1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଓଜନ କମ କରିବାରେ ସହାୟକ ରସୁଣ

ରସୁଣ କେବଳ ଖାଦ୍ୟର ସ୍ୱାଦ ବଢେଇନଥାଏ ବରଂ ଔଷଧ ଭଳି କାମ କରିଥାଏ । ରସୁଣରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ଥାଏ, ଯାହା ରୋଗରୁ ରକ୍ଷା କରିଥାଏ । ମୁଖ୍ୟତଃ ହୃଦରୋଗ ଏବଂ କର୍କଟ ରୋଗ ପାଇଁ ରସୁଣ ବ୍ୟବହାର ବହୁତ ଲାଭଦାୟକ ଅଟେ ।

Sudesna Nayak
Sudesna Nayak
health benefit of garlic

health benefit of garlic

ରସୁଣ କେବଳ ଖାଦ୍ୟର ସ୍ୱାଦ ବଢେଇନଥାଏ ବରଂ ଔଷଧ ଭଳି କାମ କରିଥାଏ । ରସୁଣରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ଥାଏ, ଯାହା ରୋଗରୁ ରକ୍ଷା କରିଥାଏ । ମୁଖ୍ୟତଃ ହୃଦରୋଗ ଏବଂ କର୍କଟ ରୋଗ ପାଇଁ ରସୁଣ ବ୍ୟବହାର ବହୁତ ଲାଭଦାୟକ ଅଟେ ।

ଭାରତରେ ଏବେ ପ୍ରବଳ ଶୀତ ଲହରୀ ଜାରି ରହିଛି । ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି । ଏହି ଦିନରେ ଅଧିକାଂଶ ଲୋକ ରୋଗରେ ପଡନ୍ତି । ଥଣ୍ଡା ଦିନରେ ଖାସ, ଜ୍ବର, ଛିଙ୍କ, ଛାତି ଦରଜ ଭଳି ସମସ୍ଯା ଦେଖାଯାଏ । ତେଣୁ ଆପଣମାନେ ଯଦି ଏପରି ଥଣ୍ଡାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ରୋଷ୍ଟେଡ ରସୁଣ ବା ଭଜା ରସୁଣ ଖାଇବା ଆରମ୍ଭ କରିଦିଅନ୍ତୁ । ଏଥିରେ ଏଲିସିନ, ମାଙ୍ଗାନିଜ, ପୋଟାସିୟମ, ଆଇରନ, କ୍ଯାଲସିୟମ ଏବଂ ଭିଟାମିନ ସି ଭଳି ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଛି । ଶୀତ ଦିନରେ ଭଜା ରସୁଣ ଖାଇବା ଦ୍ବାରା ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।

ମୋଟାପଣ କମ କରିବା ପାଇଁ ଭଜା ରସୁଣ ଖୁବ୍ ସହାୟକ ହୋଇଥାଏ । ଏହାଦ୍ୱାରା ମୋଟାବଲିଜିମ୍ ଦୃତଗତିରେ କାମ କରିଥାଏ । ସେଥିପାଇଁ ଓଜନ କମ କରିବା ପାଇଁ ହେଲେ ନିୟମିତ ରାତିରେ ଶୋଇବା ପୂର୍ବରୁ ଭଜା ରସୁଣ ଖାଆନ୍ତୁ ।

 

ଥଣ୍ଡା ସମୟରେ ରସୁଣ ବ୍ୟବହାର ବଢ଼ିଯାଏ । ରସୁଣ ସମସ୍ତଙ୍କ ଘରେ ସହଜରେ ମିଳିଯାଏ । ରସୁଣ ଖାଇଲେ ସ୍ୱାଦ ବଢ଼ିବା ସହ ଅନେକ ରୋଗ ମଧ୍ୟ ଶରୀରରୁ ଦୁର ହୋଇଯାଏ । ରସୁଣ ସହ ମହୁ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରେ ।

ରସୁଣରେ ଭିଟାମିନ ବି୬ ଓ ସି, ଫାଇବର, ମାଙ୍ଗାନିଜ, କ୍ୟାଲ୍ସିୟମ୍, ଭଳି ପୋଷକ ତତ୍ୱ ଥାଏ । ଯାହା ଓଜନ କମ କରିବାରେ ମୁଖ୍ୟ ଭୂମିକା ନିଭାଇଥାଏ ।

ରସୁଣ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ ଓ ଶରୀରରୁ ବିଶାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ ।

ରସୁଣ ଖାଇଲେ ଶରୀରରେ ଥିବା ଅଧିକ ଚର୍ବିକୁ କମାଇବାରେ ସାହାଯ୍ୟ କରେ ।

ଯଦି ଆପଣ ପ୍ରତିଦିନ ୨ ରୁ ୩ କୋଲା ରହୁଣ ଖାଉଛନ୍ତି ତେବେ ଏହାଦ୍ୱାରା ହୃଦ୍ ସମ୍ବନ୍ଧୀୟ ରୋଗରୁ ରକ୍ଷା ପାଇପାରିବେ । ଏହା ଅନେକ ରୋଗରୁ ରକ୍ଷା କରିଥାଏ ।

ଭଜା ରସୁଣରେ ଏଭଳି ତତ୍ୱ ଅଛି ଯାହା ଶରୀରରେ ଭଲ କୋଲେଷ୍ଟ୍ରଲକୁ ବଢାଇଥାଏ ଯାହାଦ୍ୱାରା ଖରାପ କୋଲେଷ୍ଟ୍ରଲ ହ୍ରାସ ହେବାରେ ସହଜ ହୋଇଥାଏ ।

ରସୁଣରେ ଥିବା ଏଲିସିନି ମଣିଷର ହାର୍ଟଜନିତ ରୋଗ ସହିତ ଲଢିଥାଏ । ଏହାଛଡା କୋଲେଷ୍ଟ୍ରଲର ମାତ୍ରାକୁ ମଧ୍ୟ କମ୍ କରିଥାଏ ।

ପ୍ରତିଦିନ ଭଜା ରସୁଣ ଖାଇବା ଦ୍ୱାରା ପ୍ଲେଟଲେଟସର ଏକତ୍ରିକରଣ କମ୍ କରିବା ସହିତ ରକ୍ତ ପ୍ରଭାବକୁ ଠିକ୍ ରହିଥାଏ । ଉଚ୍ଚ ରକ୍ତଚାପରୁ ମଧ୍ୟ ମୁକ୍ତି ଦିଏ ଭଜା ରସୁଣ ।

ଆଜମା ରୋଗୀ ପ୍ରତିଦିନ କ୍ଷୀର ସହିତ ଭଜା ରସୁଣ ଖାଇଲେ ଅଜମା ନିୟନ୍ତ୍ରଣରେ ରହିଥାଏ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments