1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଖାଆନ୍ତୁ ମହୁ ଓ ରସୁଣ ; ମିଳିବ ଚମତ୍କାରୀ ଲାଭ

ରସୁଣ ଓ ମହୁର ବ୍ୟବହାର ଅନେକ ଲୋକ କରିଥାନ୍ତି ପ୍ରତିଦିନ । ଏହି ଦୁଇଟି ଜିନିଷର ଫାଇଦା ବିଷୟରେ ସମସ୍ତେ ଅଳ୍ପ ବହୁତ ମଧ୍ୟ ଜାଣିଛନ୍ତି । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଯଦି ଖାଲି ପେଟରେ ପ୍ରତିଦିନ ମହୁ ଓ ରସୁଣ ସେବନ କରାଯିବ, ଏହା ସେବନ କରିବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇ ପାରିବ ? ରସୁଣ ଓ ମହୁକୁ ଏହିଭଳି ଭାବେ ସେବନ କଲେ ଆମକୁ କେତେକ ପ୍ରକାରର ଲାଭ ମିଳି ପାରିବ । ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ କାହିଁକି ନା, ରସୁଣରେ ବହୁ ଜରୁରୀ ପୋଷକ ତତ୍ତ୍ୱ ରହିଛି । ଏହା ମଧୁମେହ ନିୟନ୍ତ୍ରଣ କରିବା, ଇମ୍ୟୁନିଟିକୁ ମଜଭୁତ କରିବା ଏବଂ କର୍କଟ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

KJ Staff
KJ Staff
Health tips -Health benefits of garlic and honey

Health tips -Health benefits of garlic and honey

ରସୁଣ (garlic )ଓ ମହୁର (honey )ବ୍ୟବହାର ଅନେକ ଲୋକ କରିଥାନ୍ତି ପ୍ରତିଦିନ  । ଏହି ଦୁଇଟି ଜିନିଷର ଫାଇଦା ବିଷୟରେ ସମସ୍ତେ ଅଳ୍ପ ବହୁତ ମଧ୍ୟ ଜାଣିଛନ୍ତି । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଯଦି ଖାଲି ପେଟରେ ପ୍ରତିଦିନ ମହୁ ଓ ରସୁଣ ସେବନ କରାଯିବ, ଏହା ସେବନ କରିବା ଦ୍ୱାରା ଅନେକ ସମସ୍ୟା ଦୂର ହୋଇ ପାରିବ ? ରସୁଣ ଓ ମହୁକୁ ଏହିଭଳି ଭାବେ ସେବନ କଲେ ଆମକୁ କେତେକ ପ୍ରକାରର ଲାଭ ମିଳି ପାରିବ । ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ କାହିଁକି ନା, ରସୁଣରେ ବହୁ ଜରୁରୀ ପୋଷକ ତତ୍ତ୍ୱ ରହିଛି । ଏହା ମଧୁମେହ ନିୟନ୍ତ୍ରଣ କରିବା, ଇମ୍ୟୁନିଟିକୁ (immunity )ମଜଭୁତ କରିବା ଏବଂ କର୍କଟ (cancer )ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ସେହିପରି ମହୁ ମଧ୍ୟ ଆଣ୍ଟି ବାୟୋଟିକ୍‌ (anti - biotic )ଭଳି କାମ କରିଥାଏ ଏବଂ ସମସ୍ତ ପ୍ରକାର ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ। ଆଜି ଆମେ ଆପଣଙ୍କୁ କହିବୁ ଯେ ଖାଲି ପେଟରେ ରସୁଣ ଓ ମହୁ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କେଉଁ କେଉଁ ସମସ୍ୟାକୁ ଦୂର କରାଯାଇ ପାରିବ । ଆଉ ଆପଣ କେଉଁ କେଉଁ ରୋଗରୁ ମୁକ୍ତି ପାଇଁ ପାରିବେ ।

ମହୁ-ରସୁଣ  ଆଣ୍ଟି-ବାୟୋଟିକ ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଲାଗି ଜଣା ଯାଏ । ଆୟୁର୍ବେଦରେ ( ayurveda ) ରସୁଣକୁ ଏକ ଔଷଧର ଭାବରେ ବିବେଚନା କରାଯାଏ । ରସୁଣରେ ଆଲିସିନ୍ ଏବଂ ଫାଇବରର ( fiber )ଉପସ୍ଥିତି ଯୋଗୁଁ ଶରୀରକୁ ବିଭିନ୍ନ ପୋଷକତ୍ତତତ୍ୱ ଯୋଗାଏ । ଏଥିରେ ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭଳି ଗୁଣ ମଧ୍ୟ ଅଛି । ରସୁଣରେ ଭିଟାମିନ ବି୧,ବି୬ ଏବଂ ସି ସହିତ ମାଙ୍ଗାନିଜ, କ୍ୟାଲସିୟମ( calcium ),ସେଲେନିୟମ ଏବଂ ଅନ୍ୟାନ୍ୟ ଖଣିଜ ( iron )ପଦାର୍ଥ ଅଛି । ଆୟୁର୍ବେଦ ଅନୁଯାୟୀ ସକାଳେ ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ଅନେକ ଲାଭ ହୋଇଥାଏ ।

ପ୍ରଥମେ ରସୁଣର ଚୋପା ଛଡାଇ ଏହାକୁ ହାଲକା ଭାବେ ଛେଚି ଦିଅନ୍ତୁ । ପରେ ଏଥିରେ ମହୁ ମିଶାନ୍ତୁ। ଭଲ ଭାବେ ମହୁ ମିଶିଗଲେ ଏହାକୁ ସେବନ କରନ୍ତୁ । ସକାଳେ ଖାଲି ପେଟରେ ସର୍ବଦା ଏହାର ସେବନ କରନ୍ତୁ ।

ଏପରି ଭାବେ ମହୁ ଓ ରସୁଣର ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ବିଭିନ୍ନ ପ୍ରକାର ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ ଏହା ଏବଂ ଅତି ଲାଭଦାୟକ ହୋଇଥାଏ । ମହୁ ଓ ରସୁଣ ଉଭୟ ଶରୀରରୁ କୋଲେଷ୍ଟେରୋଲ୍‍କୁ ନିୟନ୍ତ୍ରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି । ଗଳା ଯନ୍ତ୍ରଣା,କୁଣ୍ଢାଇବା ଭଳି ଅନୁଭବ ହେଲେ ମହୁ ଓ ରସୁଣର ସେବନ ଖୁବ ଲାଭଦାୟକ  ସାଜିଥାଏ ଶରୀର ପାଇଁ । ଥଣ୍ଡା,କାଶ ଆଦି ସମସ୍ୟାରୁ ରକ୍ଷା ପାଇବା ପାଇଁ ମହୁ ଓ ରସୁଣର ସେବନ ଖୁବ ଉପକାରୀ ।

-ଯେଉଁ ଲୋକ ନିଜ ଶରୀରର ଓଜନ ବୃଦ୍ଧିକୁ ନେଇ ଚିନ୍ତିତ, ସେମାନେ ନିୟମିତ ରୂପେ ରସୁଣ ଓ ମହୁ ସେବନ କରି ପାରିବେ। ଏଥିରୁ ସେମାନଙ୍କୁ ମୋଟାପଣରୁ ଛୁଟକାରା ମିଳି ପାରିବ ।

-ପ୍ରତିଦିନ ଏହା  ସେବନ କରିବା ଦ୍ୱାରା ଥଣ୍ଡା, ସର୍ଦ୍ଦି ଭଳି ସମସ୍ୟାରୁ ଉପଶମ ମିଳି ପାରିବ। ଏହା ବ୍ୟତୀତ ଗଳା ଗତଗତ ହେବା ସମସ୍ୟାକୁ ମଧ୍ୟ ଏହା ଦୂର କରି ପାରିବ । କେବଳ ଏତିକି ନୁହେଁ, ରସୁଣ ଓ ମହୁ ଇମ୍ୟୁନିଟିକୁ ମଜଭୁତ କରିବାରେ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ।

-ଆପଣ ଗୋଟିଏ ଚାମଚ ମହୁ ଓ ରସୁଣ ସେବନ କଲେ, ଏହା ହାର୍ଟର ଧମନୀଗୁଡ଼ିକରେ ଜମି ରହିଥିବା ଫ୍ୟାଟ୍‌କୁ ଦୂର କରିବାରେ ସାହାଯ୍ୟ କରେ ।  ସାଧାରଣ ଭାବରେ କହିବାକୁ ଗଲେ, ଏହା ହୃଦୟର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

-ଡାଇରିଆ ସମସ୍ୟାକୁ ଦୂର କରିବାରେ ବି ମହୁରେ ଭିଜା ହୋଇଥିବା ରସୁଣ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ ।

-ଯଦି ଆପଣ ମହୁରେ ରସୁଣ ମିଶାଇ ଖାଇବେ, ଦାନ୍ତ ଏବଂ ଦାନ୍ତ ମାଢ଼ି ଶକ୍ତିଶାଳୀ ହୋଇଥାଏ  ।

-ଫଙ୍ଗଲ ଇନ୍‌ଫେକ୍ସନକୁ ଦୂର କରିବାରେ ମଧ୍ୟ ମହୁ ଓ ରସୁଣ ବହୁତ ଲାଭଦାୟକ ଅଟେ  ।02

ଓଜନ କମ କରିବାରେ ସହାୟକ ରସୁଣ

ରସୁଣ ଖାଉଛନ୍ତି କି ଜାଣନ୍ତୁ ଏ କଥା, ନଚେତ…

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments