1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

Hing Benefits: ଅନେକ ସମସ୍ୟା କରେ ଦୂର ହେଙ୍ଗୁ ପାଣି

ଏଥିରେ ରହିଛି ଆଣ୍ଟି-ଇନଫ୍ଲେମେଟରୀ ଗୁଣ

Tanushree Mahapatra
Tanushree Mahapatra
benefits of hing, image source - pixeles

benefits of hing, image source - pixeles

ହିଙ୍ଗୁ ଯାହାକୁ ପ୍ରତ୍ୟେକ ଭାରତୀୟ ନିଜ ଖାଦ୍ୟ ପ୍ରସ୍ତୁତି ସମୟରେ ବ୍ୟବହାର କରନ୍ତି l ଯାହା ଖାଦ୍ୟର ସ୍ୱାଦକୁ ଦ୍ଵିଗୁଣ କରେ l ତେବେ ଜାଣିଛନ୍ତି କି ଏହି ହିଙ୍ଗ କିମ୍ବା ହିଙ୍ଗୁରେ ରହିଛି ଅନେକ ପ୍ରକାର ଉପକାରୀ l ସେ ଡାଲି ହେଉ କିମ୍ବା ତରକାରୀ ସମସ୍ତ ପ୍ରକାର ଖାଦ୍ୟରେ ବ୍ୟବହାର ହୁଏ ଏହି ହିଙ୍ଗୁ l ପ୍ରତିଘରେ ଏହାର ଖୁବ ଚାହିଦା ରହିଛି l

ତେବେ ଆସନ୍ତୁ ଜାଣିବା ହିଙ୍ଗ ରେ ଥିବା ଔଷଧୀୟ ଗୁଣ l ଏହା ଦେଖିବାକୁ ଏକ ଚୁର୍ଣ୍ଣ ସଦୃଶ l ହିଙ୍ଗ ବଜାରରେ ବିଭିନ୍ନ ସ୍ଥାନରେ ଉପଲବ୍ଧ ଯାହା ସହଜରେ ଆପଣଙ୍କୁ ମିଳିପାରିବ l ତେବେ ଜାଣିଛନ୍ତି କି ଅନେକଙ୍କ ଖାଦ୍ୟ ହଜମ ଜନିତ ସମସ୍ୟାକୁ ଏହା ଦୂର କରିବାରେ ସାହାଯ୍ୟ କରେ l ପାଚନ ଜନିତ ସମସ୍ୟା ଦୂର ପାଇଁ ହେଙ୍ଗୁ ଉପକାରୀ । ହେଙ୍ଗୁ ପାଣି ପାଚନ ଶକ୍ତିରେ ଖୁବ୍‌‌ ଉପକାରୀ । ଏହା ପେଟରୁ ସମସ୍ତ ଅପରିଷ୍କାର ବାହାର କରିବାରେ ସାହାଯ୍ୟ କରେ । ଖାଦ୍ୟ ଖୁବ ଶୀଘ୍ର ହଜମ କରାଇଥାଏ ମଧ୍ୟ l

ସବୁଠାରୁ ବଡ଼ ବିଷୟ ହେଙ୍ଗୁ ପାଣି ଖୁବ ଉପକାରୀ ଯାହା ଖୁବ ସହଜ ପ୍ରସ୍ତୁତ କରିବା l ଏକ ପାତ୍ରରେ ଏକ ଗ୍ଲାସ ଗରମ ପାଣି ପ୍ରସ୍ତୁତ କରନ୍ତୁ l ସେଥିରେ ଅଳ୍ପ ହିଙ୍ଗୁ ବା ହେଙ୍ଗୁ ପାଉଡର ମିଶାନ୍ତୁ l ଏହାକୁ ପ୍ରତିଦିନ ଖାଲି ପେଟରେ ସେବନ କରନ୍ତୁ l ହେଙ୍ଗୁ ପାଣି ପିଇବା ଅତ୍ୟନ୍ତ ଲାଭଦାୟକ କାରଣ ଓଜନ କମିବାରେ ଏହା ସାହାଯ୍ୟ କରେ । ଏହା ଦ୍ରୁତ ଗତିରେ ଓଜନ ହ୍ରାସ କରେ। ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ମଧ୍ୟ ଦୂର କରେ ଏହା l ଏହି ବ୍ୟକ୍ତିଙ୍କ ପାଇଁ ହେଙ୍ଗୁ ସେବନ କରିବା ଲାଭଦାୟକ। ହେଙ୍ଗୁ ପାଣି ସେବନ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଶରୀରରେ ସଠିକ୍‌‌ ଭାବେ ହୋଇଥାଏ। ତେଣୁ ଉଚ୍ଚ ରକ୍ତଚାପ ରୋଗୀ ଏହା ସେବନ କଲେ ଖୁବ ଉପକାରୀ।

ତେବେ ମୁଣ୍ଡ ବିନ୍ଧ ହେଉଥିଲେ ସେମାନେ ମଧ୍ୟ ହେଙ୍ଗୁ ପାଣି ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। କାରଣ ଏଥିରେ ରହିଛି ଆଣ୍ଟି-ଇନଫ୍ଲେମେଟରୀ ଗୁଣ । ଯାହାଦ୍ୱାରା ଜଣେ ବ୍ୟକ୍ତିଙ୍କ ମୁଣ୍ଡ ବିନ୍ଧା ତୁରନ୍ତ ମୁକ୍ତି ହୋଇଥାଏ ।

ଆସଫୋଏଟିଡା ବା ହିଙ୍ଗୁ ଯାହା ଆମ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଆମ ଦେଶରେ ଘରେ ଘରେ ପରିଚିତ | ଭାରତୀୟ ରୋଷେଇରେ ସ୍ୱାଦ ବଢାଇବା ପାଇଁ ଆମେ ଏହାକୁ ସର୍ବୋତ୍ତମ ମସଲା ମଧ୍ୟ କହିପାରିବା l

ଅଧିକ ପଢ଼ନ୍ତୁ

Radish: ଜାଣନ୍ତୁ କିପରି କରିବେ ମୂଳା ଚାଷ, ମିଳୁଛି ପ୍ରବଳ ଲାଭ

Kadaknath: କରନ୍ତୁ ଏହି କୁକୁଡ଼ା ଚାଷ, ଗୋଟିଏ ଅଣ୍ଡା 50 ଟଙ୍କା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments