟକ୍ତିଗତ ଉଦ୍ୟମ ଦ୍ଵାରା ଜଳସେଚନ ପ୍ରଣାଳୀର ଉତ୍ତମ ରକ୍ଷଣାବେକ୍ଷଣ ଓ ସୁପରିଚାଳନ ଭାବେ ଚାଲିବ ବୋଲି ଭାବିବା ଅସମ୍ଭବ । ଏଣୁ ଏହାର ସମାଧାନ ନିମନ୍ତେ ପ୍ରତ୍ୟକ୍ଷ ଯୋଗଦାନ ଓ ସହଭାଗୀ ଜଳସେଚନ ପରିଚାଳନା ମାଧ୍ୟମରେ ଉପଲବ୍ଧ ସେଚ ଜଳର ସୁପରିଚାଳନା , ସୁଷମ ବଣ୍ଟନ  ଓ ସଂରକ୍ଷଣ ନିହାତି ଆବଶ୍ୟକ ବୋଲି ଅନୁଭବ କଲେ ରାଜ୍ୟ ସରକାର । ପରେ ପରେ କୃଷି କୁ ସର୍ବଦା ଗୁରୁତ୍ୱ ଦେଉଥିବା ସରକାର ଆରମ୍ଭ କଲେ ଆଉ ଏକ ଯୋଜନା l ଯାହାର ନା ଦେଇଥିଲେ ରାଜ୍ୟ ସରକାର " ପାଣି ପଞ୍ଚାୟତ " l  ପାଣି ଅଭାବରୁ ଚାଷୀର ଫସଲ ନଷ୍ଟ ନ ହେଉ l  ଆଉ ଦୂର ହେବ ମରୁଡ଼ି ସ୍ଥିତି । ଉଚ୍ଚ ସ୍ଥାନରେ ଥିବା ଚାଷ ଜମିକୁ ବି ପାଣି ସଠିକ ଭାବେ ମାଡ଼ିବ ଯାହାଦ୍ୱାରା ଚାଷ ଜମିରେ ଉଚିତ ମାତ୍ରରେ ଜଳସେଚନ ହୋଇପାରିବ । ଏଭଳି ଲକ୍ଷ୍ୟ ନେଇ ପାଣି ପଞ୍ଚାୟତ ସରକାରୀ ଯୋଜନା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପାଟନାୟକ l ଜଳର ନିରନ୍ତର ସୁବିନିଯୋଗରେ ପାଣି ପଞ୍ଚାୟତ ସଠିକ ଭାବେ କାର୍ଯ୍ୟ କରୁଛି l

ଯୋଜନଟି ଶୁଭାରମ୍ଭ ହେବା ପରେ କିଛି ଉଦେଶ୍ୟ ନେଇ ନିଜ କାମ ଆରମ୍ଭ କରିଥିଲା l  ଏକ ସ୍ଥିର, ପର୍ଯ୍ୟାପ୍ତ ଓ ନିର୍ଭରଶୀଳ ଜଳଯୋଗାଣକୁ ପ୍ରତି ପଂଚାୟତରେ ସୁନିଶ୍ଚିତ କରିବା । ୫-୮ ଏକର ବିଶିଷ୍ଟ ଚକରେ ଏକ ନ୍ୟାୟସଙ୍ଗତ ଜଳବଣ୍ଟନ ପ୍ରଣାଳୀକୁ ସୁନିଶ୍ଚିତ କରିବା । ଏହି ପ୍ରଣାଳୀ ଦ୍ଵାରା ଜଳସେଚନର କ୍ଷମତାକୁ ଉତ୍କୃଷ୍ଟ  କରାଯାଇପାରିବ ଯାହା ପ୍ରତି ପଞ୍ଚାୟତର ଚାଷ କ୍ଷେତ୍ରକୁ ଜଳ ସଠିକ ଭାବେ ଯୋଗାଇବାରେ ସକ୍ଷମ ହେବ l ଅନ୍ୟପଟେ ଅଧିକାଂଶ ଚାଷୀମାନଙ୍କ ଦ୍ଵାରା ଏହା ଆଦୃତ ହୋଇପାରିବ ଯାଦ୍ୱାରା ସେମାନେ ଏହାକୁ ନିଜ ପ୍ରକଳ୍ପବୋଲି ଚିନ୍ତା କରିବେ ଏବଂ ସଠିକ ଭାବେ ଉପଯୋଗ କରିବେ ।

ତେବେ ଏହି ପାଣି ପଞ୍ଚାୟତ ବିଭାଗ କେବଳ ଚାଷୀଙ୍କୁ ଜଳ ଯାଗାଇବାରେ କାର୍ଯ୍ୟ କରୁନି ଏହା ବ୍ୟତୀତ ଅନ୍ୟ କାର୍ଯ୍ୟ ମଧ୍ୟ ଜାରି ରଖିଛି l ଅନଲାଇନ୍ ବ୍ୟବସ୍ଥାରେ ଅଭିଯୋଗର ସମାଧାନ କରିବା , ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ମଜୁରୀ ପ୍ରଦାନ କରିବାରେ ମଧ୍ୟ କାର୍ଯ୍ୟ କରୁଛି, ବନ୍ୟା ସମ୍ପର୍କରେ ସମୟଭିତ୍ତିକ ପ୍ରାକ୍ ସ୍ଥିତିର ସଠିକ ଆକଳନ କରିବା, ଶିଳ୍ପ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ଅନଲାଇନ୍ ବ୍ୟବସ୍ଥାରେ ଜଳ ଆବଣ୍ଟନ, ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗରେ ବିଭାଗୀୟ ବିଭିନ୍ନ କାର୍ଯ୍ୟର ତଦାରଖ ବ୍ୟବସ୍ଥାକୁ ଦକ୍ଷତାର ସହ ନିର୍ବାହ କରିବା, ଭୂତଳ ଜଳର ସଠିକ ମାତ୍ରା ଜାଣିବା, ଜଳ ସଂରକ୍ଷଣ, ଜଳ ସମ୍ପଦର ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଅଧିକ ଜ୍ଞାନ ସମ୍ପନ୍ନ ଅନୁଷ୍ଠାନ ବା ବ୍ୟକ୍ତି ବିଶେଷଙ୍କ ସହଭାଗିତାକୁ ଜଳସମ୍ପଦ ବିଭାଗ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ।

ତେବେ ପାଣି ପଞ୍ଚାୟତ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇ ଜଳ ବ୍ୟବହାର କରୁଥିବା କୃଷକଙ୍କ କ୍ଷେତ୍ରରେ ପତି ବା ପତ୍ନୀଙ୍କୁ ପାଣି ପଞ୍ଚାୟତର ସଦସ୍ୟା ଭାବେ ନିୟୋଜିତ କରାଯାଇଛି । ମେଗା ଲିଫ୍ଟ ପ୍ରକଳ୍ପ ଗୁଡିକ ଅଧିନରେ ପାଣି ପଞ୍ଚାୟତ ଯୋଜନା ଗଠନ କରାଯାଇଛି । ପାଣି ପଞ୍ଚାୟତଗୁଡିକର କାର୍ଯ୍ୟାବଳୀ ସମ୍ପର୍କରେ ଜାଣିବା ପାଇଁ ସୂଚନା ଓ ପ୍ରଯୁକ୍ତି ଆଧାରରେ ଇ-କାଡ୍ ଭଳି ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ଏହି ପଦକ୍ଷେପକୁ ଆହୁରି ଆଗକୁ ନେବା ଏବଂ ସମସ୍ତଙ୍କ ମଧ୍ୟରେ ପାଣି ପଞ୍ଚାୟତର ଗୁରୁତ୍ୱ ଓ ପାଣି ପଞ୍ଚାୟତ ସଦସ୍ୟ ସଦସ୍ୟାଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ, ଜଳ ସମ୍ପଦର ସୁରକ୍ଷା ଏବଂ ପାଣି ପଞ୍ଚାୟତଗୁଡିକର କାର୍ଯ୍ୟକୁ ଆହୁରି ଆଗକୁ ନେବାରେ ସହାୟତା କରୁଥିବା ସମସ୍ତ ସହଭାଗୀ ଅନୁଷ୍ଠାନର ସହଯୋଗରେ ଏହି ବାର୍ଷିକ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯିବ ବୋଲି ଜଳସମ୍ପଦ ବିଭାଗ ତରଫରୁ ଜଣାଯାଇଛି ।

ଏବେ ମହଙ୍ଗା ଭତ୍ତାରେ ମହିଳାଙ୍କୁ ବି ମିଳିବ ମାସକୁ ୧୫୦୦

ଏବେ ମାଗଣାରେ ମିଳିବ ଡାଲି, ଚିନି ଓ ଲୁଣ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments