1. ଉଦ୍ୟାନ କୃଷି

ଘରେ ଲଗାନ୍ତୁ ଔଷଧୀୟ ବୃକ୍ଷ !

ଘରେ ଲଗାନ୍ତୁ ଔଷଧୀୟ ବୃକ୍ଷ !

KJ Staff
KJ Staff

ବର୍ତ୍ତମାନ ସମୟରେ ପିଲା ଠାରୁ ନେଇ ବୁଢା ଯାଏ ସମସ୍ତଙ୍କ ପାଖରେ କିଛି ନ କିଛି ରୋଗ ଦେଖିବାକୁ ମିଳୁଛି |ତେବେ ଏହି ରୋଗ ଲାଗି ସମସ୍ତେ ବିଭିନ୍ନ ପ୍ରକାର ଔଷଧ ଖାଇ ଖୁବ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି |ତେଣୁ ଏହି ପରିସ୍ଥିତି ରେ ଔଷଧୀୟ ବୃକ୍ଷ ଦ୍ୱାରା ଆଶୁ ଚିକିତ୍ସା କରି ହେବ |ଏହା ବ୍ୟତୀତ ଏହି ସବୁ ବୃକ୍ଷ ଆପଣଙ୍କ ଘର ର ପରିପାର୍ଶ୍ଵ କୁ ପ୍ରଦୂଷଣ ମୁକ୍ତ ଏବଂ ସୁସ୍ଥ ରଖିବାରେ ସକ୍ଷମ |


ତେବେ ଏ ହେଉଛି ଘର ବଗିଚା ରେ ଲଗାଇବା ଯୋଗ୍ୟ ୧୦ ଟି ଔଷଧୀୟ ବୃକ୍ଷ !
୧)ତୁଳସୀ :ଆପଣ ଜାଣିଥିବେ ତୁଳସୀ ୪ ପ୍ରକାର ର |ରାମ ତୁଳସୀ ,କଳା ବା କୃଷ୍ଣ ତୁଳସୀ , ବନ ତୁଳସୀ ଓ କର୍ପୁର ଗନ୍ଧ ଯୁକ୍ତ କର୍ପୁର ତୁଳସୀ |

ତୁଳସୀ କୁ ଔଷଧୀୟ ବୃକ୍ଷ ମାନଙ୍କ ରାଣୀ ମଧ୍ୟ କୁହା ଯାଏ |ଏହା ଜ୍ୱର ,ଥଣ୍ଡା ,କଫ ର ଉପଚାର ଭାବେ ବ୍ୟବହାର କରାଯାଏ |ଗ୍ୟାସ ବା ହଜମ ନ ହେଲେ ତୁଳସୀ ରସ କୁ ମଧ୍ୟ ବ୍ୟବହାର କରିପାରିବେ |ଏହାକୁ ନିୟମିତ ଚା ଭାବେ ବ୍ୟବହାର କଲେ ବହୁ ରୋଗ ଦୂର ହୋଇଥାଏ |

୨)ଘି କୁଆଁରୀ :ମୋଟା ରସ ଯୁକ୍ତ ପତ୍ର ଥିବା ଏହି ଗଛ କୁ ଆପଣ ଯେ କୌଣସି ସ୍ଥାନ ରେ ଲଗାଇପାରିବେ |ହାଲ୍କା ବାଲିଆ ମାଟିରେ ଏହା ଭଲ ଭାବେ ବଢିଥାଏ |
ଖଣ୍ଡିଆ ,ଘା ,ରକ୍ତ ବାହାରୁଥିଲେ ,ବା ଜ୍ବଳନ ହେଉଥିଲେ ଆଶୁ ଚିକିତ୍ସା ଲାଗି ଏହାର ବ୍ୟବହାର କରନ୍ତୁ |ଏହା ବ୍ୟତୀତ ଘି କୁଆଁରୀ କୁ ହେଲଥ ଡ୍ରିଙ୍କ ଭାବେ ପିଇଲେ ଏହା ବହୁ ପ୍ରକାର ର ହଜମ ସମସ୍ୟା ଦୂର କରେ |ସମସ୍ତ ପ୍ରକାର ତ୍ୱଚା ,କେଶ ବା ସୌନ୍ଦର୍ଯ୍ୟ ର ବିରଳ ଉପଚାର ଘି କୁଆଁରୀ |

୩)ଲାଭେଣ୍ଡର :ସୁନ୍ଦର ମହକ ଲାଗି ବା ଅତର ଇତ୍ୟାଦି ରେ ଆପଣ ଲାଭେଣ୍ଡର ର ନାମ ନିଶ୍ଚିନ୍ତ ଶୁଣିଥିବେ ହେଲେ ଜାଣନ୍ତି କି ଏହାର କେତେ ଔଷଧୀୟ ତଥ୍ୟ  ରହିଛି?ଗଛ ବଢିବା ଲାଗି ଅଧିକ ଖରା ଏବଂ ଶୁଖିଲା ପରିବେଶ ଆବଶ୍ୟକ ହୋଇଥାଏ |
ଏହାର ଫୁଲ ବା ପତ୍ର କୁ ଗାଧେଇବା ପାଣି ରେ ମିଶାଇ ସ୍ନାନ କରନ୍ତୁ ,ଏହା ଦ୍ୱାରା ଦୁଶ୍ଚିନ୍ତା ,ମୁଣ୍ଡ ବିନ୍ଧା ,ସନ ବର୍ଣ
,ଏବଂ ତ୍ୱଚା ର ବହୁ ସମସ୍ୟା ର ଉପଚାର ହୋଇଥାଏ |

୪)ମେଥି :ମେଥି କୁ ବଧୁଏ ଆପଣ ନିଜ ହାଣ୍ଡିଶାଳ ରେ ନିଶ୍ଚିନ୍ତ ସ୍ଥାନ ଦେଇଥିବେ |ତେବେ ଏହାକୁ ନିଜର ବଗିଚା ରେ ମଧ୍ୟ ସ୍ଥାନ ଦେବା ଉଚିତ |
ଏହାର ଛୋଟ ମଞ୍ଜି ରେ ଭରି ରହିଛି କର୍କଟ ପ୍ରତିରୋଧକ ଏବଂ କଲେଷ୍ଟେରୋଲ ହ୍ରାସ ର ଶକ୍ତି |ଏହା ବ୍ୟତୀତ ବିଭିନ୍ନ ହଜମ ସମସ୍ୟା ,ବାନ୍ତି ବା ଗ୍ୟାସ ହେଉଥିଲେ ଏହାକୁ ନିଶ୍ଚିନ୍ତ ଖାଆନ୍ତୁ |ମାସିକ ଋତୁସ୍ରାବ ର କଷ୍ଟ ରେ ଉପଚାର ମଧ୍ୟ ଏହି ମେଥି |ମୁଖ ଦୁର୍ଗନ୍ଧ ,କେଶ ର କହରିଆ ରଙ୍ଗ ଇତ୍ୟାଦି ର ସବୁଠାରୁ ଭଲ ଉପଚାର ମେଥି |

୫)ପୁଦିନା :ବିଶ୍ୱ ର ସବୁଠାରୁ ପ୍ରାଚୀନ ଔଷଧ ପୁଦିନା ବୋଲି କହିଲେ ଭୁଲ ହେବ ନାହିଁ|ଏହାର ପତ୍ର ରେ ଥିବା ରସ ଆପଣଙ୍କୁ ବିଭିନ୍ନ ପେଟ ଜନିତ ରୋଗ ରୁ ସୁରକ୍ଷା ଦେବା ସହ କୋଷ୍ଟ କାଠିନ୍ୟ ର ଉପଚାର ମଧ୍ୟ କରେ |ଏଥିରେ ଭରି ରହିଛି ବିଭିନ୍ନ ପ୍ରକାର ମିନେରାଲ ଓ ଆବଶ୍ୟକ ଭିଟାମିନ |ପୁଦିନା ପତ୍ର କୁ ପାଣି ରେ ମିଶାଇ ସ୍ନାନ କରନ୍ତୁ |ଖରା ଦିନରେ ଏହା ଆପଣଙ୍କ କ୍ଲାନ୍ତ ତ୍ୱଚା ଲାଗି ସବୁଠାରୁ ଉତ୍ତମ ଉପଚାର |


ଅନ୍ୟ ୫ ଟି ଔଷଧୀୟ ବୃକ୍ଷ କାଲି ପ୍ରକାଶ ପାଇବ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments