Health & Lifestyle

ମଧୁମେହ ଓ ଷ୍ଟୋନ ଚିକିତ୍ସା ପାଇଁ ଲାଭଦାୟକ ଜାମୁକୋଳି

ମଧୁମେହ (Diabetes)ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ତେବେ ଆପଣ ଜାଣିଛନ୍ତି କି ଜାମୁ କୋଳି (Blackberry) ମଧୁମେହ (Diabetics) ରୋଗୀଙ୍କ ପାଇଁ ରାମବାଣ ସଦୃଶ ହେବ ।

02 November, 2022 2:28 PM IST By: Sudesna Nayak

ମଧୁମେହ (Diabetes)ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ତେବେ ଆପଣ ଜାଣିଛନ୍ତି କି ଜାମୁ କୋଳି (Blackberry) ମଧୁମେହ (Diabetics) ରୋଗୀଙ୍କ ପାଇଁ ରାମବାଣ ସଦୃଶ ହେବ ।

ଜାମୁକୋଳି (Blackberry) ମଧୁମେହ (Diabetics) ରୋଗୀଙ୍କ ପାଇଁ ବହୁତ ଉପଯୋଗୀ । ପାଚନ ପ୍ରକ୍ରିୟା, ଦାନ୍ତ, ଆଖି, ପେଟ ଓ କିଡନୀ ପାଇଁ ଜାମୁକୋଳି ବହୁତ ଲାଭକାରୀ । ଏଥିରେ ପ୍ରୋଟିନ, ଫାଇବର, କାର୍ବୋହାଇଡ୍ରେଟ୍ସ, ଆଇରନ, କ୍ୟାଲସିୟମ ଭଳି ତତ୍ୱ ରହିଛି ।

ଜାମୁକୋଳି (jamukoli) ଦେଖିବାକୁ କଳା ଓ ଏହାର ଆକାର ଛୋଟ । ଖାଇବାରେ ମଧ୍ୟ ଏହା ସ୍ୱାଦିଷ୍ଟ । ଏହି ଛୋଟ ଫଳରେ ଅନେକ ଔଷଧୀୟ ଗୁଣ ଅଛି । ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ଲାଭଦାୟକ ।

ଜଣ୍ଡିସ ପାଇଁ ଉପଯୋଗୀ ଜାମୁକୋଳି (Blackberry),ଜାଣନ୍ତୁ...

ଜଣ୍ଡିସ ପାଇଁ ଜାମୁକୋଳି (Blackberry) ବହୁତ ଉପଯୋଗୀ । ୧୦ ରୁ ୧୫ ମିଳି ଜାମୁକୋଳି ରସରେ ୨ ଚାମଚ ମହୁ ମିଶାଇ ପିଇଲେ ଜଣ୍ଡିସର ପ୍ରଭାବ କମ ହୋଇଥାଏ । ଏହାଦ୍ୱାରା ରକ୍ତହୀନତା ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଷ୍ଟୋନ ଚିକିତ୍ସା ପାଇଁ ଉପଯୋଗୀ ଜାମୁକୋଳି (Blackberry),ଜାଣନ୍ତୁ...

କିଡନୀରେ ଷ୍ଟୋନ (kidney stones) ଥିଲେ ଜାମୁକୋଳି (Blackberry) ବ୍ୟବହାର କରିପାରିବେ । ଜାମୁକୋଳି (Blackberry) ଖାଇବା ଦ୍ୱାରା ଛୋଟ ଆକାରର ଷ୍ଟୋନ ବାହାରି ଯାଇଥାଏ । ଏଥିପାଇଁ ୧୦ ମିଲି ଜାମୁ ରସରେ ୨୫୦ ମିଲିଗ୍ରାମ ସନ୍ଧବ ଲୁଣ ମିଶାଇ ଦିନକୁ ୨-୩ ଥର ପିଅନ୍ତୁ । ଷ୍ଟୋନ (stones)ତରଳି ପରିସ୍ରା ଦେଇ ବାହାରିଯିବ ।

ଜାମୁ କୋଳି (Blackberry) ପାଟିକୁ ଯେମିତି ସୁଆଦିଆ ଲାଗେ ଶରୀର ପାଇଁ ବି ସେତିକି ସ୍ୱାସ୍ଥ୍ୟକର । କେବଳ ଜାମୁ କୋଳି ନୁହେଁ, ଜାମୁର ମଞ୍ଜି ମଧ୍ୟ ଖୁବ୍ ପୃଷ୍ଟିକର । ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଓ ଭିଟାମିନ୍ ଭଳି ପୁଷ୍ଟିକର ଉପାଦାନ ରହିଥାଏ । ଜାମୁ କୋଳି କେବଳ ଫଳ ଭାବରେ ନୁହେଁ ବରଂ ଔଷଧ ଭାବରେ ମଧ୍ୟ ବ୍ୟବହୃତ ହୁଏ ।

ରକ୍ତଚାପ ବା ବ୍ଲଡ ପ୍ରେସର ନିୟନ୍ତ୍ରଣ କରେ ଜାମୁକୋଳି (Blackberry),ଜାଣନ୍ତୁ...

ବର୍ତ୍ତମାନ ଅନେକ ଲୋକଙ୍କର ରକ୍ତଚାପ (Blood Pressure)ସମସ୍ୟା ଦେଖାଦେଉଛି । ଏହାକୁ କମ କରିବା ଲୋକଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଥାଏ । ଏହି ସମୟରେ ଆପଣ ଜାମୁ (Blackberry) ମଞ୍ଜିର ପାଉଡରକୁ ପାଣି ସହିତ ଖାଇପାରିବେ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ଏହି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ନେବା ହିଁ ନିହାତି ଜରୁରୀ ।

ଖାଆନ୍ତୁ ମହୁ ଓ ରସୁଣ ; ମିଳିବ ଚମତ୍କାରୀ ଲାଭ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)