Government Schemes

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ମିଳିଛି କେନ୍ଦ୍ରୀୟ ସହାୟତା

ରାଜ୍ୟ ତଥା କେନ୍ଦ୍ର ସରକାର ସଦା ସର୍ବଦା ଚାଷୀଙ୍କ ହିତ ପାଇଁ କାମ କରୁଛନ୍ତି l ଅନେକ ଯୋଜନା ପ୍ରଣୟନ କରାଯାଉଛି l ଯାହାର ଲାଭ ଉଠାଉଛନ୍ତି ଚାଷୀ l ପ୍ରତି ବର୍ଷ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ ଉପସ୍ଥାପନ କରାଯାଉଛି l

21 March, 2023 1:00 AM IST By: Tanushree Mahapatra

ରାଜ୍ୟ ତଥା କେନ୍ଦ୍ର ସରକାର ସଦା ସର୍ବଦା ଚାଷୀଙ୍କ ହିତ ପାଇଁ କାମ କରୁଛନ୍ତି l ଅନେକ ଯୋଜନା ପ୍ରଣୟନ କରାଯାଉଛି l ଯାହାର ଲାଭ ଉଠାଉଛନ୍ତି ଚାଷୀ l ପ୍ରତି ବର୍ଷ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ ଉପସ୍ଥାପନ କରାଯାଉଛି l ସେହିପରି ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶା ଆଠଟି ତ୍ୱରାନ୍ୱିତ ଜଳସେଚନ ସୁବିଧା କାର୍ଯ୍ୟକ୍ରମ ପ୍ରକଳ୍ପ ମଧ୍ୟରୁ ପାଞ୍ଚଟି ଯଥା ଉପର ଇନ୍ଦ୍ରାବତୀ, ରୁକୁଡା, ରେତ, ତେଲଙ୍ଗିର ଓ ନିମ୍ନ ଇନ୍ଦ୍ରାବତୀର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଅଭିଯାନ ( Pradhan Mantri Krishi Sinchayee Yojana) ମାଧ୍ୟମରେ କୃଷକଙ୍କୁ ପାଣିର ବ୍ୟବହାରରେ ସାହାଯ୍ୟ ମିଳୁଥିବା ବେଳେ ପାଖାପାଖି  ୫୮ ଲକ୍ଷରୁ ଅଧିକ ଚାଷୀଭାଇ ଲାଭାନ୍ଵିତ ହୋଇଛନ୍ତି । ୨୦୨୧ -୨୬ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର କାର୍ଯ୍ୟକାରିତାକୁ ଗୁରୁତ୍ବ ଦିଆଯାଉଛି ଚାଷୀଙ୍କର । ପ୍ରଥମମେ ଏହି ଯୋଜନାରେ ରାଜ୍ୟମାନଙ୍କୁ 37,454 କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ସମେତ ମୋଟ 93,068 କୋଟି ଟଙ୍କାର ଖର୍ଚ୍ଚ ଅଟକଳ ରଖାଯାଇଥିଲା ।

ପ୍ରତ୍ୟେକ ବୁନ୍ଦା ପାଣି ପ୍ରତ୍ୟେକ ଜୀବନ ପାଇଁ ମୂଲ୍ୟବାନ ଅଟେ । ଜଳ ସଂରକ୍ଷଣକୁ ଅଧିକ ପ୍ରାଧାନ୍ୟ ଦେବା ପାଇଁ ସରକାର ଏହି ଅଭିଯାନ ଚଳାଇଛନ୍ତି । ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଆଧାରରେ ଦୀର୍ଘ ଦିନରୁ ଅଟକି ରହିଥିବା ଜଳସେଚନ ପ୍ରକଳ୍ପ ପୁରା କରିବା ପାଇଁ ଲକ୍ଷ ରଖାଯାଇଛି । ଏହାସହ ପ୍ରତିଟି ଜମିକୁ ପାଣି ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର  । ନଦୀଗୁଡିକୁ ଯୋଡିବା ସହିତ ବନ୍ୟା ଏବଂ ମରୁଡ଼ିକୁ ରୋକିବା ପାଇଁ ଜଳ ଉତ୍ସଗୁଡ଼ିକର ଉପଯୋଗକୁ ସୁନିଶ୍ଚିତ କରୁଛନ୍ତି କେନ୍ଦ୍ର  ସରକାର । ଚାଷ କ୍ଷେତ୍ରରେ ଯେତିକି ଜଳ ଆବଶ୍ୟକ ସେତିକି ଜଳ ବ୍ୟବହାର ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି l

ଆଉ ଏବେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ରେ କେବିକେ ଅଞ୍ଚଳ ପାଇଁ କେନ୍ଦ୍ରୀୟ ସହାୟତା କମିଛି ଯାହା ଚାଷୀଙ୍କୁ ହଇରାଣ ହେବା ପାଇଁ ପଡୁଛି । ସହାୟତା ହାର ହ୍ରାସ ପାଇବା ଦ୍ବାରା ପଛୁଆ ଅଞ୍ଚଳରେ ଜଳସଚେନର ବିକାଶ ପ୍ରଭାବିତ ହେବାନେଇ ଆଶଙ୍କା ପ୍ରକାଶ କରାଯାଉଛି । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ଏକ ଉପାଦାନ ହେଉଛି ଏଆଇବିପି(AIBP ) । କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତିକ୍ରମେ ଏଆଇବିପି କାର୍ଯ୍ୟକ୍ରମ ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ଚାଲୁରହିବ ବୋଲି ନୀତି ଆୟୋଗ ପକ୍ଷରୁ ସୂଚନା ରହିଛି ।

ତେବେ ସୂଚନା ଅନୁଯାୟୀ ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ନୂଆଦିଲ୍ଲୀ ସଂସଦ ମାର୍ଗସ୍ଥିତ ନୀତି ଆୟୋଗ କାର୍ଯ୍ୟାଳୟର ତଥ୍ୟ ଅନୁସାରେ, ଓଡ଼ିଶାର କେବିକେ ଅଞ୍ଚଳକୁ ବର୍ତ୍ତମାନ କେନ୍ଦ୍ର ରାଜ୍ୟ ସହାୟତା ହାର ୬୦ :୪୦ ରହିଛି । ଯାହାକି ଦେଶର ସ୍ୱତନ୍ତ୍ର ପାହ୍ୟା ରାଜ୍ୟମାନଙ୍କ ସହିତ ଓଡ଼ିଶାର କେବିକେ ଅଞ୍ଚଳକୁ ଏଆଇବିପିରେ କେନ୍ଦ୍ର ରାଜ୍ୟ ସହାୟତା ହାର ୯୦ :୧୦ ଥିଲା । ଏହି ସହାୟତା ହାର ହ୍ରାସ ପାଇବା ଦ୍ବାରା କେବିକେ ଅଞ୍ଚଳରେ ଜଳସଚେନର ବିକାଶ କେବଳ ପ୍ରଭାବିତ ହେବ ଏହା ନୁହେଁ, ଏକ ପଛୁଆ ଅଞ୍ଚଳ ଭାବେ କେନ୍ଦ୍ର ସରକାରଙ୍କ ଯେଉଁ କେବିକେ ମାନ୍ୟତା ଥିଲା ତାହା ମଧ୍ୟ ଶେଷ ହେବ ବୋଲି ଶ୍ରୀ ପଣ୍ଡା କହିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୃଷି ଓ କୃଷକର ବିକାଶ ପାଇଁ ଜଳସେଚନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତତ୍କାଳୀନ ଭାରତ ସରକାର ୧୯୯୫-୯୬ ମସିହାରେ ଏଆଇବିପି ଯୋଜନା ଆରମ୍ଭ କରିଥିଲେ କିନ୍ତୁ ଏହା ସଠିକ କାର୍ଯ୍ୟକାରୀ ନ ହେବା ଦୁଃଖର ବିଷୟ । ଜଳସେଚନ ରାଜ୍ୟର ବିଷୟବସ୍ତୁ ହୋଇଥିଲେ ମଧ୍ୟ ରାଜ୍ୟମାନଙ୍କର ନିର୍ମାଣାଧୀନ ଓ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପଗୁଡ଼ିକୁ କେନ୍ଦ୍ର ସରକାର ଏହି ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଥିଲେ କିନ୍ତୁ ଏଥିରେ ଅବହେଳା ଏବେ ଚାଷୀଙ୍କୁ ହଇରାଣ କରୁଛି ଚାଷ ପାଇଁ ।

ସ୍ୱତନ୍ତ୍ର ପାହ୍ୟା ରାଜ୍ୟମାନଙ୍କୁ ଓ ଓଡ଼ିଶାର ଅବିଭକ୍ତ କେବିକେ ଅଞ୍ଚଳର ଜିଲ୍ଲାମାନଙ୍କୁ ତଥା ବର୍ତ୍ତମାନର ୮ଟି ଜିଲ୍ଲାକୁ ସାଧାରଣ ପାହ୍ୟା ରାଜ୍ୟ ଅପେକ୍ଷା ଅଧିକ କେନ୍ଦ୍ରୀୟ ଆର୍ଥିକ ସହାୟତାର ବ୍ୟବସ୍ଥା ରହିଥିଲା । ଯାହା ଅନୁଯାୟୀ ନୂଆପଡ଼ା ଜିଲ୍ଲାର ଲୋୟର ଇନ୍ଦ୍ର ଏହି ଯୋଜନାରେ ଅଧିକ ମାତ୍ରାରେ କେନ୍ଦ୍ରୀୟ ଅନୁଦାନ ପାଇଛି । ଏଆଇବିପି ଯୋଜନା ସଂଶୋଧିତ ହେବାଫଳରେ ୨୦୨୧ ମାର୍ଚ୍ଚ ମାସରୁ କେବିକେ ଅଞ୍ଚଳର ଅନେକ ନିର୍ମାଣାଧୀନ ଓ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପଗୁଡ଼ିକ ପୂର୍ବାପେକ୍ଷା କମ୍‌ ଆର୍ଥିକ ସହାୟତା ପାଉଛନ୍ତି ଏବଂ ଆଗକୁ ମଧ୍ୟ ଏହି ଧାରା ଜାରିରହିବ ବୋଲି ଆଶଙ୍କା ପ୍ରକାଶ ପାଇଛି । କିନ୍ତୁ ଏହି ଅର୍ଥ ହାର ଯଦି ଏପରି ଭାବେ କମ ରହିବ ତେବେ ଆଗକୁ ଚାଷ କାର୍ଯ୍ୟରେ ବାଧା ଉପୁଜିପାରେ l

ଏଣିକି ବିଦ୍ୟୁତ୍‌ ଚାଳିତ ଗାଡ଼ି କିଣିଲେ, ସରକାରୀ କର୍ମଚାରୀଙ୍କୁ ୭୫% ଛାଡ

ମିଶନ ମିଲେଟ୍‌: ଆତ୍ମ ନିର୍ଭରଶୀଳ ହେଉଛନ୍ତି ଗାଁ ମହିଳା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)