1. ସରକାରୀ ସ୍କିମ

୨୦୨୩ ଖରିଫ୍‌ରୁ ୨୦୨୬ ରବି ପର୍ଯ୍ୟନ୍ତ ଚାଷୀଙ୍କ ପ୍ରିମିୟମ ଦେବେ ସରକାର

ସେ ବିହନ ହେଉ କି ଟଙ୍କା ସବୁ କ୍ଷେତ୍ରରେ ସରକାର ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି l ଓଡିଶା ରାଜ୍ୟ ହେଉଛି ଏକ ଚାଷ ବହୁଳ ରାଜ୍ୟ l ଅନେକ ପ୍ରକାର ପନିପରିବା ରୁ ଆରମ୍ଭ କରି ଫଳ ପର୍ଯ୍ୟନ୍ତ ସବୁ କିଛି ଚାଷ ହେଉଛି ଏହି ରାଜ୍ୟରେ l

Tanushree Mahapatra
Tanushree Mahapatra
State government take big decision for farmers, image source - twitter

State government take big decision for farmers, image source - twitter

ସେ ବିହନ ହେଉ କି ଟଙ୍କା ସବୁ କ୍ଷେତ୍ରରେ ସରକାର ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି l ଓଡିଶା ରାଜ୍ୟ ହେଉଛି ଏକ ଚାଷ ବହୁଳ ରାଜ୍ୟ l ଅନେକ ପ୍ରକାର ପନିପରିବା ରୁ ଆରମ୍ଭ କରି ଫଳ ପର୍ଯ୍ୟନ୍ତ ସବୁ କିଛି ଚାଷ ହେଉଛି ଏହି ରାଜ୍ୟରେ l ନିକଟରେ ମିଲେଟ ବା ମାଣ୍ଡିଆ କୁ ମଧ୍ୟ ସରକାର ପ୍ରୋତ୍ସାହିତ ଦେବା ପରେ ଚାଷୀ ଏବେ ତାହା ଚାଷ କରି ଲାଭବାନ ହେଉଛନ୍ତି l

ଅନେକ ବୀମା ମଧ୍ୟ ସରକାର ପ୍ରଦାନ କରୁଛନ୍ତି ଚାଷୀଙ୍କୁ l ପୁରୁଷ ଚାଷୀଙ୍କ ଠାରୁ ଆରମ୍ଭ କରି ମହିଳା ଚାଷୀଙ୍କ ପର୍ଯ୍ୟନ୍ତ ରାଜ୍ୟ ସରକାର ସାହାଯ୍ୟ କରୁଛନ୍ତି ଚାଷ କ୍ଷେତ୍ରରେ l ଗତକାଲି ଚାଷୀଙ୍କୁ ନେଇ ଆଉ ଏକ ବଡ ଘୋଷଣା କରାଇଛନ୍ତି ରାଜ୍ୟ ସରକାର l

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ସମବାୟ ବିଭାଗ ପ୍ରତିଟି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ଅବସରରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ବିଭାଗୀୟ ସଫଳତା ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ସମୀକ୍ଷା ପରେ ମନ୍ତ୍ରୀ ନାୟକ ବଡ ସୂଚନା ଦେଇଛନ୍ତି ଚାଷୀଙ୍କ ପାଇଁ । ତେବେ ଆଗାମୀ ୩ ବର୍ଷ ପାଇଁ ଚାଷୀଙ୍କ ଶସ୍ୟବୀମା ସଂପୂର୍ଣ୍ଣ ଭାବେ ମାଗଣା ହେବ ବୋଲି ଘୋଷଣା କରାଯାଇଛି । ରାଜ୍ୟ ସରକାର ୨୦୨୩ ଖରିଫ୍‌ ବର୍ଷରୁ  ୨୦୨୫-୨୬ ଆର୍ଥିକ ରବି ଋତୁ ଚାଷ ପର୍ଯ୍ୟନ୍ତ ଚାଷୀଙ୍କ ପ୍ରିମିୟମ ବାବଦ ଖର୍ଚ୍ଚ ବହନ କରିବେ ଯାହା ଚାଷୀଙ୍କୁ ସମ୍ପୂର୍ଣ୍ଣ ଛଡା କରାଯିବ ।

ଏ ଭଳି ଓଡ଼ିଶା ଚାଷୀଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ସାରା ଦେଶରେ ଅନନ୍ୟ ବୋଲି ଚର୍ଚ୍ଚା ହେଉଛି । ସମବାୟ ବିଭାଗର ବିଭିନ୍ନ ବୀମା ଉପଲବ୍ଧି ମଧ୍ୟରୁ ରାଜ୍ୟର ଚାଷୀମାନଙ୍କୁ କୃଷିଋଣ ଯୋଗାଣ ଅନ୍ୟତମ ଭାବେ ପରିଚିତ । ଓଡ଼ିଶାରେ ତ୍ରିସ୍ତରୀୟ ସ୍ୱଳ୍ପମିଆଦୀ ସମବାୟ ଋଣ ବ୍ୟବସ୍ଥା ଅନ୍ତର୍ଗତ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ୧୭ ଗୋଟି କେନ୍ଦ୍ର ସମବାୟ ବ୍ୟାଙ୍କ ଓ ୨୭୧୦ ଗୋଟି ପ୍ରାଥମିକ କୃଷି ଋଣ ସମବାୟ ସମିତି ଚାଷୀଙ୍କୁ ତାଙ୍କର ଆବଶ୍ୟକତା ମୁତାବକ ସହଜ ସୁବିଧା ସୁଧରେ ଚାଷ ଋଣ ଯୋଗାଇ ଦେଉଛନ୍ତି ଯାହା ଚାଷୀଙ୍କୁ ସାହାଯ୍ୟ କରୁଛି । ସେହିପରି ବିନା ସୁଧରେ ଉପଲବ୍ଧ ଋଣର ପରିମାଣ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି, ଯାହାଫଳରେ କି ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ ୭ ଲକ୍ଷରୁ ଅଧିକ  କ୍ଷୁଦ୍ର ଓ ନାମମାତ୍ର ଚାଷୀ ମୋଟ ୧୬୬୮୩.୫୭ କୋଟି ଟଙ୍କାର କୃଷି ଋଣ ମଧ୍ୟ ପ୍ରଦାନ କରାଯାଇଛି ।

ଚାଷୀଙ୍କୁ ନିଜ ଚାଷ କ୍ଷେତ୍ରରେ ଆହୁରି ଆଗକୁ ବଢିବା ପାଇଁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ l ବିହନ , ଜଳ ଯୋଜନା , ସବସିଡି ଭଳି ଅନେକ କିଛି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହଯୋଗରେ କୃଷି ଆଗକୁ ବଢୁଛି l ଯାହା ରାଜ୍ୟର ଅର୍ଥନୀତିକୁ ସୁଦୃଢ କରିବାରେ ସାହାଯ୍ୟ କରୁଛି l

ପିଏମ କିସାନ ସମ୍ମାନ ନିଧି ଯୋଜନାର ବଡ଼ ଅପଡେଟ: ଜାଣନ୍ତୁ କେଉଁମାନଙ୍କୁ ମିଳିବନି ପରବର୍ତ୍ତୀ କିସ୍ତି..

ଏହି ରାଜ୍ୟଗୁଡ଼ିକରେ ସରକାର ବଢାଇଲେ ମହଙ୍ଗା ଭତ୍ତା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments