ରସୁଣ (Garlic)କେବଳ ଖାଦ୍ୟର ସ୍ୱାଦ ବଢେଇନଥାଏ ବରଂ ଔଷଧ ଭଳି କାମ କରିଥାଏ । ରସୁଣରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ଥାଏ, ଯାହା ରୋଗରୁ ରକ୍ଷା କରିଥାଏ । ମୁଖ୍ୟତଃ ଭାବେ ହୃଦରୋଗ ଏବଂ କର୍କଟ ରୋଗ ପାଇଁ ରସୁଣ (Garlic) ବ୍ୟବହାର ବହୁତ ଲାଭଦାୟକ ଅଟେ ।
କହିବାକୁ ଗଲେ, ଥଣ୍ଡା ସମୟରେ ରସୁଣ (Garlic) ର ବ୍ୟବହାର ବହୁଳ ଭାବରେ ହୋଇଥାଏ । ରସୁଣ ସମସ୍ତଙ୍କ ଘରେ ସହଜରେ ମିଳିଯାଏ । ରସୁଣ (Garlic)ଖାଇଲେ ସ୍ୱାଦ ବଢ଼ିବା ସହ ଅନେକ ରୋଗ ମଧ୍ୟ ଶରୀରରୁ ଦୁର ହୋଇଯାଏ ।
-ରସୁଣ (Garlic)ସହ ମହୁ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରେ ।
-ପ୍ରତିଦିନ ୨ ରୁ ୩ କୋଲା ରସୁଣ (Garlic) ଯଦି ଆପଣ ଖାଉଛନ୍ତି ତେବେ ଏହାଦ୍ୱାରା ହୃଦ୍(HEART) ସମ୍ବନ୍ଧୀୟ ରୋଗରୁ ରକ୍ଷା ପାଇପାରିବେ ।
-ବ୍ଲଡ୍ ପ୍ରେସର(Blood Pressure) ରୋଗୀଙ୍କ ପାଇଁ ବେଶ ଉପକାରୀ ହୋଇଥାଏ ରସୁଣ (Garlic)। ରସୁଣ (Garlic) ବ୍ଳଡ୍ ପ୍ରେସର ଲେବୁଲକୁ କମ୍ କରିବାରେ ସାହାଯ୍ୟ କରେ ।
-ହାଡକୁ ବଜବୁତ୍ କରିବାରେ ସହାୟକ ହୁଏ ରସୁଣ (Garlic)।
-ରସୁଣ (Garlic) ପାଚନ ତନ୍ତ୍ରକୁ ଭଲ ରଖିବାରେ ଏହା ସାହାଯ୍ୟ କରେ ।
-ଶରୀରକୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ ରସୁଣ (Garlic) । ତେଣୁ କହିବାକୁ ଗଲେ ପ୍ରତିଦିନ ଗୋଟେ କିମ୍ବା ଦୁଇ ପାଖୁଡା ରସୁଣ (Garlic) ଖାଇବା ଭଲ ହୋଇଥାଏ ।
ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ରସୁଣ (Garlic) ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।
ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ DOCTORଙ୍କର ପରାମର୍ଶ ନିଅନ୍ତୁ ।