1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ରାତିରେ ତ୍ବଚାରେ ଲଗାନ୍ତୁ ଏହି ତୈଳ

ନଡ଼ିଆ ଏକ ପରିଚିତ ନା l ଯାହା ଘରୁ ଆରମ୍ଭ କରି ମନ୍ଦିର ତଥା ପୂଜାର୍ଚ୍ଚନା ସବୁଠି କାମରେ ଲାଗିଥାଏ l ନଡ଼ିଆରେ ଅନେକ ଖାଦ୍ୟ ତଥା ପିଠା ପଣା ତିଆରି ହୁଏ l ସେହିପରି ନଡ଼ିଆ କ୍ଷୀର ଏବଂ ନଡ଼ିଆ ତେଲରେ ରୋଷେଇ ହୁଏ l ତେବେ ନଡ଼ିଆରେ ରହିଛି ଅନେକ ଔଷଧୀୟ ଗୁଣ l

Tanushree Mahapatra
Tanushree Mahapatra
Benefits of coconut oil , image source - pexels.com

Benefits of coconut oil , image source - pexels.com

ନଡ଼ିଆ ଏକ ପରିଚିତ ନା l ଯାହା ଘରୁ ଆରମ୍ଭ କରି ମନ୍ଦିର ତଥା ପୂଜାର୍ଚ୍ଚନା ସବୁଠି କାମରେ ଲାଗିଥାଏ l ନଡ଼ିଆରେ ଅନେକ ଖାଦ୍ୟ ତଥା ପିଠା ପଣା ତିଆରି ହୁଏ l ସେହିପରି ନଡ଼ିଆ କ୍ଷୀର ଏବଂ ନଡ଼ିଆ ତେଲରେ ରୋଷେଇ ହୁଏ l ତେବେ ନଡ଼ିଆରେ ରହିଛି ଅନେକ ଔଷଧୀୟ ଗୁଣ l

ଯାହା ଶରୀରକୁ ଲାଭ ଦେଇଥାଏ l ନଡ଼ିଆ ତେଲରେ ରହିଛି ଭରପୁର ଔଷଧୀୟ ଗୁଣ ଯାହା ଖାଦ୍ୟରେ ବ୍ୟବହାର କରିବା ସହିତ ଚର୍ମରେ ମଧ୍ୟ ବ୍ୟବହାର କରିପାରିବେ ଆପଣ l ମହିଳାମାନେ ନିଜ ଚର୍ମକୁ ନେଇ ଅଧିକ ଚିନ୍ତା କରନ୍ତି l ସେଥିପାଇଁ ମହିଳା ନିଜ ଚର୍ମ ପାଇଁ ଅନେକ ରାସାୟନିକ ପଦାର୍ଥ ମଧ୍ୟ ବ୍ୟବହାର ମଧ୍ୟ କରନ୍ତି l ଯାହା ତାଙ୍କ ଚର୍ମକୁ କ୍ଷତି ପହଞ୍ଚାଇଥାଏ l ପ୍ରାୟତଃ ସକାଳୁ ଉଠିବା ପରେ ପରେ ଶରୀରର ଚର୍ମ ଶୁଷ୍କ ଦେଖାଯିବା ଅନୁଭବ କରିଥାନ୍ତି ପ୍ରାୟତଃ ସମସ୍ତେ । ଚେହେରା ଶୁଖିଲା ଦିଶିଲେ ‌ସୌନ୍ଦର୍ଯ୍ୟ କମିଯାଏ ବୋଲି ମହିଳା ଭାବନ୍ତି ।  ଚର୍ମର ଅନେକ ସମସ୍ୟା ଦୂର କରେ ନଡ଼ିଆ ତେଲ l

ପ୍ରତିଦିନ ନଡିଆ ତେଲ ଚର୍ମରେ ବ୍ୟବହାର କଲେ ଏହା ଔଷଧ ପରି କାମ କରେ । ନଡ଼ିଆ ତେଲର ଉପକାର ବିଶେଷ କରି ଶୁଖିଲା ଚର୍ମରେ ଦେଖାଯାଏ l  ଶୁଷ୍କ ଚର୍ମ ଥିବା ମହିଳା ତଥା ପୁରୁଷ ରାତିରେ ଏହି ତେଲକୁ ମୁହଁରେ ଲଗାଇଲେ ତ୍ୱଚା କୋମଳ ହେବା ସହିତ ଚମକପ୍ରଦ ଦିଶିଥାଏ । ଶୁଷ୍କ ତ୍ୱଚାରେ ନଡ଼ିଆ ତେଲ ବ୍ୟବହାର କରିବା ଉଚିତ କାରଣ ତୈଳଯୁକ୍ତ ଚର୍ମ ପାଇଁ ଏହା ଖରାପ ସାବ୍ୟସ୍ତ ହୋଇଥାଏ l 

ନଡିଆ ତେଲ ଭରପୁର ଆୟୁର୍ବେଦିକ ଗୁଣରେ ପରିପୂର୍ଣ୍ଣ ଯାହା ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ନଡ଼ିଆ ତେଲ , ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ମଧ୍ୟ ରହିଛି ,  ଯାହା ସୁସ୍ଥ ଚର୍ମ ପାଇଁ ଖୁବ୍ ଭଲ । ନଡିଆ ତେଲର ଭଲ ଗୁଣ ହେଉଛି, ନିଜର ଆରୋଗ୍ୟ ଗୁଣ ଚର୍ମର ରୁକ୍ଷପଣକୁ ଦୂର କରିଥାଏ । ଏଥିରେ ରହିଛି ଆଣ୍ଟି-ଇନ୍‌ଫ୍ଲାମେଟୋରି ଗୁଣ ଯାହାକି ଚର୍ମ ପାଇଁ ଲାଭଦାୟକ l ନଡିଆ ତେଲ ଚର୍ମକୁ ଜଳ ମଧ୍ୟ ଯୋଗାଇଥାଏ ଯାହା ତ୍ୱଚା ପାଇଁ ଅତି ଆବଶ୍ୟକୀୟ । ଆପଣ ତ୍ବଚା ଉପରେ ନଡ଼ିଆ ତେଲ ବିଭିନ୍ନ ଉପାୟରେ ପ୍ରୟୋଗ କରି ପାରିବେ l ନଡ଼ିଆ ତେଲକୁ ରାତିରେ ପ୍ରୟୋଗ କରି ଶୋଇଲେ ଚର୍ମରେ ଅନେକ ଲାଭ ଦେଖିବାକୁ ମିଳେ । ନଡିଆ ତେଲରେ ଭରପୁର ରହିଛି ଆଣ୍ଟି-ଏଜିଙ୍ଗ୍ ଗୁଣ । ଯେଉଁମାନଙ୍କ ଚର୍ମ ବୟସ ଆଗରୁ ଲୋଚାକୋଚା ଦେଖାଯାଏ , ସେମାନେ ନଡ଼ିଆ ତେଲକୁ  ବ୍ୟବହାର କରିପାରିବେ ପ୍ରତିଦିନ ।

ଏକଜେମା ବା କୁଣ୍ଡିଆ ହୋଇଥଲେ ,ମରା ନଡ଼ିଆ ତେଲ ସେଥିରୁ ଲାଘବ ଦେଇଥାଏ  l ହାତ ,ଗୋଡ ଇତ୍ୟାଦି ତ୍ୱଚା ଫାଟିଥିଲେ ବା ଶୁଷ୍କ ହୋଇଥିଲେ ,ଏହାକୁ ଲଗାଇପାରିବେ l ଏହା ତ୍ୱଚା ରୁ ଜଳୀୟ ଅଂଶ ସୁଖିବାକୁ ଦେଏ ନାହିଁ l  କବକ ଏବଂ କୀଟାଣୁ ରୋଧକ ଶକ୍ତି ଥିବାରୁ ,ଏହାକୁ ବ୍ୟବହାର କଲେ ବିଭିନ୍ନ ରୋଗ ରୁ ମୁକ୍ତି ମିଳିଥାଏ l ଏହା ଶରୀରରେ ହିତକାରୀ କଲେଷ୍ଟେରୋଲ ମାତ୍ର କୁ ବଢ଼ାଇ ଥାଏ ତେଣୁ ମେଧାବହୁଳ ପରି ସମସ୍ୟା ଦେଖାଯାଏ ନାହିଁ l ସୁଗାର ଫ୍ରି ଡାର୍କ ଚକଲେଟ ତିଆରି କରିବା ଲାଗି ଏହା ଏକ ଉତ୍ତମ ସାମଗ୍ରୀ l ନବଜାତ ଶିଶୁଙ୍କୁ ନଡ଼ିଆ ତେଲ ରେ ମାଲିସ କଲେ ତାଙ୍କର ସ୍ୱାସ୍ଥ୍ୟ ଉନ୍ନତି ହେବ ସଂଗେ ଶୀଘ୍ର ଓଜନ ବଢିଥାଏ l ଏହାକୁ ତ୍ୱଚା ରେ ଲଗାଇଲେ ମାସ କାମୁଡିବା କମିଥାଇ ବୋଲି ପରୀକ୍ଷା କରି ଦେଖାଯାଇଛି l ଏକ ଭାଗ ନଡ଼ିଆ ତେଲ କୁ ୧ ଭାଗ ସୋଡ଼ା ସହ ମିଶାଇ ଦାଗ ଲାଗିଥିବା ସ୍ଥାନ ରେ ଲଗାନ୍ତୁ l ୫ ମିନିଟ ପରେ ତାକୁ ପୋଛି ଦିଅନ୍ତୁ ଦାଗ ଛାଡ଼ିଯିବ l

 

ସ୍ୱାସ୍ଥ୍ୟପାଇଁ ହିତକାରକ : ଘିଅ ନା ତେଲ

ଲେମ୍ବୁର ଔଷଧୀୟ ଗୁଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments