କଳା ଚାଉଳ ତଥା ବ୍ଲାକ ରାଇସ୍ (Black Rice) ରେ ଅନେକ ଔଷଧୀୟ ଗୁଣ ରହିଛି । ବ୍ଲାକ ରାଇସ୍ (Black Rice) ଖାଇଲେ ହେବନି ଡାଇବେଟିସ୍ (diabetes),ଦୂରେଇବ କ୍ୟାନସର (cancer) ।
ଡାଇବେଟିସ୍ (diabetes)ରୋଗୀଙ୍କ ପାଇଁ ବ୍ଲାକ ରାଇସ୍ (Black Rice) ମହୌଷଧୀ ଭଳି କାମ କରିଥାଏ । କଳା ଚାଉଳ ତଥା ବ୍ଲାକ ରାଇସ୍ (Black Rice)ରେ ଭରପୁର ମାତ୍ରାର ଭିଟାମିନ ଓ ମିନେରାଲ୍ସ ତତ୍ତ୍ବ ରହିଛି । ବ୍ଲାକ ରାଇସ୍ (Black Rice) ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।
କହିବାକୁ ଗଲେ, କଳା ଚାଉଳ ତଥା ବ୍ଲାକ ରାଇସ୍ (Black Rice) ଏହି ଧାନ ଚାଷୀମାନଙ୍କ ଅମଳ ବଢାଇବାରେ ମଧ୍ୟ ସାହାଯ୍ୟ କରେ । ଏହି ଧାନ ବଢିବା ପାଇଁ ବହୁତ କମ୍ ପାଣିର ଆବଶ୍ୟକ ମଧ୍ଯ ହୋଇଥାଏ । ଏହି ବ୍ଲାକ ରାଇସ୍ (Black Rice)କୁ ଲୋକେ ଧୀରେ ଧୀରେ ବହୁତ ପସନ୍ଦ କରିବାକୁ ଲାଗିଲେଣି । ଅନେକ ରାଜ୍ୟର ସରକାର ଏହି ପ୍ରକାର ଧାନ ଚାଷ ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହିତ ମଧ୍ଯ କରୁଛନ୍ତି ।
ପ୍ରକାଶ ଥାଉ ଯେ, ବ୍ଲାକ ରାଇସ୍ (Black Rice)ରେ ଭିଟାମିନ ବି ଏବଂ ଇ ପ୍ରଚୁର ମାତ୍ରାରେ ରହିଛି । ଏହାସହିତ କଳା ଚାଉଳ ତଥା ବ୍ଲାକ ରାଇସ୍ (Black Rice) ରେ କାଲସିଅମ୍, ମ୍ୟାଗ୍ନେସିଅମ୍, ଆଇରନ ତଥା ଜିଙ୍କ ଭଳି ତତ୍ତ୍ବ ମଧ୍ୟ ଅଧିକ ରହିଛି ।
Share your comments