1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଅଧିକ ଖାଉଛନ୍ତି କି କଞ୍ଚାଲଙ୍କା ?

କଞ୍ଚାଲଙ୍କା ଏପରି ଏକ ପରିବା ଯାହା ପ୍ରାୟତଃ ଅନେକଙ୍କୁ ପସନ୍ଦ । ଅନେକ କଞ୍ଚାଲଙ୍କାକୁ ଖାଦ୍ୟ ସହ ଖାଇବାକୁ ପସନ୍ଦ କରନ୍ତି । କିଛି ଲୋକ ବିଶ୍ଵାସ କରନ୍ତି ଯେ କଞ୍ଚା ଲଙ୍କା ଖାଇବା ଦ୍ୱାରା ସବସ୍ଥ୍ୟ ପାଇଁ ଭଲ ହୋଇଥାଏ ଶୁଖିଲା ଲଙ୍କା ଖାଇବା ଅପେକ୍ଷା l

Tanushree Mahapatra
Tanushree Mahapatra
Benefits of green chilli, image source - pexels.com

Benefits of green chilli, image source - pexels.com

ପ୍ରତ୍ୟେକ ବ୍ୟଞ୍ଜନ ପ୍ରସ୍ତୁତିରେ କଞ୍ଚାଲଙ୍କାକୁ ସମସ୍ତେ ବ୍ୟବହାର କରିଥାନ୍ତି ।  ତେବେ ଅଧିକାଂଶ ଲୋକେ ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ ଜାଣିନଥିବେ । ତେବେ କଞ୍ଚା ଲଙ୍କାକୁ ଅଧିକାଂଶ ଲୋକ ନିଜ ଖାଦ୍ୟରେ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି l

ତେବେ କଞ୍ଚାଲଙ୍କାରେ ଭାରି ରହିଛି ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ ସାବ୍ୟସ୍ତ ହୋଇଥାଏ l କଞ୍ଚା ଲଙ୍କାରେ ଭିଟାମିନ୍‌‌ ଏ, ଭିଟାମିନ୍‌‌ ବି୬, ଭିଟାମିନ ସି, ଆଇରନ, ପୋଟାସିୟମ, ପ୍ରୋଟିନ୍‌‌ ଭଳି ଅନେକ ପୋଷକ ତତ୍ତ୍ୱ ଭରପୁର ରହିଛି । ମୋଟାପଣ କାରଣରୁ ମହିଳା ହେଉ କିମ୍ବା ପୁରୁଷ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।ମାତ୍ର କଞ୍ଚା ଲଙ୍କା ଖାଇବା ଦ୍ୱାରା ମୋଟାପଣ ହ୍ରାସ ହୋଇଥାଏ ଶରୀରର । ଜାଣିଛନ୍ତି କି ? ଆଖିକୁ ସୁସ୍ଥ ରଖିବା ପାଇଁ ମଧ୍ୟ କଞ୍ଚାଲଙ୍କା ବେଶ ସହାୟକ ହୋଇଥାଏ । କଞ୍ଚାଲଙ୍କାରେ ଥିବା ପୋଷକ ତତ୍ତ୍ୱ ଯାହା ଆଖିକୁ ସୁସ୍ଥ ରଖିବା ସହ ଦୃଷ୍ଟି ଶକ୍ତି ମଧ୍ୟ ବୃଦ୍ଧି କରିଥାଏ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଭଳି ଗୁଣ ମଧ୍ୟ ଭାରି ରହିଛି । କଞ୍ଚାଲଙ୍କା କର୍କଟ ଭଳି ମାରାତ୍ମକ ରୋଗ ଠାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ । କଞ୍ଚା ଲଙ୍କାରେ ଥିବା  ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଶରୀର ଭିତରୁ ଅପରିଷ୍କାର ଜିନିଷ ନିର୍ଗତ କରିବାରେ ସହାୟକ ହୋଇଥାଏ ।

ସେହିପରି ହୃଦୟକୁ ସୁସ୍ଥ ରଖିବା ପାଇଁ ମଧ୍ୟ କଞ୍ଚା ବେଶ ଉପକାରୀ ସାଜିଥାଏ । ଏହା ଆପଣଙ୍କୁ ହୃଦୟ ଜନିତ ସମସ୍ୟା ଦୂର କରିବା ସହ ସୁରକ୍ଷିତ ରଖିଥାଏ । ଭିଟାମିନ ସିରେ ଭରପୁର ଏହି କଞ୍ଚାଲଙ୍କା ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ବେଶ ଲାଭଦାୟକ। ଏହା ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତ୍ୱଚାରେ କୁଞ୍ଚନ ଆସିବାକୁ ଦେଇନଥାଏ ଏହି କଞ୍ଚାଲଙ୍କା । ମହିଳା ହେଉ କି ପୁରୁଷଙ୍କ ତ୍ୱଚା ଯୁବା ଓ ସୁନ୍ଦର ଦେଖାଯାଏ । 

କଞ୍ଚାଲଙ୍କା ଉଚ୍ଚ ରକ୍ତଚାପ ସହିତ ହୃଦୟ ଜନିତ ସମସ୍ୟା ମଧ୍ୟ ଦୂର କରେ । କଞ୍ଚାଲଙ୍କାରେ ଥିବା ପୋଷକ ତତ୍ତ୍ୱ ରକ୍ତଚାପକୁ କମ୍‌‌ କରିବା ସହ ଏହାକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ଏକ ଅଧ୍ୟୟନ ଅନୁଯାୟୀ, ନିୟମିତ ୫୦ ଗ୍ରାମରୁ ଅଧିକ କଞ୍ଚା ଲଙ୍କା ଖାଇବା ଉଚିତ ନୁହେଁ କାରଣ ଏହା ସ୍ୱାସ୍ଥ୍ୟ ପାଇଁ ସଠିକ ନୁହେଁ । ଅଧିକ କଞ୍ଚାଲଙ୍କା ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥାଏ l ପେଟରେ ଜଳାପୋଡା, ଯନ୍ତ୍ରଣା ଭଳି ସମସ୍ୟା ହୋଇଥାଏ ଅଧିକ କଞ୍ଚାଲଙ୍କା ଖାଇବା ଦ୍ୱାରା । ଏହାର ଅଧିକ ମାତ୍ରାରେ ସେବନ ଦ୍ୱାରା ଏସିଡିଟି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ଶରୀରରେ । 

ସେ ମହିଳା ହେଉ କି ପୁରୁଷ ସମସ୍ତେ ସଦାବେଳେ ଓଜନ ବୃଦ୍ଧିକୁ ନେଇ ଅଧିକାଂଶ ସମୟରେ ଚିନ୍ତାରେ ରହିଥାନ୍ତି । ଅଧିକ ଓଜନ କାରଣରୁ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଅନେକ ଦେଖାଯାଇଥାଏ l ଯେପରି କି  ହୃଦରୋଗ, ଡାଇବେଟିଜ୍‌, ମୋଟାପଣ ଏବଂ ବ୍ଲଡପ୍ରେସର ଇତ୍ୟାଦି । ତେବେ ଅଧିକରୁ ଅଧିକ ନିଜ ଶରୀର ଓଜନକୁ କମ କରିବା ପାଇଁ ଲୋକମାନେ ଏକ୍ସରସାଇଜ୍‌, ଡାଏଟିଙ୍ଗ ଏବଂ ଉପବାସ ଭଳି ଅନେକ ଉପାୟ ଆପଣେଇଥାନ୍ତି । ଏହାବ୍ୟତୀତ ଓଜନ କମ କରିବା ପାଇଁ ଘରେ ରଖାଯାଥିବା ଣେକ ଜିନିଷର ସାହାଯ୍ୟ ନେଇଥାନ୍ତି । କିନ୍ତୁ ଏହା ଧ୍ୟାନ ରଖିବା ଉଚିତ ଯେ ଆପଣ ସେହି ଜିନିଷର ସେବନ ସୀମିତ ରୂପେ କରିବା ଉଚିତ , ନଚେତ୍‌ ଏହା ହାନିକାରକ ହୋଇପାରେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments