1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କେମିତି ଦୂର କରିବେ କୋଷ୍ଠକାଠିନ୍ୟ? ଜାଣନ୍ତୁ...

ଗୋଟିଏ ଲିଟର ପାଣି ନିଅନ୍ତୁ , ସେଥିରେ ୨ ଚାମଚ ଜିରା ନେଇ ଭଲ ଭାବେ ଫୁଟାଇ ଦିଅନ୍ତୁ । ଭଲ ଭାବେ ଫୁଟିଯିବା ପରେ ଏହାକୁ ଓହ୍ଲାଇ ଥଣ୍ଡା କରନ୍ତୁ । ପ୍ରସ୍ତୁତ ହୋଇଗଲା ଅପଣଙ୍କ ଜିରା ପାଣି । ଏହି ପାଣିକୁ ଅପଣ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍ ପିଅନ୍ତୁ । ଏଥିରେ କପେ ପରିମାଣର ପାଣି ମଝିରେ ମଝିରେ ପିଇପାରିଲେ ଭଲ । ଅପଣ ଲକ୍ଷ୍ୟ କରିବେ ଗୋଟିଏ ଦିନରେ ଆପଣ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ ।

Sudesna Nayak
Sudesna Nayak
causes of constipation KNOW health easy way

causes of constipation KNOW health easy way

କୋଷ୍ଠକାଠିନ୍ୟ (constipation) ବା ଝାଡ଼ା ସଫା ନହେବା ଏକ ସାଧାରଣ ସମସ୍ୟା, ଯାହା ବର୍ତ୍ତମାନ ଅଧିକାଂଶ ବ୍ୟକ୍ତିଙ୍କ ଠାରେ ହିଁ ଦେଖିବାକୁ ମିଳୁଛି । ଯଦି ସପ୍ତାହ ଯାଏଁ ଆପଣଙ୍କର ଝାଡ଼ା ହେଉନି କିମ୍ବା ଝାଡ଼ାରେ ରକ୍ତ ପଡ଼ୁଛି ତେବେ ଏହା ଚିନ୍ତାର ବିଷୟ ହୋଇପାରେ । ତେବେ କୋଷ୍ଠକାଠିନ୍ୟର କାରଣ, ଲକ୍ଷଣ ଏବଂ ଏହାର ଚିକିତ୍ସା ସମ୍ପର୍କରେ ଚାଲନ୍ତୁ ଜାଣିବା...

ଶୀତଦିନେ କିଛି ଶରୀରିକ ସମସ୍ୟା ଦେଖାଦେବା ସାଧାରଣ କଥା । ଏଗୁଡିକ ମଧ୍ୟରୁ ଗୋଟିଏ ହେଉଛି କୋଷ୍ଠକାଠିନ୍ୟ (constipation) । ଏହି ଦିନରେ ପରିବେଶ ଅବସ୍ଥା ସହ ଆମର ଖାଦ୍ୟପେୟରେ ପରିବର୍ତ୍ତନ ଓ ପାଣି ପିଇବାରେ ସମସ୍ୟା ଯୋଗୁଁ କୋଷ୍ଠ କାଠିନ୍ୟ (constipation) ପରି ସମସ୍ୟା ଦେଖାଦେଇଥାଏ । ହେଲେ ଏହା କିଛି ଦିନ ଲାଗି ରହିଲେ ଆମକୁ ଅତିଷ୍ଠ କରିପକାଏ । କାରଣ ଏହା ଦ୍ୱାରା ହଜମ ଶକ୍ତି ଅସନ୍ତୁଳିତ ହେବା ସହ ଭୋକ ମଧ୍ୟ ନଲାଗିବା ଲକ୍ଷ୍ୟ କରାଯାଏ । ତେବେ ଏଥିରୁ ଉପଶମ ପାଇଁ ଏକ ସହଜ ଘରୋଇ ଉପଚାର ଆପଣାଇ ପାରିବେ । ଯାହା ହୁଏତ ଆପଣଙ୍କୁ ମାତ୍ର ଗୋଟିଏ ଦିନରେ କୋଷ୍ଠକାଠିନ୍ୟ (constipation)ପରି ସମସ୍ୟାରୁ ମୁକ୍ତି ଦେଇପାରିବ ।

ପ୍ରସ୍ତୁତ ପ୍ରଣାଳୀ,ଜାଣନ୍ତୁ...

ଗୋଟିଏ ଲିଟର ପାଣି ନିଅନ୍ତୁ , ସେଥିରେ ୨ ଚାମଚ ଜିରା (Cumin) ନେଇ ଭଲ ଭାବେ ଫୁଟାଇ ଦିଅନ୍ତୁ । ଭଲ ଭାବେ ଫୁଟିଯିବା ପରେ ଏହାକୁ ଓହ୍ଲାଇ ଥଣ୍ଡା କରନ୍ତୁ । ପ୍ରସ୍ତୁତ ହୋଇଗଲା ଅପଣଙ୍କ ଜିରା ପାଣି । ଏହି ପାଣିକୁ ଅପଣ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍ ପିଅନ୍ତୁ । ଏଥିରେ କପେ ପରିମାଣର ପାଣି ମଝିରେ ମଝିରେ ପିଇପାରିଲେ ଭଲ । ଅପଣ ଲକ୍ଷ୍ୟ କରିବେ ଗୋଟିଏ ଦିନରେ ଆପଣ କୋଷ୍ଠକାଠିନ୍ୟ (constipation) ସମସ୍ୟାରୁ ମୁକ୍ତି ପାଇପାରିବେ ।

ଏଥିସହିତ ଆଉ ଗୋଟେ ଉପାୟ ଜାଣନ୍ତୁ....

ପାଟିକୁ ସ୍ବାଦ ନ ଲାଗିଥିଲେ ବି ଦେହକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ ବନ୍ଧାକୋବି (cabbage juice) ଜୁସ । ବନ୍ଧାକୋବି (cabbage)କୁ ଆମେ ତରକାରୀ, ସାଲାଡ ଆଡିରେ ବ୍ୟବହାର କରିଥାଉ । କିନ୍ତୁ ଆପଣମାନେ ଜାଣିଛନ୍ତି କି, ବନ୍ଧାକୋବି (cabbage)ରେ ସେଲୁଲୋଜ ନାମକ ପଦାର୍ଥ ଥିବାରୁ ନିୟମିତ ଏହାକୁ ଖାଇବା କୋଲେଷ୍ଟେରଲ କମାଇଥାଏ । ଏଥିସହିତ ବନ୍ଧାକୋବି (cabbage)ରେ ଥିବା ତନ୍ତୁ ହଜମ କ୍ରିୟା ଉନ୍ନତ କରିଥାଏ । ସେଥିପାଇଁ କୋଷ୍ଠକାଠିନ୍ୟ (constipation)ରେ ଆକ୍ରାନ୍ତ ଥିଲେ ବନ୍ଧାକୋବି (cabbage) ଖାଆନ୍ତୁ ।

କୋଷ୍ଠକାଠିନ୍ୟ (constipation) ହେବା ଦ୍ୱାରା ଆମ ଶରୀରରେ ଭିନ୍ନ ଭିନ୍ନ ପ୍ରକାରର ରୋଗ ଜନ୍ମ ନେବାର ସମ୍ବାବନା ହୋଇଥାଏ । ଆମ ଦେଶରେ କୋଷ୍ଠକାଠିନ୍ୟ(constipation)ରେ ପିଡୀତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଉ ଆପଣମାନେ ଏହାକୁ ମଧ୍ୟ ଦେଖିଥିବେ। ଆଉ ଏହି କାରଣ ହୋଇଥାଏ ଲୋକମାନେ କୋଷ୍ଠକାଠିନ୍ୟରୁ ଆରାମ ପାଇବା ପାଇଁ ସବୁ ସମ୍ଭବ ଚେଷ୍ଟା କରିଥାନ୍ତି ।

ପ୍ରକାଶ ଥାଉ ଯେ, କୋଷ୍ଠକାଠିନ୍ୟ (constipation)କେବଳ ପେଟଜନିତ ବା ଶାରୀରିକ ସମସ୍ୟା ନୁହେଁ, ଏହା ମାନସିକ କାରଣରୁ ମଧ୍ୟ ହୋଇଥାଏ। କୋଷ୍ଠକାଠିନ୍ୟ (constipation) ଭଳି ସମସ୍ୟା ଧୀରେ ଧୀରେ ଅଧିକ ରକ୍ତଚାପ, ଆପେଣ୍ଡିସାଇଟ୍ସ, କ୍ୟାନ୍‌ସର୍‌ (Cancer) ଆଦି ଆଡ଼କୁ ବାଟ କାଢ଼ଇଥାଏ ।

ସକାଳେ ୧ ଗ୍ଲାସ୍ ପିଅନ୍ତୁ, ବାତ, ଡାଇବେଟିସ,ଗ୍ୟାସ୍ ମୂଳରୁ ହେଇଯିବ ଭଲ...

ଚର୍ମ ପାଇଁ ବିଷାକ୍ତ ଏସବୁ ଖାଦ୍ୟ: ଆଜି ଠୁ ଦୂରେଇ ରୁହନ୍ତୁ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments