1. ସରକାରୀ ସ୍କିମ

Farmer Pension scheme: ଏହି ସ୍କିମ୍‌ରେ ଆକାଉଣ୍ଟକୁ ଆସିବ ଟଙ୍କା

ଚାଷୀ ପାଇବେ ପେନସନ l ଆପଣ ଜଣେ ଚାଷୀ କି ? ଆଜି ହିଁ ଆବେଦନ କରନ୍ତୁ l

Tanushree Mahapatra
Tanushree Mahapatra
pension scheme under PM Kisan Maandhan Yojana , image source - pexels.com

pension scheme under PM Kisan Maandhan Yojana , image source - pexels.com

କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର ଦୁହେଁ ଚାଷୀଙ୍କ ଉନ୍ନତି ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରୁଛନ୍ତି l ଯାହାଦ୍ୱାରା ଚାଷୀଙ୍କୁ ଆର୍ଥିକ ସହାୟତା ମିଳିପାରୁଛି l ଚାଷୀଙ୍କ ଏକ ନିର୍ଦ୍ଦିଷ୍ଟ ବୟସ ପରେ ସେମାନେ ଆଉ ଚାଷକାମରେ ସାମିଲ ହୋଇ ପାରୁନାହାନ୍ତି l ତେଣୁ ବୃଦ୍ଧାବସ୍ଥାରେ, ଆୟର ଉତ୍ସ ବନ୍ଦ ହୋଇଯାଏ ସେମାନଙ୍କ ପାଇଁ । ଆଉ ଏହି କଥାକୁ ଆଖିରେ ରଖି କେନ୍ଦ୍ର ସରକାର ଏକ ପେନସନ ଯୋଜନା ଆରମ୍ଭ କରିଛନ୍ତି  l ଯେଉଁଥିପାଇଁ ଚାଷୀ ଅନ୍ୟ ଲୋକଙ୍କୁ ହାତ ପତେଇବାକୁ ପଡ଼ିବ ନାହିଁ । ସେମାନେ ଏହି ପେନସନ ଯୋଜନାରେ ଲାଭ ପାଇବେ l ମୋଦି ସରକାର ଏହି ଯୋଜନା ଅଧୀନରେ ଚାଷୀଙ୍କୁ ପେନସନ୍ ପାଇବା ପାଇଁ ସୁଯୋଗ ଦେଉଛନ୍ତି ।

ଯଦି ଆପଣ ଜଣେ ଚାଷୀ ଏବଂ ଆପଣ ମଧ୍ୟ ବୃଦ୍ଧାବସ୍ଥା ପାଇଁ ପେନସନ୍ ବ୍ୟବସ୍ଥାରେ ଆର୍ଥିକ ସହାୟତା ପାଇବାକୁ ଚାହୁଁଛନ୍ତି, ତେବେ ସରକାରଙ୍କ ଏହି ଯୋଜନାରେ ଆପଣଙ୍କୁ ଟଙ୍କା ବିନିଯୋଗ କରିବାର ସୁଯୋଗ ରହିଛି । ଯେଉଁଥିପାଇଁ ଆପଣ ୬୦ ବର୍ଷ ବୟସରେ ପ୍ରତିମାସରେ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ୍ ପାଇପାରିବେ ସରକାରଙ୍କ ମାଧ୍ୟମରେ । ମୋଦି ସରକାର ସାମାଜିକ ସୁରକ୍ଷା ଏବଂ ଆର୍ଥିକ ସହାୟତା ପାଇଁ ଅନେକ ଯୋଜନା ଚଳାଉଛନ୍ତି। ଯାହା ଚାଷୀଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା ଯୋଗାଉଛି l ଯେଉଁଥିପାଇଁ କୃଷକମାନଙ୍କ ପାଇଁ ଏହି ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ମାଧ୍ୟମରେ ପେନସନ ପାଇ ପାରିବେ ।

ପ୍ରଧାନମନ୍ତ୍ରୀ କିସାନ ମନଧନ ଯୋଜନା:-

ଦେଶରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ପରିଚାଳିତ ହେଉଛି ଗତକିଛି ବର୍ଷ ହେବ । ଯାହା ଆଜିର ସମୟରେ ଦେଶର ଖାଦ୍ୟ ଯୋଗାଣକାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ବୋଲି ପ୍ରମାଣିତ ହେଉଛି । ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ଏହି ଯୋଜନା ପାଇଁ ଆବେଦନକାରୀଙ୍କ ବୟସ ଅତିକମରେ ୧୮ ବର୍ଷ ଏବଂ ସର୍ବାଧିକ ୪୦ ବର୍ଷ ହେବା ଉଚିତ । ଏହି ଯୋଜନା ମାଧ୍ୟମରେ ସରକାର ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ବିନିଯୋଗ କରି ପେନସନ୍ ପାଇବା ପାଇଁ ସୁଯୋଗ ଦେଉଛନ୍ତି ଚାଷୀଙ୍କୁ । ଏଥିରେ ଲାଭ ପାଇବା ପାଇଁ, ଜାଣିରଖିବା ଉଚିତ ଯେ, ଯେଉଁମାନେ ଅସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି  ଏବଂ ତାଙ୍କ ମାସିକ ଆୟ ୧୫,୦୦୦ରୁ କମ୍ ରହିବା ଆବଶ୍ୟକ ।  ଯେପରିକି ଟେଲର, କମାର, ରିକ୍ସା ଚାଳକ, ଘରୋଇ ଶ୍ରମିକ ଭଳି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଆବେଦନ କରିପାରିବେ ଏହି ଯୋଜନାରେ । ତେବେ ଡେରି ନ କରି ଆଜି ହିଁ ଏଥିପାଇଁ ଆବେଦନ କରନ୍ତୁ l

କିପରି ପେନସନ୍ ପାଇବେ:-

ଆପଣ ଜଣେ ଚାଷୀ ଏବଂ ଯଦି ଆପଣ ବାର୍ଷିକ ୩୬,୦୦୦ ଟଙ୍କା ପେନସନ୍ ପାଇବାକୁ ଚାହୁଁଛନ୍ତି l ତେବେ  ଆପଣ ୧୮ ବର୍ଷ ବୟସ ହୋଇଛି  ଆପଣଙ୍କୁ ମାସକୁ ୫୫ ଟଙ୍କା ଜମା କରିବାକୁ ପଡ଼ିବ ଏହି ଯୋଜନାରେ । ଯାହା ମାଧ୍ୟମରେ ଆପଣ ମାସକୁ ୩୦,୦୦୦ ଟଙ୍କା ପେନସନ୍ ପାଇବା ପାଇଁ ଯୋଗ୍ୟ ହେବେ । ଯଦି ଆପଣଙ୍କୁ ୪୦ ବର୍ଷ ବୟସ, ତେବେ ଆପଣଙ୍କୁ ପ୍ରତି ମାସରେ ୨୦୦ ଟଙ୍କା ଜମା କରିବାକୁ ପଡ଼ିବ । ଏହି ଯୋଜନାରେ ଜଣେ ଶ୍ରମିକ ନିଜର ୬୦ ବର୍ଷ ବୟସ ପରେ ପେନସନ ପାଇବା ଆରମ୍ଭ କରିବ । ଯାହା ଵୃଦ୍ଧାଵସ୍ଥାରେ ସହାୟତା ଦେବ l

କିପରି ବିନିଯୋଗ କରିବେ:-

ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରେ ଏହି ଯୋଜନା ଅନ୍ୟତମ l ତେବେ ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ଅଧୀନରେ ଏହି ଲାଭ ପାଇବେ ଆପଣ l ଯୋଜନାର ଲାଭ ପାଇବାକୁ ହେଲେ ଆପଣଙ୍କୁ  ପଞ୍ଜୀକରଣ କରିବାକୁ ପଡ଼ିବ। ଯାହା ଆପଣ ଆପଣଙ୍କର ନିକଟତମ ସାଧାରଣ ସେବା କେନ୍ଦ୍ର (CSC) କୁ ଯାଇ ପଞ୍ଜୀକୃତ କରିବାର ସୁବିଧା ପାଇବେ ।  ଆପଣ ଘରେ ବସି ମଧ୍ୟ ସରକାରୀ ପୋର୍ଟାଲରେ ନିଜକୁ ଅନଲାଇନରେ ପଞ୍ଜୀକୃତ କରିପାରିବେ ଯଦି ନିର୍ଭୁଲ ପଞ୍ଜିକରଣ କରିବାକୁ ଚାହାନ୍ତି ତେବେ ଆପଣ ସେବା କେନ୍ଦ୍ର ପରିଦର୍ଶନ କରନ୍ତୁ ।

BSKY Health Card: ବଢ଼ିଲା ଆବେଦନ ଅବଧି

Viswakarma Yojna: ମାଗଣାରେ କରନ୍ତୁ ଆବେଦନ, ମିଳିବ ୧୫ ହଜାର ଟଙ୍କା!

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments