1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଡାଇବେଟିସରୁ ମୁକ୍ତି ଦେବ ଜାମୁ କୋଳି

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ତେବେ ଆପଣ ଜାଣିଛନ୍ତି କି ଜାମୁ କୋଳି ମଧୁମେହ ରୋଗୀଙ୍କ ପାଇଁ ରାମବାଣ ସଦୃଶ ହେବ ।

Sudesna Nayak
Sudesna Nayak
diabetics people are eating blackberry boosts the immune system in the body

diabetics people are eating blackberry boosts the immune system in the body

ମଧୁମେହ (Diabetes)ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ତେବେ ଆପଣ ଜାଣିଛନ୍ତି କି ଜାମୁ କୋଳି (Blackberry) ମଧୁମେହ (Diabetics) ରୋଗୀଙ୍କ ପାଇଁ ରାମବାଣ ସଦୃଶ ହେବ ।

ସୂଚନା ଅନୁଯାୟୀ, ଜାମୁ କୋଳି (Blackberry) ସାଧାରଣତଃ ସମସ୍ତଙ୍କର ବେଶ୍ ପସନ୍ଦ । ପାଟିକୁ ଯେମିତି ସୁଆଦିଆ ଲାଗେ ଶରୀର ପାଇଁ ବି ସେତିକି ସ୍ୱାସ୍ଥ୍ୟକର । କେବଳ ଜାମୁ କୋଳି ନୁହେଁ, ଜାମୁର ମଞ୍ଜି ମଧ୍ୟ ଖୁବ୍ ପୃଷ୍ଟିକର । ଏହା ଖାଇବା ଦ୍ୱାରା ଅନେକ ଲାଭ ମିଳିପାରିବ । ଏଥିରେ ଆଣ୍ଟୋସିୟାନିନ ଥାଏ ଯାହା କର୍କଟ ଏବଂ ହୃଦରୋଗ ଭଳି ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଓ ଭିଟାମିନ୍ ଭଳି ପୁଷ୍ଟିକର ଉପାଦାନ ରହିଥାଏ । ଜାମୁ କୋଳି କେବଳ ଫଳ ଭାବରେ ନୁହେଁ ବରଂ ଔଷଧ ଭାବରେ ମଧ୍ୟ ବ୍ୟବହୃତ ହୁଏ ।

ଜାମୁ କୋଳି ସେବନର ଲାଭ

ଜାମୁ ମଞ୍ଜିର ପାଉଡର ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ କରିଥାଏ । ପ୍ରତିଦିନ ସକାଳେ ଉଠିବା ପରେ ଏକ ଚାମଚ ପାଉଡର ଖାଇବା ଦ୍ୱାରା ପେଟର ଚର୍ବି ହ୍ରାସ ହେବା ସହ ଶରୀରକୁ ସୁସ୍ଥ ରଖିଥାଏ । ଏହି ପାଉଡର ମୁହଁରୁ ବ୍ରଣ ଓ ଦାଗ ହଟାଇବାରେ ମଧ୍ୟ ସହାୟକ ହୋଇଥାଏ ।

ଡାଇବେଟିସ୍ (Diabetes)

ଜାମୁ କୋଳି (Blackberry)ର ମଞ୍ଜି ମଧୁମେହ (Diabetes) ପାଇଁ ଔଷଧ ଭାବରେ କାମ କରିଥାଏ । ଏହାର ପାଉଡର, ରସ ଓ ମଞ୍ଜି ପ୍ରତ୍ୟେକ ଅଂଶ ମଧୁମେହ (Diabetes) ରୋଗୀଙ୍କ ପାଇଁ ଲାଭଦାୟକ ଅଟେ । ଏହାକୁ ଆୟୁର୍ବେଦିକ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ ।

ହଜମ ପ୍ରକ୍ରିୟାକୁ ଠିକ୍ ରଖେ

ବର୍ତ୍ତମାନର ଦୈନ୍ୟନ୍ଦିନ ନିତ୍ୟକର୍ମ ଏତେ ଖରାପ ହୋଇଛି ଯେ ଲୋକମାନଙ୍କ ପେଟରେ ଯନ୍ତ୍ରଣା, ଖାଦ୍ୟ ହଜମ ନହେବା ଭଳି ସମସ୍ୟା ହିଁ ଦେଖାଯାଏ । ଏହି ସମୟରେ ଜାମୁ (Blackberry) ମଞ୍ଜିର ପାଉଡର ଖାଇଲେ ଭଲ ଭାବରେ ହଜମ ହୋଇଯାଏ ।

ରକ୍ତ ଚାପ ବା ବ୍ଲଡ ପ୍ରେସର

ବର୍ତ୍ତମାନ ଅନେକ ଲୋକଙ୍କର ରକ୍ତଚାପ (Blood Pressure)ସମସ୍ୟା ଦେଖାଦେଉଛି । ଏହାକୁ କମ କରିବା ଲୋକଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଥାଏ । ଏହି ସମୟରେ ଆପଣ ଜାମୁ (Blackberry) ମଞ୍ଜିର ପାଉଡରକୁ ପାଣି ସହିତ ଖାଇପାରିବେ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଜାମୁ କୋଳି (Blackberry)ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ନେବା ନିହାତି ଜରୁରୀ ।

ମଧୁମେହ ରୋଗୀ ଖାଉଛନ୍ତି କି ଅଣ୍ଡା...ନେଇପାରେ ଜୀବନ

ସକାଳୁ ଭିଜେଇ ଖାଅନ୍ତୁ ଏହି ଗୋଟିଏ ଜିନିଷ, ଡାଇବେଟିସ, ହାଇ BP ହୋଇଯିବ ଗାୟବ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments