1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ବ୍ଲଡ଼ ସୁଗାର କଣ୍ଟ୍ରୋଲ କରେ ଏହି ଜୁସ, ସକାଳ ସମୟରେ ମାତ୍ର ଗୋଟିଏ ଗ୍ଲାସ ପିଅନ୍ତୁ

ଖୁବ କମ ଲୋକ ଜାଣନ୍ତି ଯେ, ସୁସ୍ଥ ସ୍ୱାସ୍ଥ୍ୟ ଗଠନରେ ଘି କୁଆଁରିର ବିଶେଷ ଭୂମିକା ରହିଛି । ଆଲୋବେରା ଜୁସର ଏମିତି ଗୁଣ ରହିଛି ଯାହା କ୍ୟାନ୍ସର ପରି ମାରାତ୍ମକ ରୋଗକୁ ବି ମାତ ଦେଇପାରେ |

Sudesna Nayak
Sudesna Nayak
diabetics people drink atleast one glass juice in morning time

diabetics people drink atleast one glass juice in morning time

ଖୁବ କମ ଲୋକ ଜାଣନ୍ତି ଯେ, ସୁସ୍ଥ ସ୍ୱାସ୍ଥ୍ୟ ଗଠନରେ ଘି କୁଆଁରିର ବିଶେଷ ଭୂମିକା ରହିଛି । ଏକ୍ସପର୍ଟ ମାନେ ସକାଳ ସମୟରେ ଖାଲି ପେଟରେ ଆଲୋବେରା ଜୁସ (Aloe vera) ପିଇବାକୁ ପରାମର୍ଶ ଦେଇଥାନ୍ତି । ଆଲୋବେରା ଜୁସର ଏମିତି ଗୁଣ ରହିଛି ଯାହା କ୍ୟାନସର(CANCER) ପରି ମାରାତ୍ମକ ରୋଗକୁ ବି ମାତ ଦେଇପାରେ ।

ସୂଚନା ଅନୁଯାୟୀ, ଆଲୋବେରା ଜୁସ (Aloe vera) ଅନେକ ଦୁରାରୋଗ୍ୟରୁ ମଧ୍ୟ ମୁକ୍ତି ଦେଇପାରେ । ତେବେ ଚାଲନ୍ତୁ ଜାଣିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଆଲୋବେରା ଜୁସ (Aloe vera)କିପରି ଲାଭଦାୟକ ହୋଇଥାଏ ।

କୋଷ୍ଟକାଠିନ୍ୟରୁ ଦିଏ ମୁକ୍ତି

ଆଲୋବେରା ଜୁସ (Aloe vera)ରେ ଅନେକ ଔଷଧୀୟ ଗୁଣ ରହିଛି । ଯାହାକି କୋଷ୍ଟକାଠିନ୍ୟରୁ ମୁକ୍ତି ଦେଇଥାଏ । ଯେଉଁ ମାନଙ୍କର ପାଚନ ଜନିତ ସମସ୍ୟା ଥାଏ ସେମାନଙ୍କ ପାଇଁ ଏଲୋଭେରା ଜୁସ ଫାଇଦାଦାୟକ ହୋଇଥାଏ ।

ବ୍ଲଡ଼ ସୁଗାର କଣ୍ଟ୍ରୋଲ

ଆଲୋବେରା ଜୁସ (Aloe vera) ଶରୀରର ବ୍ଲଡ଼ ସୁଗାର ଲେବଲକୁ ମଧ୍ୟ କଣ୍ଟ୍ରୋଲରେ ରଖିଥାଏ । ସକାଳ ସମୟରେ ଖାଲି ପେଟରେ ପିଇଲେ ମଧୁମେହ (Diabetics)ସମେତ ହୈପରଲିପିଡ଼ିମିୟା ରୋଗୀ ମାନଙ୍କର ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିଥାଏ ।

ହାର୍ଟବର୍ଣ୍ଣରୁ ଦିଏ ମୁକ୍ତି

ଗରମ ଦିନ ମାନଙ୍କରେ ଅଧିକାଂଶ ସମୟରେ ଛାତିପୋଡା, ଛାତି ଯନ୍ତ୍ରଣା ପରି ସମସ୍ୟା ଦେଖାଦିଏ । କିନ୍ତୁ ଆଲୋବେରା ଜୁସ (Aloe vera) ନିୟମିତ ପିଇଲେ ମୁକ୍ତି ମିଳିଥାଏ ।

ଓଜନ ନିୟନ୍ତ୍ରଣରେ ରୁହେ

ଭିଟାମିନ, ମିନେରାଲସ, ଆଣ୍ଟିଆକ୍ସିଡେଣ୍ଟରେ ଭରପୁର ଆଲୋବେରା ଜୁସ (Aloe vera) ଓଜନ ନିୟନ୍ତ୍ରଣ ରଖିଥାଏ । ଯାହା ଦ୍ୱରା ଓଜନ ବଢିନଥାଏ ।

ଡିଡ଼କ୍ସ କରେ ଶରୀର

ଆଲୋବେରା ଜୁସ (Aloe vera)ରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ଆସିଥାଏ । ଏହା ସହ ଏଥିରେ ଥିବା ତତ୍ତ୍ୱ ଶରୀରର ଇମ୍ୟୁନିଟିକୁ ଦୃଢ ରଖିଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଆଲୋବେରା ଜୁସ (Aloe vera)ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

କଦଳୀ ଠୁ ଅଧିକ ଗୁଣକାରୀ ଚୋପା, ଜାଣନ୍ତୁ କେଉଁ ସମସ୍ୟାରୁ ମିଳିବ ଉପଶମ

ଆମିଷ ଖାଉନଥିଲେ ହୋଇ ପାରେ ଏହି ସମସ୍ୟା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments