1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଶରୀର ପାଇଁ ସବୁଜ ସେଓର ଫାଇଦା

ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ । ସେଓରେ ଭିଟାମିନ୍‌ ବି୬, ଭିଟାମିନ୍‌ ସି, ଆଇରନ୍‌, କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌, ଫସ୍‌ଫରସ୍‌ ଓ ମାଙ୍ଗାନିଜ୍‌ ଭଳି ପୋଷକତତ୍ତ୍ବ ଅନେକ ପରିମାଣରେ ଥାଏ । ତେଣୁ ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ବାରା ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ ।

Tanushree Mahapatra
Tanushree Mahapatra
Benefits of green apple

Benefits of green apple

ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ । ସେଓରେ ଭିଟାମିନ୍‌ ବି୬, ଭିଟାମିନ୍‌ ସି, ଆଇରନ୍‌, କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌, ଫସ୍‌ଫରସ୍‌ ଓ ମାଙ୍ଗାନିଜ୍‌ ଭଳି ପୋଷକତତ୍ତ୍ବ ଅନେକ ପରିମାଣରେ ଥାଏ । ତେଣୁ ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ବାରା ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ । ତେବେ ଏବେ ବଜାରରେ ସବୁଜ ସେଓ ( green apple ) ର ଚାହିଦା ବଢ଼ିବାରେ ଲାଗିଛି l ଏହା ଖାଇବା ପାଇଁ ସ୍ୱାଦଯୁକ୍ତ ଥିବାବେଳେ ଶରୀର ପାଇଁ ବେଶ ଲାଭଦାୟକ l

ସାଧାରଣତଃ ଅଧିକାଂଶ ଲୋକେ ଲାଲ ରଙ୍ଗ ଚୋପାର ସେଓ ଖାଇଥାଆନ୍ତି। ଏହାର ଉପକାରିତା ବିଷୟରେ ମଧ୍ୟ ଜାଣି ଥାଆନ୍ତି । ମାତ୍ର ସବୁଜ ଚୋପା ସେଓ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ଏଥିରେ କ୍ୟାଲସିୟମ ( calcium ) , ପ୍ରୋଟିନ୍‍ ( protin ) ,ଭିଟାମିନ ( vitamin ) ,ମାଗ୍ନେସିୟମ ( magnesium ) ,ଫସଫରସ,ପୋଟାସିୟମ,ଆଇରନ ( iron ) ,ଜିଙ୍କ୍‍ jinc
), ଭିଟାମିନ କେ ଭଳି ପୋଷକ ତତ୍ତ୍ୱ ରହିଛି ।

ସବୁଜ ସେଓ ଖାଇବା ଦ୍ୱାରା ଦୁର୍ବଳ ହାଡ ସମସ୍ୟା ଦୂର ହୋଇଥାଏ । ଏହା ତ୍ୱଚା ପାଇଁ ମଧ୍ୟ ଉପକାରୀ। ଜାଣନ୍ତୁ ସବୁଜ ସେଓ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କି କି ଉପକାର ହୋଇଥାଏ । କୁହାଯାଏ ଯେ, ଦିନକୁ ଗୋଟିଏ ସେଓ ଖାଇବା ଦ୍ୱାରା ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ ନାହିଁ । ଅର୍ଥାତ୍ ସେଓରେ ଭରପୂର ମାତ୍ରାରେ ଥିବା ପୋଷକ ତତ୍ୱ ଶରୀରକୁ ବିଭିନ୍ନ ରୋଗଠାରୁ ଦୂରେଇ ରଖିଥାଏ । ହାର୍ଟ ଜନିତ ସମସ୍ୟାଠାରୁ ଆରମ୍ଭ କରି ମାଂସପେଶୀ ପର୍ଯ୍ୟନ୍ତ ସେଓ ଅତ୍ୟନ୍ତ ଲାଭଦାୟକ ।

ମଧୁମେହ ରୋଗୀ ଲାଲ ବଦଳରେ ସବୁଜ ସେଓ ଖାଇବା ଲାଭଦାୟକ। ଏହା ଲାଲ ସେଓ ତୁଳନାରେ କମ ମିଠା। ଅଧିକ ଫାଇବର ମଧ୍ୟ ଥାଏ। ଏହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ । ସବୁଜ ସେଓରେ ଥିବା ଭିଟାମିନ ଏ, ସି ଓ ଆଣ୍ଟି-ଅକ୍ସିଡାଣ୍ଟ ପାଇଁ ତ୍ୱଚା ପାଇଁ ଉପକାରୀ। ଏହା ତ୍ୱଚାକୁ କୋମଳ କରିବା ସହ କୁଞ୍ଚନ ସମସ୍ୟା ଦୂର କରିଥାଏ। ମୁହଁର ଚମକ ବୃଦ୍ଧି ପାଇଥାଏ। ଭିଟାମିନ କେ,କ୍ୟାଲସିୟମ ଓ ପୋଟାସିୟମ ସବୁଜ ସେଓରେ ଭରପୁର ମାତ୍ରାରେ ରହିଛି। ଏହା ହାଡକୁ ମଜଭୂତ କରିଥାଏ। ଏଥିରେ ଭରପୁର ମାତ୍ରାରେ ଭିଟାମିନ ଏ ରହିଛି। ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ସବୁଜ ସେଓ ପାଚନକୁ ସୁସ୍ଥ ରଖିଥାଏ। ଏହାର ସେବନ ଦ୍ୱାରା ଶରୀରରୁ ଅଦକାରୀ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ। କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ। ସବୁଜ ସେଓର ସେବନ ଦ୍ୱାରା ହୃଦୟ ଜନିତ ସମସ୍ୟା ଓ ରୋଗ ହେବାର ଆଶଙ୍କା ଖୁବ କମ ଥାଏ। ଏହା ହୃଦୟକୁ ସୁସ୍ଥ ରଖିଥାଏ। ନିୟମିତ ଭାବରେ ସବୁଜ ସେଓ ଖାଇବା ଦ୍ଵାରା ରକ୍ତ ବିଶୁଦ୍ଧ ହେବା ସହ ଷ୍ଟ୍ରୋକ ହେବାର ଆଶଙ୍କା କମ୍ ଥାଏ । ସେଓ ଖାଇବା ଦ୍ୱାରା ଟାଇପ୍‌-୨ ଡାଇବେଟିସ୍‌ର ଆଶଙ୍କା ଦୂର ହୋଇଥାଏ। ଗୋଟିଏ ଗ୍ରୀନ୍‌ ଆପଲରେ ୨୧ ଗ୍ରାମ କାର୍ବୋହାଇଡ୍ରେଟ୍‌, ୪ ଗ୍ରାମ ଫାଇବର, ୪ ଗ୍ରାମ ପ୍ରୋଟିନ୍‌, ୬ ମିଲିଗ୍ରାମ ଭିଟାମିନ୍‌ ସି, ଆଇରନ୍‌ ଏବଂ ଲୋ କୋଲେଷ୍ଟୋରେଲ୍‌ ରହିଥାଏ।

ଏହାଛଡ଼ା ୭୭ କ୍ୟାଲୋରୀ ମଧ୍ୟ ମହଜୁଦ୍‌ ଥାଏ। ଭିଟାମିନ୍‌ ସି ଯୁକ୍ତ ସେଓ ଖାଇବା ଦ୍ୱାରା ସ୍କିନ୍‌ କ୍ୟାନସର ହେବାର ଆଶଙ୍କା କମିଯାଇଥାଏ ଏବଂ ମଧୁମେହ ରୋଗୀଙ୍କ ପାଇଁ ଏହା ଫଳପ୍ରଦ ହୋଇଥାଏ। ଗ୍ରୀନ୍‌ ସେଓ ଏସିଡିକ୍‌ ହୋଇଥାଏ। ଏହା ଦାନ୍ତର ଇନେମଲକୁ କ୍ଷତି ପହଞ୍ଚାଇପାରେ। ଏହାକୁ ଖାଇସାରିବା ପରେ ମୁହଁକୁ ଭଲ ଭାବେ ପାଣିରେ ସଫା କରିବା ଉଚିତ।

ଜୀବନ ନେଇପାରେ ସେଓ ମଞ୍ଜି ! ଜାଣନ୍ତୁ...

ଅଧିକ ସେଓ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments