1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଜାଣନ୍ତୁ, ଭୂଇଁ ଅଁଳାର ଔଷଧୀୟ ଗୁଣ

ଦେଖିବାକୁ ଖୁବ ଛୋଟ କିନ୍ତୁ ଔଷଧୀୟ ଗୁଣରେ ଭରପୁର l ଆପଣ ମାନେ ନିଶ୍ଚୟ ଭୁମି ଅଅଁଳା ଗଛ ଦେଖିଥିବେ | କିନ୍ତୁ ଅନ୍ୟ ଭୁମି ଅଅଁଳା ଗଛ ଗୁଡିକ ଦେଖିବାକୁ ଖୁବ ବଡ଼ | ଅନ୍ୟାନ୍ୟ ପ୍ରଜାତିର ଅଅଁଳା ଖାଇବାକୁ ଖଟା ଲାଗୁଥିବାବେଳେ ଆମେ ପ୍ରତିଦିନ ଦୈନନ୍ଦିନ ଜୀବନରେ ବ୍ୟବହାର କରିଥାଉ l

Tanushree Mahapatra
Tanushree Mahapatra
Bhumi amla help in curing many major diseases , image source - pexels.com

Bhumi amla help in curing many major diseases , image source - pexels.com

ଦେଖିବାକୁ ଖୁବ ଛୋଟ କିନ୍ତୁ ଔଷଧୀୟ ଗୁଣରେ ଭରପୁର l ଆପଣ ମାନେ ନିଶ୍ଚୟ ଭୁମି ଅଅଁଳା ଗଛ ଦେଖିଥିବେ | କିନ୍ତୁ ଅନ୍ୟ ଭୁମି ଅଅଁଳା ଗଛ ଗୁଡିକ ଦେଖିବାକୁ ଖୁବ ବଡ଼ | ଅନ୍ୟାନ୍ୟ ପ୍ରଜାତିର ଅଅଁଳା ଖାଇବାକୁ ଖଟା ଲାଗୁଥିବାବେଳେ ଆମେ ପ୍ରତିଦିନ ଦୈନନ୍ଦିନ ଜୀବନରେ ବ୍ୟବହାର କରିଥାଉ l ଏହି ଭୁମି ଅଅଁଳା ର ବୈଜ୍ଞାନିକ ନାମ ହେଉଛି Phyllanthus urinaria |

ଦେଖିବାକୁ ଏହା ଏକ ବହୁତ ଛୋଟ ଉଦ୍ଭିଦ ଏବଂ ଏହା ପ୍ରାୟତ ଆର୍ଦ୍ର ସ୍ଥାନରେ ବଢୁଥିବା ଦେଖିବାକୁ ମିଳେ l ଏହାର ଫଳଗୁଡିକ (ଆମଲା) ପତ୍ରଗୁଡିକ ପଛରେ ବହୁତ ଛୋଟ ଶସ୍ୟ ଆକାରରେ ହୋଇଥିବା ଦେଖିବାକୁ ମିଳେ | ଏହି ଉଦ୍ଭିଦ ଏତେ ଛୋଟ ଯେ ଏହାକୁ ଚାଷ କରାଯାଇପାରିବ ନାହିଁ | ଏହା ପ୍ରାୟତ କିଛି ବୁଦା ମଧ୍ୟରେ ବଢିଥାଏ, ଯେଉଁମାନେ ଏହାକୁ ଚିହ୍ନିଥାନ୍ତି ସେମାନେ ଏହାକୁ ନିଜ ଘରେ ହାଣ୍ଡିରେ ଲଗାନ୍ତି ଏବଂ ଯେଉଁମାନେ ଜାଣନ୍ତି ନାହିଁ, ଏହାକୁ ନିଜ ହାଣ୍ଡି ଏବଂ କ୍ଷେତରୁ ଉପାଡି ଦିଅନ୍ତି l ତେବେ ଏହି ଭୁମି ଅଅଁଳା ଗଛରେ ରହିଛି ଅନେକ ଉପକାରୀ ଗୁଣ l

ଭୁମି ଅଅଁଳା ଔଷଧୀୟ ଗୁଣ ରହିଛି ଯାହା ଅନେକ ପ୍ରକାର ଛୋଟ ବଡ଼ ରୋଗ ଦୂର କରିବାରେ ସାହାଯ୍ୟ କରେ l ଗୁଣ ଅନେକ ରହିଛି ଯାହା ପ୍ରମୁଖ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ | ଏହାର ପତ୍ରଠାରୁ ଆରମ୍ଭ କରି ଏହାର ମୂଳ ପର୍ଯ୍ୟନ୍ତ ସମସ୍ତ ମଧ୍ୟରେ ରହିଛି ଉପକାରୀ ଗୁଣ l ଗମ୍ଭୀର ଯକୃତ ରୋଗରେ ମଧ୍ୟ ଏହା ଅତ୍ୟନ୍ତ ଉପଯୋଗୀ | ଏହା ସହିତ ଭୁମି ଅଅଁଳା ଉଦ୍ଭିଦର ରସ ହଜମ ପରି ଅନେକ ପେଟ ରୋଗକୁ ଭଲ କରିବାରେ ବହୁତ ଲାଭଦାୟକ ଅଟେ | କେବଳ ଏତିକି ନୁହେଁ, ଯଦି ପେଟ ଭିତରେ ଏକ ଟ୍ୟୁମର ଥାଏ, ତେବେ ଏହାର ନିୟମିତ ବ୍ୟବହାର ଟ୍ୟୁମରକୁ ସଂପୂର୍ଣ୍ଣ ରୂପେ ଦୂର କରିଥାଏ l

ସେହିପରି ଉଚ୍ଚ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ଭୁମି ଅଅଁଳା ବହୁତ ଉପଯୋଗୀ l ଗୁରୁତର ଆଘାତ ହେଲେ ଏହାର ପତ୍ରର ପେଷ୍ଟ ଲଗାଇଲେ ତୁରନ୍ତ ଆରାମ ମିଳିଥାଏ | ନାକରୁ ରକ୍ତସ୍ରାବ, ଆଘାତ ହେତୁ ରକ୍ତସ୍ରାବ, ମହିଳାଙ୍କ ଋତୁସ୍ରାବ ସମୟରେ ଅତ୍ୟଧିକ ରକ୍ତସ୍ରାବ ପାଇଁ ମଧ୍ୟ  ଆରାମ ପ୍ରଦାନ କରିଥାଏ l ଥଣ୍ଡା, କାଶ, ଶ୍ୱାସକ୍ରିୟାରେ ସମସ୍ୟା କିମ୍ବା ଆଜମା ଭଳି ରୋଗରେ ଏହି ଭୁମି ଅଅଁଳା ପାଉଡର ଶୀଘ୍ର ଆରାମ ମିଳିଥାଏ | ହେପାଟାଇଟିସ୍ ବି ଏବଂ ସି ରେ ଭୁମି ଅଅଁଳା ଅନେକ କିଛି ଲାଭ ପ୍ରଦାନ କରିଥାଏ  l ସ୍ତନ ଉପରେ ଫୁଲା ଏବଂ ଯନ୍ତ୍ରଣା ହେଉଥିଲେ ଏହି ପତ୍ରର ପେଷ୍ଟ ବ୍ୟବହାର କରିବା ଦ୍ୱାରା ଏହା ଦୁରେଇ ଥାଏ  | ପାଟିରେ ଘା  କିମ୍ବା ଫୁଲିଯାଇଥିବା ଦାନ୍ତ କିମ୍ବା ଦାନ୍ତ ଯନ୍ତ୍ରଣା ହେଲେ ଏହାର ପତ୍ର ଚୋବାଇବା ଦ୍ୱାରା ମଧ୍ୟ ଶୀଘ୍ର ଆରାମ ମିଳିଥାଏ |

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments