1. ଉଦ୍ୟାନ କୃଷି

ସବୁଠାରୁ ଉତ୍ତମ ଔଷଧୀୟ ବୃକ୍ଷ

ସବୁଠାରୁ ଉତ୍ତମ ଔଷଧୀୟ ବୃକ୍ଷ

KJ Staff
KJ Staff

ପ୍ରକାଶ ପାଇଥିବା ଔଷଧୀୟ ବୃକ୍ଷ ମାନଙ୍କ ମଧ୍ୟରେ ଅନ୍ୟ ୫ ଟି ବୃକ୍ଷ ସମ୍ପର୍କରେ ପଢନ୍ତୁ ..

ଅମରପୋଇ :ପତ୍ର ରୁ ଅନ୍ୟ ଏକ କଢ ହୋଇ ଗଛ ହେଉଥିବା ରୁ ଏହି ଅଦ୍ଭୁତ ଉଦ୍ଭିଦ କୁ କୁହାଯାଏ ଅମର ପୋଇ |ରୋଗ ଓ ବ୍ୟାଧି ର ଉଚିତ ଉପଚାର ଏହି ଉଦ୍ଭିଦ !ଅଧିକ ରକ୍ତ ଚାପ ଥିଲେ ବା ବାରମ୍ବାର ଜ୍ୱର ,ଥଣ୍ଡା, କଫ କାଶ ହେଉଥିଲେ ନିଜ ବଗିଚା ରେ ଏହାକୁ ନିଶ୍ଚିନ୍ତ ସ୍ଥାନ ଦିଅନ୍ତୁ |

ଅଁଳା :ସକାଳୁ ନିଶ୍ଚିନ୍ତ ଭିଟାମିନ ସି ରେ ଭରପୁର ଅଁଳା ର ହେଲ୍ଥ ଡ୍ରିଙ୍କ ସେବନ କରିବା ଆବଶ୍ୟକ |ଜ୍ୱର ,କଫ ,କାଶ ଏପରିକି ଗ୍ୟାସ ହେଲେ ମଧ୍ୟ ଏହାର ଉପଚାର କରିଥାଏ ଅଁଳା |ବହୁ ପ୍ରାଚୀନ କାଳରୁ ଅଁଳା କୁ ଔଷଧି ଭାବେ ବ୍ୟବହାର କରୁଛନ୍ତି ଭାରତୀୟ ସନ୍ଥମାନେ |


ନିମ୍ବ :କବକ ନାଶକ ,ଜୀବାଣୁ ନାଶକ ଏପରିକି ଏକ ଉତ୍ତମ କୀଟନାଶକ ଭାବେ ଜଣାଯାଏ ନିମ୍ବ !ଏହାର ଛତ୍ର ଛାୟା ରେ ଆପଣଙ୍କ ବାସ ଭବନ ରେ କୌଣସି କୁପ୍ରଭାବ ପଡିବ ନାହିଁ |

ବ୍ରାହ୍ମି:ଖୁବ ଛୋଟ ପତ୍ର ଥିବା ଏହି ଔଷଧି ଆପଣଙ୍କ ସ୍ମରଣ ଶକ୍ତି ଦୀର୍ଘ ଦିନ ଯାଏ ସତେଜ ରଖିବାରେ ସକ୍ଷମ !
ସ୍ନାୟୁ ଜନିତ କୌଣସି ସମସ୍ୟା ଥିଲେ ଏହାର ଉପଚାର କରିଥାଏ ଏହି ବୃକ୍ଷ |

 

ଅଶ୍ଵଗନ୍ଧା :ଘୋଡା ଝାଳ ଭଳି ଗନ୍ଧ ହେଉଥିବାରୁ ଏହାର ନାମ ଅଶ୍ଵଗନ୍ଧା |ତେବେ ବହୁ ପ୍ରକାର ସ୍ନାୟୁ ଜନିତ ରୋଗ ଏହା ଉଚିତ ଉପଚାର |ଏହା ବ୍ୟତୀତ ଖଣ୍ଡିଆ ବା ଘା ହୋଇଥିଲେ ଏହାକୁ ବାଟି ଲଗାନ୍ତୁ |ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ରେ ଏହା ବହୁ ସାହାଯ୍ୟ କରେ |ଏପରିକି ବନ୍ଧ୍ୟା ଦୋଷ ଥିଲେ ମଧ୍ୟ ତାହା ଦୂର କରିବାରେ ସକ୍ଷମ ଅଶ୍ଵଗନ୍ଧା |ମଧୁମେହ ରୋଗୀ ଙ୍କ ଲାଗି ସବୁଠାରୁ ଉପଯୋଗୀ ଅଶ୍ଵଗନ୍ଧା |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments