Health & Lifestyle

Diabetes Diet:ମଧୁମେହ ରୋଗୀଙ୍କ ପାଇଁ ବିଷ ଏହି ପନିପରିବା!

ମଧୁମେହ ଏପରି ଏକ ରୋଗ ଯାହା ଥରେ କାହାକୁ ଶିକାର କରେ, ସେ ସବୁ ଦିନ ପାଇଁ ସେଥିରେ ଛନ୍ଦି ହୋଇ ରହିଥାଏ । ତେବେ ମଧୁମେହ ରୋଗୀଙ୍କ ପାଇଁ ଏହି ସମୟରେ ନିଜ ସ୍ବାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନେବା ଜରୁରୀ । ନଚେତ୍ ରକ୍ତରେ ଶର୍କରା ସ୍ତର ଅନିୟନ୍ତ୍ରିତ ହେବାର ଆଶଙ୍କା ରହିଛି ।

10 June, 2022 12:06 PM IST By: Sudesna Nayak

ମଧୁମେହ (Diabetes)ଏପରି ଏକ ରୋଗ ଯାହା ଥରେ କାହାକୁ ଶିକାର କରେ, ସେ ସବୁ ଦିନ ପାଇଁ ସେଥିରେ ଛନ୍ଦି ହୋଇ ରହିଥାଏ । ତେବେ ମଧୁମେହ (Diabetes)ରୋଗୀଙ୍କ ପାଇଁ ଏହି ସମୟରେ ନିଜ ସ୍ବାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନେବା ଜରୁରୀ। ନଚେତ୍ ରକ୍ତରେ ଶର୍କରା ସ୍ତର ଅନିୟନ୍ତ୍ରିତ ହେବାର ଆଶଙ୍କା ରହିଛି ।

ସୂଚନା ଅନୁଯାୟୀ, ମଧୁମେହ (Diabetes) ରୋଗୀଙ୍କୁ ଅନେକ ପ୍ରକାରର ଖାଦ୍ୟରୁ ଦୂରେଇ ରହିବାକୁ ପରାର୍ମଶ ଦିଆଯାଉଛି । ରୋଗୀଙ୍କୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବିଶେଷ କରି ଶାକାହାରୀ ରହିବାକୁ ପରାର୍ମଶ ଦେଇଥାଆନ୍ତି । କିନ୍ତୁ ଏହା ମଧ୍ୟ ସେମାନଙ୍କ ପାଇଁ ଘାତକ ସାଜିପାରେ । ତେବେ ଚାଲନ୍ତୁ ଜାଣିବା, ମଧୁମେହ (Diabetes)ରୋଗୀ କେଉଁ ପନିପରିବା ଖାଇବା ପାଇଁ ଉଚିତ୍ ନୁହେଁ ।

ମଧୁମେହ (Diabetes) ରୋଗୀ ଏହି ୪ଟି ପନିପରିବା ଖାଇବା ଉଚିତ୍ ନୁହେଁ!

ଆଳୁ ଖାଇବା ଉଚିତ୍ ନୁହେଁ!

ଆଳୁ (Potato)କୁ ପନିପରିବାର ରାଜା କୁହାଯାଏ । କିନ୍ତୁ ଏଥିରେ ଷ୍ଟ୍ରାର୍ଚ ଏବଂ କାର୍ବୋହାଇଡ୍ରେଟ୍ ବହୁତ ପରିମାଣରେ ମିଳିଥାଏ । ତେଣୁ ମଧୁମେହ (Diabetes)ରୋଗୀମାନେ ଆଳୁରେ ତିଆରି ଯେପରି କି- ଫ୍ରେଞ୍ଚ୍ ଫ୍ରାଏ, ଚିପ୍ସ, ବର୍ଗର ଖାଇବା ଉଚିତ୍ ନୁହେଁ।

ସୁଇଟ୍ କର୍ଣ୍ଣ (ମକା)

ମକା (Sweet Corn) ଖାଇବାରେ ଆପଣଙ୍କୁ ଯେତେ ଲାଭ ମିଳୁ ନା କାହିଁକି କିନ୍ତୁ ମଧୁମେହ ରୋଗୀଙ୍କ ପାଇଁ ଏହା ବହୁ କ୍ଷତିକାରକ । ମକାଠାରୁ ଦୂରେଇ ରହିବା ମଧୁମେହ (Diabetes) ରୋଗୀଙ୍କ ପାଇଁ ଭଲ । ୧୦୦ ଗ୍ରାମ ମକାରେ ପ୍ରାୟତଃ ୨୧ ଗ୍ରାମ କାର୍ବୋହାଇଡ୍ରେଟ ମିଳିଥାଏ, ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତି ପହଞ୍ଚାଇ ଥାଏ ।

ଗ୍ରୀନ ମଟର

ଗ୍ରୀନ ମଟର (Green Peas) କୁ କାର୍ବୋହାଇଡ୍ରେଟ୍, ସୁଗାର ଏବଂ ଷ୍ଟ୍ରାର୍ଚର ଏକ ଉତ୍ସ ଭାବରେ ବିବେଚନା କରାଯାଏ । ଏହାକୁ ମଧୁମେହ (Diabetes) ରୋଗୀ ଅଧିକ ମାତ୍ରାରେ ଖାଇବା ଦ୍ବାରା ତାଙ୍କର ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ । ତେଣୁ ଏହାକୁ କଞ୍ଚା ଖାଇବା କ୍ଷତିକାରକ ।

କନ୍ଦମୂଳ

ଏଥିରେ କୌଣସି ସନ୍ଦେହ ନାହିଁ କି କନ୍ଦମୂଳ (Sweet potato)ଏକ ଉତ୍ତମ ପନିପରିବାରୁ ଅନ୍ୟତମ । କିନ୍ତୁ ଏହା ମଧୁମେହ (Diabetes) ରୋଗୀଙ୍କ ପାଇଁ ବିଷ ଅଟେ । କାରଣ ଏଥିରେ କାର୍ବୋହାଇଡ୍ରେଟ୍ ଏବଂ ବିଟା କେରୋଟିନ ଭରପୂର ମାତ୍ରାରେ ରହିଥାଏ । ଏଥିପାଇଁ ଏହା ସ୍ବାଦରେ ମିଠା ଥାଏ କିନ୍ତୁ ମଧୁମେହ (Diabetes) ରୋଗୀ ଏହା ଠାରୁ ଦୂରେଇ ରହିବା ତାଙ୍କ ସ୍ବାସ୍ଥ୍ୟ ପାଇଁ ହିତକର ଅଟେ ।

ବ୍ଲଡପ୍ରେସର କଣ୍ଟ୍ରୋଲ କରେ ଏହି ଜୁସ୍, ନିଶ୍ଚୟ ପିଅନ୍ତୁ

ଶରୀରକୁ ନିରୋଗ ରଖିବ ଏହି ସବୁ ବୃକ୍ଷ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)