1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଖାଇଛନ୍ତି କି କେବେ କଦଳୀ ଚୋପା ? ଜାଣନ୍ତୁ ଏହାର ଉପକାରିତା…..

ପ୍ରତ୍ୟେକ ବୟସରେ କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଏକ ପ୍ରକାର ଉପକାରୀ । ଏହା ଖୁବ ସ୍ୱାଦିଷ୍ଟ ଖାଇବା ପାଇଁ । ପୋଷକ ତତ୍ତ୍ୱରେ ଭରପୁର କଞ୍ଚା ହେଉ କି ପାଚିଲା କଦଳୀ, ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ । କଦଳୀର ଅନେକ ଉପକାରୀ ଗୁଣ ବିଷୟରେ ଜଣା ସଭିଁଙ୍କୁ ।

Tanushree Mahapatra
Tanushree Mahapatra
Benefits of banana peel , image source - pexels.com

Benefits of banana peel , image source - pexels.com

ପ୍ରତ୍ୟେକ ବୟସରେ କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଏକ ପ୍ରକାର ଉପକାରୀ । ଏହା ଖୁବ ସ୍ୱାଦିଷ୍ଟ ଖାଇବା ପାଇଁ । ପୋଷକ ତତ୍ତ୍ୱରେ ଭରପୁର କଞ୍ଚା ହେଉ କି ପାଚିଲା କଦଳୀ, ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ । କଦଳୀର ଅନେକ ଉପକାରୀ ଗୁଣ ବିଷୟରେ ଜଣା ସଭିଁଙ୍କୁ । ମାତ୍ର ଏହାର ଚୋପାର ଉପକାରୀ ଗୁଣ ବିଷୟରେ ଆପଣ  ଜାଣିଛନ୍ତି କି ?

ଆପଣମାନେ ଜାଣିଥିବେ ଅଧିକାଂଶ ଲୋକେ ସାଧାରଣତଃ କଦଳୀ ଖାଇବା ପରେ ଏହାର ଚୋପାକୁ ଫିଙ୍ଗି ଦେଇଥାଆନ୍ତି। ମାତ୍ର ଏହାର ଚୋପା ଆଶ୍ଚର୍ଯ୍ୟଜନକ ଲାଭ ଦେଇଥାଏ। ଅନେକ ଥର ଆମେ କଦଳୀ ଖାଇ ଏହାର ଚୋପାକୁ ଫୋପାଡି ଦେଇଥାଉ | ଆପଣ ଏହି ସୁବିଧା ଜାଣନ୍ତି ତେବେ ଆପଣ କଦାପି କଦଳୀ ଚୋପାକୁ (banana peel) ଫିଙ୍ଗିବେ ନାହିଁ | କାରଣ ଶରୀର ପାଇଁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ କଦଳୀରେ ଥାଏ |

ତେବେ ଜାଣିଛନ୍ତି କି, କଦଳୀ ଓ ଏହାର ଚୋପା ଉଭୟ ସ୍ୱାସ୍ଥ୍ୟ ପାଇଁ ଭିନ୍ନ ଭିନ୍ନ ଉପକାର ଦେଇଥାଏ ଶରୀରକୁ । ସବୁଜ କଦଳୀ କିମ୍ବା କଞ୍ଚା କଦଳୀ ପାଚନ ଜନିତ ସମସ୍ୟା ଦୂର କରିବାରେ ଖୁବ ଅଧିକ ପ୍ରଭାବଶାଳୀ । ତେବେ ଏହାସହ ପାଚିଲା କଦଳୀ ଶରୀରକୁ ଅନେକ ସଂକ୍ରମଣରୁ ରକ୍ଷା ମଧ୍ୟ କରିଥାଏ । ଆପଣ କଦଳୀ ଚୋପାରୁ ଏବଂ ପାଚିଲା ଓ କଞ୍ଚା କଦଳୀରୁ ସ୍ୱାସ୍ଥ୍ୟକର ଜଳଖିଆ ଓ ମିଠା ମଧ୍ୟ ପ୍ରସ୍ତୁତ କରି ପାରିବେ । ତେବେ କଦଳୀ ଚୋପାର ଅନେକ ଫାଇଦାଯୁକ୍ତ ଗୁଣ ରହିଛି ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ ମାତ୍ର କଦଳୀ ଚୋପାକୁ ସେବନ କରିବା ପୂର୍ବରୁ ଏହାକୁ ଭଲ ଭାବେ ଧୋଇବା ଆବଶ୍ୟକ । କାରଣ ଏଥିରେ ବ୍ୟବହାର ହୋଇଥିବା ରାସାୟନିକ ସାର ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ l

ତେବେ କଦଳୀ ଚୋପାରେ ରହିଛି କ୍ୟାଲୋରୀ, କାର୍ବୋହାଇଡ୍ରେଟ, ଶର୍କରା, ଫାଇବର, ପୋଟାସିୟମ, ପ୍ରୋଟିନ, ଭିଟାମିନ ଏ, କ୍ୟାଲସିୟମ ଓ ଆଇରନ ସମେତ ଅନେକ ପୋଷକ ତତ୍ତ୍ୱ l ତେଣୁ ଏହି କଦଳୀ ଚୋପାର ସେବନ କରିବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିଥାଏ । ଏହା ଶରୀରର ସ୍ୱାସ୍ଥ୍ୟକୁ ମଜଭୂତ କରିଥାଏ । କଦଳୀ ଚୋପାରେ ରହିଥିବା ଏକ ପ୍ରକାର ପୋଷକ ତତ୍ତ୍ୱ ମାନସିକ ସୁସ୍ଥତା ବଜାୟ ରଖିବା ସହିତ ମାନସିକ ଦୁଶ୍ଚିତା ମଧ୍ୟ ଦୂର କରିଥାଏ । ଶାନ୍ତି ଅନୁଭବ ହୋଇଥାଏ ଏହା ଖାଇବା ଦ୍ୱାରା । ଚୋପାରେ ଥିବା ଭିଟାମିନ ବି-୬ ଉତ୍ତମ ନିଦରେ ମଧ୍ୟ ସହାୟକ କରିଥାଏ । ଏହା ମସ୍ତିଷ୍କକୁ ମଧ୍ୟ ସୁସ୍ଥ ରଖିଥାଏ ।

କଦଳୀ ଚୋପାରେ ଫାଇବର ମାତ୍ରା ପ୍ରଚୁର ପରିମାଣରେ ରହିଛି । ପେଟ ଖରାପ ଥିବା ସମୟରେ ଏବଂ  କୋଷ୍ଠକାଠିନ୍ୟ ସମସ୍ୟା ଥିଲେ କଦଳୀ ଚୋପା ଖାଇବା ଖୁବ୍‌‌ ଉପକାରୀ ବୋଲି ଜଣାଯାଏ । ସେହିଭଳି ଚକ୍ଷୁକୁ ସୁସ୍ଥ ରଖିବା ପାଇଁ ମଧ୍ୟ କଦଳୀ ଚୋପାର ସେବନ କରିବା ଉଚିତ । ଏଥିରେ ଥିବା ଭିଟାମିନ ଏ ଆଖିକୁ ସୁସ୍ଥ ଏବଂ ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ । ଏଥିରେ ଥିବା ଭିଟାମିନ କଦଳୀ ଓ ଏହାର ଚୋପା ଉଭୟରେ ପ୍ରଚୁର ରହିଛି । ବଡ କଥା କଦଳୀ ଚୋପାରେ ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ରହିଛି ଭରପୁର । ତେଣୁ କଦଳୀ ଚୋପାର ସେବନ କରିବା ଦ୍ୱାରା ଆଣ୍ଟି-ଅକ୍ସିଡାଣ୍ଟ ସ୍ତର ବୃଦ୍ଧି ହୋଇଥାଏ ଶରୀରରେ  । ଏହାସହ କର୍କଟ ଭଳି ବଡ ରୋଗରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ।

ଜାଣନ୍ତୁ କେଉଁ ପରିମାଣରେ ଖାଇବା ଉଚିତ୍ ଲୁଣ ଓ ଚିନି । ନଚେତ୍ ହାର୍ଟ ପାଇଁ ହୋଇପାରେ ହାନୀକାରକ...

ପ୍ରତିଦିନ ଖାଆନ୍ତୁ କଳା ମୂଳା, ହୋଇଯିବ ଏହି ସବୁ ସମସ୍ୟା ଦୂର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments