1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ରସୁଣ ଖାଉଛନ୍ତି କି ଜାଣନ୍ତୁ ଏ କଥା, ନଚେତ…

ସବୁ ଭାରତୀୟ ଘରେ ରସୁଣ ଅତି ସହଜରେ ମିଳିଯିବ । ରସୁଣ ଖାଇବା ଦ୍ଵାରା ଆମର ଇମ୍ୟୁନିଟି ସିଷ୍ଟମ ମଜବୁତ ହୋଇଥାଏ, ଯଦି ଆମେ ପ୍ରତିଦିନ ରସୁଣ ଖାଇବା ତାହେଲ ବହୁତ ରୋଗରୁ ଦୂରେଇ ରହିପାରିବା । ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଚାଲନ୍ତୁ ଜାଣିବା...

Sudesna Nayak
Sudesna Nayak
benefits of Garlic

benefits of Garlic

ସବୁ ଭାରତୀୟ ଘରେ ରସୁଣ (Garlic)ଅତି ସହଜରେ ମିଳିଯିବ । ରସୁଣ ଖାଇବା ଦ୍ଵାରା ଆମର ଇମ୍ୟୁନିଟି ସିଷ୍ଟମ ମଜବୁତ ହୋଇଥାଏ, ଯଦି ଆମେ ପ୍ରତିଦିନ ରସୁଣ ଖାଇବା ତାହେଲ ବହୁତ ରୋଗରୁ ଦୂରେଇ ରହିପାରିବା । ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଚାଲନ୍ତୁ ଜାଣିବା...

ରସୁଣ ଏଣ୍ଟିବ୍ଯାକ୍ତ୍ରିଅଲ ଗୁଣରେ ଭରପୁର ହୋଇଥାଏ । ଆଜି ଆମେ ଆପଣଙ୍କୁ ରସୁଣ ଖାଇବାର ଉପକାରିତା ବିଷୟରେ କହିବୁ ।

ରାତିରେ ଶୋଇବା ସମୟରେ ଗୋଟେ କଞ୍ଚା ରସୁଣ (Garlic) ଖାଇଲେ ଶରୀରର ଷ୍ଟାମିନା ବଢିଥାଏ । ଯାହାଦ୍ୱାରା ଶରୀର ଦୁର୍ବଳ ଲାଗିବାରୁ ବଞ୍ଚିଥାଏ ।

ରସୁଣ (Garlic) ଖାଇଲେ କୋଲେଷ୍ଟ୍ରୋଲ ସ୍ତର କମ ହୋଇଥାଏ ।

ରସୁଣ (Garlic) ପାଖୁଡାରେ ବହୁତ ସାରା ଗୁଣ ଥାଏ ଯାହା କ୍ୟାନ୍ସର ରୁ ବଞ୍ଚାଇ ଥାଏ । ରସୁଣ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଏକ ଭଲ ମସଲା ଭାବେ ମଧ୍ୟ ଲୋକପ୍ରିୟ । ଅଧିକାଂଶ ଖାଦ୍ୟ ଆଇଟମରେ ରସୁଣର ବ୍ୟବହାର ହୋଇଥାଏ । କେବଳ ରୋଷେଇ ନୁହେଁ ବରଂ ଔଷଧ ଭାବେ ମଧ୍ୟ ରସୁଣର ବ୍ୟବହାର ହୋଇଥାଏ । ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ ।

ଔଷଧ ଭଳି କାମ କରେ ରସୁଣ

ରସୁଣ (Garlic)ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ସହଜରେ ସଫା ହୋଇଥାଏ । ଅର୍ଥାତ୍ ପେଟକୁ ପରିଷ୍କାର ରଖିବାରେ ରସୁଣ ଏକ ଔଷଧ ଭଳି କାମ କରିଥାଏ ।

ବ୍ୟାକ୍ଟେରିଆ ନଷ୍ଟ କରେ ରସୁଣ

ରସୁଣ (Garlic)ଖାଇବା ଦ୍ୱାରା ପେଟ ସମସ୍ୟା ହୋଇନଥାଏ । ଏହା ଦ୍ୱାରା ପେଟରେ ଥିବା ବ୍ୟାକଟେରିଆ ନଷ୍ଟ ହୋଇଥାନ୍ତି ।

ଥଣ୍ଡାଦିନରେ ଉପକାରୀ ରସୁଣ

ଯଦି ଥଣ୍ଡାଦିନରେ ଶିରା ପ୍ରଶିରା ଝିମଝିମ ହୋଇଥାଏ ତେବେ ରସୁଣ (Garlic)ଖାଇବା ଏଥିରୁ ଉପଶମ ମିଳିଥାଏ ।

ରସୁଣ ଖାଇବା ଦ୍ୱାରା ରକ୍ତ ସଂଚାଳନ ଠିକ୍‌ ହୁଏ

ଖାଲି ପେଟରେ ରସୁଣ (Garlic)ଖାଇବା ଦ୍ୱାରା ରକ୍ତ ସଂଚାଳନ ଠିକ ଭାବେ ହୋଇଥାଏ ଏବଂ ହୃଦୟ ସହ ଜଡିତ ରୋଗ ହେବାର ଆଶଙ୍କା କମ୍‌ ଥାଏ ।

ଉଚ୍ଚ ରକ୍ତଚାପ ବେଳେ ରସୁଣ ଖାଇବା

ଯଦି ଉଚ୍ଚ ରକ୍ତଚାପ ସମସ୍ୟା ଥାଏ ,ତେବେ ରସୁଣ (Garlic)କୁ ଖାଲି ପେଟରେ ଖାଇବା ଲାଭଦାୟକ ରହିବ ।

କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରେ ରସୁଣ

ରସୁଣ (Garlic) କୋଲେଷ୍ଟ୍ରଲ ସମସ୍ୟା ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ।

ଯଦି ଆପଣମାନେ ରସୁଣ (Garlic) ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ହିଁ ନିଶ୍ଚିତ ଭାବରେ ଡାକ୍ତରଙ୍କ ହିଁ ପରାମର୍ଶ ନିଅନ୍ତୁ ।

ଭୁଲରେ ବି ଖାଆନ୍ତୁ ନାହିଁ କମଳା, ନଚେତ ନେଇପାରେ ଜୀବନ

କଞ୍ଚା ପିଆଜ ଖାଉଛନ୍ତି କି ? ଜାଣନ୍ତୁ ନିଶ୍ଚିତ ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments