1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ରାତିରେ ଭିଜାଇ ସକାଳୁ ଖାଆନ୍ତୁ, ସ୍ବାସ୍ଥ୍ୟଗତ ସମସ୍ୟାର ହେବ ସମାଧାନ

ମନୁଷ୍ୟ ଶରୀରକୁ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାରର ଭିଟାମିନ୍‌ ଏବଂ ମିନେରାଲ୍ସ ( vitamin and minerals ) ଆବଶ୍ୟକ ହୋଇଥାଏ । ଯାହା ମଣିଷକୁ ପ୍ରତିଦିନ ଖାଉଥିବା ଖାଦ୍ୟ ମାଧ୍ୟମରେ ଶରୀରକୁ ମିଳିଥାଏ । ତେବେ ପୋଷକର ମାଧ୍ୟମ ହେଉଛି ଫଳ, ପନିବରିବା, ଅଣ୍ଡା ଓ ମାଂସ , ଶାଗ , ଶସ୍ୟ ଜାତୀୟ ଖାଦ୍ୟ ଇତ୍ୟାଦି ।

Tanushree Mahapatra
Tanushree Mahapatra
Health benefits of methi , image source - pexels.com

Health benefits of methi , image source - pexels.com

ମନୁଷ୍ୟ ଶରୀରକୁ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାରର ଭିଟାମିନ୍‌ ଏବଂ ମିନେରାଲ୍ସ ( vitamin and minerals ) ଆବଶ୍ୟକ ହୋଇଥାଏ । ଯାହା ମଣିଷକୁ ପ୍ରତିଦିନ ଖାଉଥିବା ଖାଦ୍ୟ ମାଧ୍ୟମରେ ଶରୀରକୁ ମିଳିଥାଏ । ତେବେ ପୋଷକର ମାଧ୍ୟମ ହେଉଛି ଫଳ, ପନିବରିବା, ଅଣ୍ଡା ଓ ମାଂସ , ଶାଗ , ଶସ୍ୟ ଜାତୀୟ ଖାଦ୍ୟ ଇତ୍ୟାଦି । ଏ ସବୁରୁ ପ୍ରଚୁର ପୋଷକ ତତ୍ତ୍ୱ ମିଳିଥାଏ ଯାହା ମନୁଷ୍ୟ ଶରୀରକୁ ନିହାତି ଆବଶ୍ୟକ ।

ଠିକ୍‌ ସେହିଭଳି ଉପକାରୀ ମେଥି ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ । ଯାହା ଶରୀର ପାଇଁ ଖୁବ ଲାଭଦାୟକ l ମେଥି,ଏହାକୁ ରୋଷଇରେ ବ୍ୟବହାର କରାଯାଏ l ଏହା କେଶ ର ଘନତ୍ଵ ବଢାଇବା ପାଇଁ ମଧ୍ୟ ବ୍ୟବହାର କରାଯାଏ । କିନ୍ତୁ ଏହା ଔଷଧ ଭଳି ମଧ୍ୟ କାମ କରେ ।

ମେଥି ଦାନା କିମ୍ବା ମେଥି ମଞ୍ଜି ଯାହା ଦେଖିବାକୁ ହଳଦୀ ରଙ୍ଗର ଯେଉଁଥିରେ ଫାଇବର , ଭିଟାମିନ୍-ଏ ଏବଂ ଭିଟାମିନ୍ ଡି ଭରପୂର ରହିଥାଏ । ମେଥିରେ ସାଧାରଣତଃ ଆଇରନ୍‌, କ୍ୟାଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍‌, ପଟାସିୟମ୍‌, ସୋଡ଼ିୟମ୍‌, ଜିଂକ୍‌, ଫସ୍‌ଫରସ୍‌, ଫଲିକ୍‌ ଏସିଡ୍‍ ଏବଂ ମିନରାଲ୍‌ସ , ଭିଟାମିନ୍‌ ଏ,ବି,ସି ଅଧିକ ମାତ୍ରାରେ ରହିଛି ଯାହା ଶରୀରକୁ ନିହାତି ଆବଶ୍ୟକ । ଏହା ଖାଇବା ଦ୍ୱାରା ହଜମ ପ୍ରକ୍ରିୟାକୁ ଠିକ କରିଥାଏ ଏବଂ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ । ଏହି ସମୟରେ ଅଧିକ ରୁ ଅଧିକ ଲୋକଙ୍କ ପାଖରେ ମଧୁମେହ ନାମକ ସମସ୍ୟା ଦେଖିବାକୁ ମିଳେ ଯାହା ମେଥି ଖାଇବା ଦ୍ୱାରା ନିୟନ୍ତ୍ରଣ କରିଥାଏ ।

ଅନେକ ଔଷଧୀୟ ଜିନିଷକୁ ନେଇ ଆମେ ପୂର୍ବରୁ ଆଲୋଚନା କରିଛେ । ସେହିପରି ଏକ ଔଷଧୀୟ ଖାଦ୍ୟ ସାମଗ୍ରୀ ହେଉଛି ମେଥି । ଏଥିରେ ରହିଛି ଅନେକ ପୋଷକତତ୍ତ୍ୱ । ତେବେ ଜାଣିଛନ୍ତି କି ? ଏହାକୁ ରାତିରେ ଭିଜାଇ ସକାଳୁ ଖାଇବା ଦ୍ୱାରା ମିଳିଥାଏ ଅନେକ ସ୍ୱାସ୍ଥ୍ୟଗତ ସମାଧାନ । ଏହା କରିବା ଦ୍ୱାରା ଆମକୁ ଗୁଡ଼ାଏ ରୋଗ କବଳରୁ ମଧ୍ୟ ରକ୍ଷା ମିଳିଥାଏ । ଡାକ୍ତରୀ ପରୀକ୍ଷଣ ଅନୁଯାୟୀ,  ଏହାକୁ ଦୈନନ୍ଦିନ ଖାଇବା ଦ୍ବାରା ବ୍ୟକ୍ତିିର ପିତ୍ତ,ବାତ, କଫ ଏବଂ ଥଣ୍ଡାଜନିତ ସମସ୍ୟା ଦୂର ହୋଇଥାଏ । 

ପ୍ରତ୍ୟେକ ଦିନ ମେଥି ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ଦ୍ରବ୍ୟ ନାଶ ହେବା ସହିତ କିଡନି ସୁସ୍ଥ ରହିଥାଏ । ମେଥି ଖାଇବା ଦ୍ୱାରା ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟାରୁ ମଧୁଆ ମୁକୁଳିଥାଏ ଜଣେ ମଣିଷ । ଯାହାକି ହେବା ମାତ୍ରେ ହିଁ ବ୍ୟକ୍ତିକୁ ଛାତି ପୋଡ଼ାଜଳା ଏବଂ ଏସିଡିଟି ହୋଇଥାଏ , ଏହା କରିବା ଦ୍ୱାରା ମୁକ୍ତି ମିଳିଥାଏ । ଏଥିସହିତ ମେଥି ଖାଇବା ଦ୍ବାରା‌ ବ୍ୟକ୍ତିର ରକ୍ତଚାପ ନିୟନ୍ତ୍ରଣ ରହିଥାଏ ଏବଂ ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ହୃତ୍‌ଘାତ ହେବାରୁ ବଞ୍ଚାଇବାରେ ସାହଯ୍ୟ କରେ । ତେବେ ମେଥିକୁ ଭିଜା ଯାଇଥିବା ଅବସ୍ଥାରେ ଖାଇବା ଦ୍ବାରା ବ୍ୟକ୍ତିର ହଜମ ପ୍ରକ୍ରିୟାଟି ସହଜ ହୋଇଥାଏ । ରାତିରେ କିଛି ମେଥିକୁ ବତୁରାଈ ରଖନ୍ତୁ ଯାହାକୁ ସକାଳେ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟାର ସମାଧାନ ହୋଇଥାଏ l

ମେଥିଦାନା କିମ୍ବା ମଞ୍ଜି ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହର କରି ତ୍ୱଚାକୁ ମଧ୍ୟ ସୁସ୍ଥ ରଖିଥାଏ । ଯାହାଦ୍ୱାରା ବ୍ରଣ ଓ ଦାଗ ସମସ୍ୟାରୁ ମୁକ୍ତି ମିଳିଥାଏ ।ପ୍ରତ୍ୟେକ ଦିନ ଭିିଜା ମେଥିକୁ ଖାଇଲେ କେଶ ଶୀଘ୍ର ଧଳା ହୁଏନି ବରଂ ଆହୁରି ଘନ ଓ କଳା ହୋଇଥାଏ । ଅନେକ ସମସ୍ୟା ସହିତ କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଥାଏ । ମହିଳା ହେଉ କିମ୍ବା ପୁରୁଷ ସମସ୍ତଙ୍କୁ ନିଜ କେଶ ଚିନ୍ତା l  ଏହି ଚିନ୍ତା ଦୂର କରିବ ମେଥି l ଏହା ପାଇଲ୍‌ସ ଜନିତ କଷ୍ଟଦାୟକ ସମସ୍ୟାଠାରୁ ଦୂରାଇଥାଏ । ଆଉ ଏକ ବଡ଼ ସମସ୍ୟା ଦୂର କରିଥାଏ ମେଥି l ତାହା ବ୍ୟକ୍ତିକୁ ବହୁତ ଥର ପରିସ୍ରା ଲାଗିବା ଭଳି ସଂକ୍ରମଣ ସମସ୍ୟା l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments