Health & Lifestyle

କଳା ଚାଉଳ ଖାଇଲେ ହେବନି ଡାଏବେଟିସ, ଦୂରେଇବ କ୍ୟାନସର

ଡାଇବେଟିସ୍ ରୋଗୀଙ୍କ ପାଇଁ ବ୍ଲାକ ରାଇସ୍‌ ମହୌଷଧୀ ଭଳି କାମ କରିଥାଏ । କଳା ଚାଉଳରେ ଆଣ୍ଟି-ଅକ୍ସିଡାଣ୍ଟ ଜିଆକ୍ସାଣ୍ଟିନ୍ ଏବଂ ଲ୍ୟୁଟିନ୍ ଥାଏ। ଏହି ଆଣ୍ଟି-ଅକ୍ସିଡାଣ୍ଟ ଯୋଗୁଁ ଦୃଷ୍ଟି ଶକ୍ତି ବଢିଥାଏ । ଏବଂ ଆଖି ଜନିତ କୌଣସି ରୋଗ ମଧ୍ୟ ଦେଖାଦେବାର ଆଶଙ୍କା କମ୍ ଥାଏ ।

17 December, 2022 3:19 PM IST By: Sudesna Nayak

ଯଦି ଆପଣ କେବେ କଳା ଚାଉଳ (Black Rice)ଖାଇଛନ୍ତି, ତେବେ ଆପଣ ଏହାର ପୁଷ୍ଟିକର, ସାମାନ୍ୟ ମିଠା ସ୍ୱାଦ, ବାଇଗଣୀ-କଳା ରଙ୍ଗର ପ୍ରଶଂସା କରିପାରିବେ । ତଥାପି କେବଳ ସ୍ୱାଦିଷ୍ଟ ହେବା ଅପେକ୍ଷା, କଳା ଚାଉଳର ଏକାଧିକ ସ୍ୱାସ୍ଥ୍ୟ ଉପକାରିତା ହେତୁ ଏହାକୁ ଏକ “ସୁପରଫୁଡ୍” ଭାବରେ ବିବେଚନା କରାଯାଏ । ଏହା ପ୍ରଥମେ ଚୀନରେ ଉତ୍ପନ୍ନ ହୋଇଥିଲା ଏବଂ ପରେ ପ୍ରାୟ 10,000 ବର୍ଷ ପୂର୍ବେ ଏସିଆର ଅନ୍ୟାନ୍ୟ ସ୍ଥାନକୁ ବ୍ୟାପିଥିଲା । କଳା ଚାଉଳ ତଥା ବ୍ଲାକ ରାଇସ୍‌ (Black Rice) ରେ ଅନେକ ଔଷଧୀୟ ଗୁଣ ରହିଛି । ବ୍ଲାକ ରାଇସ୍‌ (Black Rice) ଖାଇଲେ ହେବନି ଡାଇବେଟିସ୍ (diabetes),ଦୂରେଇବ କ୍ୟାନସର (cancer)

ସୂଚନା ଅନୁଯାୟୀ, ଓଡ଼ିଶା (ODISHA)ର ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଚାଷ ହେଉଛି ବ୍ଲାକ ରାଇସ୍‌ (Black Rice)। ସାଧାରଣତଃ ଧାନର ରଙ୍ଗ ହଳଦିଆ ଏବଂ ଚାଉଳର ରଙ୍ଗ ଧଳା ହୋଇଥିବା ବେଳେ ଏହି ଧାନ ଓ ଚାଉଳର ରଙ୍ଗ କଳା (Black Rice) । ସମ୍ବଲପୁର ଯୁଯୁମୁରା ଅଞ୍ଚଳର ବୀରସିଂହପଡାରେ ଚାଷ ହେଉଛି କଳାଧାନ (Black Rice) । ପୁଣି ଧାନ ଗଛ ଠାରୁ ଆରମ୍ଭ ଚାଉଳ ମଧ୍ୟ କଳା ରଙ୍ଗର ଥିବାବେଳେ ଏହି ଚାଉଳରେ ଭରି ରହିଛି ଔଷଧୀୟ ଗୁଣ । କଳା ଚାଉଳ (Black Rice) କିଲୋ ପ୍ରତି ବ୍ରିକ୍ରି ହେଉଛି ୧୦୦ରୁ ୧୩୦ ଟଙ୍କାରେ ।

କଳା ଚାଉଳ (Black Rice)ରେ ଆଣ୍ଟି-ଅକ୍ସିଡାଣ୍ଟ ଜିଆକ୍ସାଣ୍ଟିନ୍ ଏବଂ ଲ୍ୟୁଟିନ୍ ଥାଏ। ଏହି ଆଣ୍ଟି-ଅକ୍ସିଡାଣ୍ଟ ଯୋଗୁଁ ଦୃଷ୍ଟି ଶକ୍ତି ବଢିଥାଏ । ଏବଂ ଆଖି ଜନିତ କୌଣସି ରୋଗ ମଧ୍ୟ ଦେଖାଦେବାର ଆଶଙ୍କା କମ୍ ଥାଏ ।

ଡାଇବେଟିସ୍ (diabetes)ରୋଗୀଙ୍କ ପାଇଁ ବ୍ଲାକ ରାଇସ୍‌ (Black Rice) ମହୌଷଧୀ ଭଳି କାମ କରିଥାଏ । କଳା ଚାଉଳ ତଥା ବ୍ଲାକ ରାଇସ୍‌ (Black Rice)ରେ ଭରପୁର ମାତ୍ରାର ଭିଟାମିନ ଓ ମିନେରାଲ୍ସ ତତ୍ତ୍ବ ରହିଛି । ବ୍ଲାକ ରାଇସ୍‌ (Black Rice) ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ପାରମ୍ପାରିକ ଭାବରେ, କଳା ଚାଉଳ (Black Rice) ଚୀନର ଔଷଧରେ ବ୍ୟବହୃତ ହେଉଥିଲା । ଏହାପୂର୍ବରୁ, କଳା ଚାଉଳ ଚୀନର ଶାସକମାନଙ୍କ ଦୀର୍ଘାୟୁ ପାଇଁ ସଂରକ୍ଷିତ ହୋଇ ରହୁଥିଲା ଏବଂ ଅନ୍ୟମାନଙ୍କ ବ୍ୟବହାର ଉପରେ ବାରଣ ମଧ୍ୟ ରହିଥିଲା । ଅନ୍ୟ ପ୍ରକାରର ଚାଉଳ ତୁଳନାରେ, ବ୍ଲାକ ରାଇସ୍‌ (Black Rice)ରେ ପ୍ରୋଟିନର ମାତ୍ରା ସର୍ବାଧିକ । ପ୍ରତି 100 ଗ୍ରାମ କଳା ଚାଉଳରେ 9 ଗ୍ରାମ ପ୍ରୋଟିନ୍ ଥାଏ । ଏହା ମଧ୍ୟ ଲୌହର ଏକ ଉତ୍ତମ ଉତ୍ସ, ଯାହା ଆପଣଙ୍କ ଶରୀରରେ ଅମ୍ଳଜାନ ବହନ କରିବା ପାଇଁ ଜରୁରୀ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହିଁ, ଯଦି ଆପଣ କ୍ୟାରିୟରରେ ସଫଳତାର ସିଡି ଚଢ଼ିବାକୁ ଚାହୁଁଛନ୍ତି କିମ୍ବା ମନ ପସନ୍ଦର ଚାକିରି ପାଇବାକୁ ଚାହୁଁଛନ୍ତି, ତା’ ହେଲେ ଶନିବାର ଦିନ ଶନି ମନ୍ଦିରରେ ସୋରିଷ ତେଲରେ କଳା ଚାଉଳ (Black Rice) ମିଶାଇ ଅର୍ପଣ କରନ୍ତୁ। ଏଥି ସହିତ ‘ଓଁ ଶଂ ଶନିଶ୍ଚରାୟ ନମଃ’ ମନ୍ତ୍ର ଜପ କରନ୍ତୁ ।

କେମିତି ଦୂର କରିବେ କୋଷ୍ଠକାଠିନ୍ୟ? ଜାଣନ୍ତୁ...

ସକାଳେ ୧ ଗ୍ଲାସ୍ ପିଅନ୍ତୁ, ବାତ, ଡାଇବେଟିସ,ଗ୍ୟାସ୍ ମୂଳରୁ ହେଇଯିବ ଭଲ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)