1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଶରୀରକୁ ନିରୋଗ ରଖିବ ଏହି ସବୁ ବୃକ୍ଷ

ସାଧାରଣତଃ ଆମ ବାଡ଼ି ବଗିଚାରେ ଏମିତି ଉଦ୍ଭିଦ ଥାଏ ଯାହାକୁ ଆମେ ସାଧାରଣ ବୃକ୍ଷ ଭାବୁଥିଲେ ବି ଏହାର ଔଷଧୀୟ ଗୁଣଆମ ଶରୀର ପାଇଁ ବହୁତ ହିତକର ହୋଇଥାଏ |

Rajashree
Rajashree
Know about some medicinal trees

Know about some medicinal trees

ସାଧାରଣତଃ ଆମ ବାଡ଼ି ବଗିଚାରେ ଏମିତି ଉଦ୍ଭିଦ ଥାଏ ଯାହାକୁ ଆମେ ସାଧାରଣ ବୃକ୍ଷ ଭାବୁଥିଲେ ବି ଏହାର ଔଷଧୀୟ ଗୁଣ (medicianal trees)ଆମ ଶରୀର ପାଇଁ ବହୁତ ହିତକର ହୋଇଥାଏ | ଏହି ବୃକ୍ଷ ମାନଙ୍କର ଔଷଧୀୟ ଗୁଣ ଶରୀରରେ ଛୋଟ ଛୋଟ ରୋଗ ସମସ୍ୟାକୁ ସମାଧାନ କରିଥାଏ | ତେବେ ଆଜି ଆସନ୍ତୁ ଜାଣିବା ସେମିତି କିଛି ବୃକ୍ଷ ବିଷୟରେ |

କଦଳୀ : -

ଗାଁ ଠୁ ନେଇ ସହର ପର୍ଯ୍ୟନ୍ତ ସାଧାରଣତଃ ସମସ୍ତଙ୍କ ବାଡ଼ି ବଗିଚାରେ କଦଳୀ ଗଛ (Banana trees)ଦେଖାଯାଇଥାଏ | ତେବେ ଆପଣ ଜାଣିଛନ୍ତି କି, ଦୈନିକ ଦୁଇଟି ପାଚିଲା କଦଳୀ ସେବନ କରିବା ଦ୍ୱାରା ଶରୀରରେ ଲୋହିତ ରକ୍ତ କଣିକା ବା ହିମୋଗ୍ଲୋବିନ ସୃଷ୍ଟି ହୋଇଥାଏ | ଖାଦ୍ୟ ନଳୀରେ ଘା କିମ୍ବା ଗ୍ଯାସ ହୋଇଥିଲେ ଦୈନିକ ପାଚିଲା କଦଳୀ (Banana)ସେବନ କାଲେ ତାହା ଦୂର ହୋଇଥାଏ | ଯକ୍ଷ୍ମା ରୋଗରେ ଦୈନିକ ସକାଳେ ଖାଲିପେଟରେ ଅଧାଚାମଚ ଲେଖାଏଁ କଦଳୀ ରସ ସେବନ କାଲେ ଆରୋଗ୍ୟ ମିଳିଥାଏ |

ମଞ୍ଜୁଆତି : -

ପ୍ରାୟ, ସମସ୍ତଙ୍କ ବାଡ଼ିରେ ମଞ୍ଜୁଆତି ଗଛ ଦେଖାଯାଇଥାଏ | ମଞ୍ଜୁଆତି ପତ୍ରକୁ ସିଝାଇ ସେହି ପାଣିକୁ କୁଳି କଲେ ମାଢି ମଜବୁତ ହୋଇ ପାୟୋରିଆ ରୋଗ ଦୂର ହୋଇଥାଏ(medicianal trees) | ମଞ୍ଜୁଆତି ପତ୍ରକୁ ଖରାରେ ଶୁଖାଇ ଚୂର୍ଣ୍ଣ କରି ୨୫୦ ଗ୍ରାମରେ ରାଶିତେଲ ୨୫୦ ଗ୍ରାମ ମିଶାଇ ଦୈନିକ ମୁଣ୍ଡରେ ଲଗାଇଲେ, କେସ ଝଡା ବନ୍ଦ ହେବା ସହ କେଶର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ | ଶୁଖିଲା ମଞ୍ଜୁଆତି ପତ୍ର ୧୫ଟି ନେଇ ଏକ ପାତ୍ରରେ ଗୋଟିଏ ରାତି ଭିଜାଇ ପରଦିନ ସକାଳୁ ଛାଣି ପିଇଲେ ଜଣ୍ଡିସ ବା କାମଳରୋଗ ଦୂର ହୋଇଥାଏ |

କାଗେଜି ଲେମ୍ବୁ : -

ପ୍ରତିଦିନ କାଗେଜି ଲେମ୍ବୁ, (Lemon tree)ଲୁଣ, ଚିନି, ପାଣି ମିଶାଇ ପିଇଲେ ଶରୀର ନିରୋଗ ରହିଥାଏ | ପାକସ୍ଥଳୀରେ ଅନ୍ୟ ରୋଗ ସୃଷ୍ଟି ହୋଇପାରେ ନାହିଁ | ଲେମ୍ବୁ ରସ ନକାରାତ୍ଜକ ବ୍ୟାକ୍ଟେରିଆଙ୍କୁ ନଷ୍ଟ କରିଦେଇଥାଏ | ଲେମ୍ବୁରେ ଭିଟାମିନ୍ ଓ ପୋଟାସିୟମ ସାଇଟ୍ରେଟ ଥାଏ ଯାହା ଆଣ୍ଠୁଗଣ୍ଠି ବାତ ରୋଗରୁ ମଧ୍ୟ ଉପଶମ ଦେଇଥଏ |

କରଞ୍ଜ :-

କରଞ୍ଜ ଦାନ୍ତକାଠିରେ ଦାନ୍ତ ଘସିଲେ ଅନେକ ଦାନ୍ତ ଜାତ ସମସ୍ୟାର(Dental Problems) ସମାଧାନ ହୋଇଥାଏ | କରଞ୍ଜ ପ୍ରତି ୧୦ ଟି ସହ ନିମ୍ବ ପାତ୍ର ୧୦ ଟି ମିଶାଇ ବାଟି ଦେହରେ ଲଗାଇଲେ, ଧଲାଛଊ, କାଛୁକୁଣ୍ଡିଆ ଓ ଚର୍ମ ଉକୁଣୀ ଆଦି ଭଲ ହୋଇଥାଏ | କରଞ୍ଜ ଗଛର ଛେଲି ସହ କନିଅର ଗଛର ଛେରକୁ ମିଶାଇ ସେଥିରେ ରାଶି ତେଲ ଦେଇ ଗରମ କରି ଛାଣି ଦୈନିକ ଲଗାଇଲେ କେଶ ଉପୁଡିବା ସମସ୍ୟାର ସମାଧାନ ହୋଇଥାଏ |

ଓଡ଼ିଶାରେ ଔଷଧୀୟ ବୃକ୍ଷ ଚାଷ କରି ହୁଅନ୍ତୁ ଲାଭବାନ, ଜାଣନ୍ତୁ...

ଘରେ ଲଗାନ୍ତୁ ଔଷଧୀୟ ବୃକ୍ଷ !

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments