Health & Lifestyle

ରକ୍ତଚାପ ଭଳି ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ କଦଳୀ

କଦଳୀ ଆପଣଙ୍କୁ ଗୋଟିଏ ନୁହେଁ ଅନେକ ରୋଗରୁ ଦୂରେଇ ରଖେ । ଏହି ଫଳ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ,କିନ୍ତୁ ଆପଣ ଜାଣନ୍ତି କି କଦଳୀ ଖାଇବା ଆପଣଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ କେତେ ଲାଭଦାୟକ ? ଚାଲନ୍ତୁ ଜାଣିବା...

27 April, 2022 11:56 AM IST By: Sudesna Nayak

କଦଳୀ ଆପଣଙ୍କୁ ଗୋଟିଏ ନୁହେଁ ଅନେକ ରୋଗରୁ ଦୂରେଇ ରଖେ । ଏହି ଫଳ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ,କିନ୍ତୁ ଆପଣ ଜାଣନ୍ତି କି କଦଳୀ ଖାଇବା ଆପଣଙ୍କର ରକ୍ତଚାପ (Blood Pressure)କୁ ନିୟନ୍ତ୍ରଣ କରିବା ପାଇଁ କେତେ ଲାଭଦାୟକ ? ଚାଲନ୍ତୁ ଜାଣିବା...

ସୂଚନା ଅନୁୟାୟୀ, କଦଳୀ (Banana)ରେ ପୋଟାସିୟମ୍ ଏବଂ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ । ଏହା କେବଳ ଆପଣଙ୍କ ବିପି (Blood Pressure)କୁ କଣ୍ଟ୍ରୋଲ କରେ ତାହା ନୁହେଁ ବରଂ ହାଡକୁ ମଧ୍ୟ ଶକ୍ତିଶାଳୀ କରିଥାଏ । ଖରାଦିନରେ କଦଳୀ (Banana)ଏକ ପ୍ରମୁଖ ଶକ୍ତି ଉତ୍ସ ଭାବରେ ପରିଗଣିତ । ଏଥିପାଇଁ କିଛି ଲୋକେ ପ୍ରତିଦିନ କଦଳୀ ଖାଇବାକୁ ପସନ୍ଦ କରନ୍ତି ।

ମାନସିକ ଚାପମୁକ୍ତ କରେ କଦଳୀ,ଜାଣନ୍ତୁ...

ମାନସିକ ଚାପରୁ ମୁକ୍ତି ପାଇଁ କଦଳୀ (Banana)ହେଉଛି ବହୁ ଲାଭଦାୟକ । ବାସ୍ତବରେ କଦଳୀରେ ଟ୍ରାଇପଟୋଫାନ୍ ନାମକ ଏକ ଉପାଦାନ ରହିଛି । ଏହି ଟ୍ରାଇପଟୋଫାନ୍ କାରଣରୁ ଆମ ଶରୀରରେ ସେରୋଟୋନିନ୍ ତିଆରି ହୁଏ ଆଉ ସେରୋଟୋନିନ୍ କୁ ହାପି ହରମୋନ୍ ମଧ୍ୟ କୁହାଯାଏ ଯାହା ଦ୍ବାରା ହିଁ ଆପଣ ମାନସିକ ଚାପ ଠାରୁ ଦୂରେଇ ରହି ଥାଆନ୍ତି ।

ପାଚନ ସମସ୍ୟା ଦୂର କରେ କଦଳୀ,ଜାଣନ୍ତୁ...

ହଜମ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ କଦଳୀ (Banana) ବହୁତ ଲାଭଦାୟକ ଅଟେ । ବାସ୍ତବରେ କଦଳୀରେ ଥିବା ଷ୍ଟାର୍ଚ ଆମ ହଜମ ପ୍ରକ୍ରିୟା ପାଇଁ ଗୁରୁତ୍ବପୂର୍ଣ୍ଣ ଭଲ ବ୍ୟାକ୍ଟେରିଆ ପାଇଁ ଲାଭଦାୟକ ଅଟେ । କଦଳୀ (Banana)ରେ ମଧ୍ୟ ଆଣ୍ଟି ଏସିଡ୍ ଥାଏ ତେଣୁ ଆପଣଙ୍କର ହୃଦଘାତର ସମସ୍ୟା ଥାଏ ତେବେ କଦଳୀ ଖାଇବା ଦ୍ବାରା ଆପଣଙ୍କ ପାଇଁ ଲାଭ ଅଟେ ।

କଦଳୀ ଖାଇବା ଦ୍ବାରା ଶକ୍ତ ହୁଏ ହାଡ,ଜାଣନ୍ତୁ...

ହାଡକୁ ମଜବୁତ କରିବା ପାଇଁ କଦଳୀ (Banana) ଖାଇବା ଉଚିତ୍ । କାରଣ ୩୦ ବର୍ଷ ବୟସ ପରେ ଆପଣଙ୍କ ହାଡର ସମସ୍ୟା ଅନୁଭୂତ ହୁଏ । ଏପରି ପରିସ୍ଥିତିରେ ଆପଣ ପ୍ରତିଦିନ ଗୋଟିଏ କଦଳୀ ଖାଇବା ଉଚିତ୍ ।

କଦଳୀରେ ଶୀଘ୍ର ପେଟ ଭରେ,ଜାଣନ୍ତୁ...

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କଦଳୀ (Banana)ରେ ଅନେକ କାର୍ବୋହାଇଡ୍ରେଟ୍ ଥାଏ ଯାହାକୁ ଖାଇବା ଦ୍ବାରା ପେଟ ଶୀଘ୍ର ଭରିଯାଏ । ଅଫିସ୍ କିମ୍ବା କଲେଜ ଯିବା ସମୟରେ ଆପଣ ନିଜ ଜଳଖିଆ ମିସ୍ କରୁଛନ୍ତି ତେବେ କଦଳୀ ଖାଇବା ପରେ ବାହାରକୁ ଯାଆନ୍ତୁ କାରଣ ଏହାକୁ ଖାଇଲେ ତତକ୍ଷାତ୍ ଶକ୍ତି ମିଳିଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି କଦଳୀ (Banana)ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ହିଁ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ଜରୁରୀ ନିଅନ୍ତୁ ।

ମଧୁମେହ ରୋଗୀ ଖାଆନ୍ତୁ ନାହିଁ ଏହି ଅଟାର ରୁଟି, ନଚେତ୍ ଭୋଗିବେ ସମସ୍ୟା

ସାବଧାନ! ବଜାରରୁ କିଣୁଥିବା ଖାଦ୍ୟରେ ମିଶୁଛି 'Slow Poison', ସିଧାସଳଖ ପଡିବେ ମୃତ୍ୟୁ ମୁଖରେ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)