1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ମଧୁମେହକୁ ନିୟନ୍ତ୍ରଣ ରଖିବ ଏହି ପରିବା

ଆପଣ ଜାଣିଛନ୍ତି କି, ଟମାଟୋ କେବଳ ତରକାରୀକୁ ସ୍ୱାଦିଷ୍ଟ କରେ ତାହା ନୁହେଁ ଏହା ଆପଣଙ୍କୁ ଅନେକ ରୋଗ ମୁକ୍ତ ମଧ୍ୟ ରଖିଥାଏ ।

Sudesna Nayak
Sudesna Nayak
diabetics people EAT tomato Vegetable

diabetics people EAT tomato Vegetable

ସାଧାରଣତଃ ପ୍ରତ୍ୟକ ରୋଷେଇ ପାଇଁ ଆମେ ଟମାଟୋ (Tomato)ର ବ୍ୟବହାର କରିଥାଉ । ଟମାଟୋ ବିନା କୌଣସି ତରକାରୀର ସ୍ୱାଦ କଳ୍ପନା କରିବା ଆମ ପାଇଁ ଅସମ୍ଭବ ହୋଇପଡେ । ତେବେ ଆପଣ ଜାଣିଛନ୍ତି କି, ଟମାଟୋ କେବଳ ତରକାରୀକୁ ସ୍ୱାଦିଷ୍ଟ କରେ ତାହା ନୁହେଁ ଏହା ଆପଣଙ୍କୁ ଅନେକ ରୋଗ ମୁକ୍ତ ମଧ୍ୟ ରଖିଥାଏ ।

ସୂଚନା ଅନୁଯାୟୀ, ଟମାଟୋ (Tomato)ରେ ଭିଟାମିନ୍ କେ ଏବଂ କ୍ୟାଲସିୟମ୍ ଭରି ରହିଥାଏ (Tomato Benefits) । ଯୁକ୍ତରାଷ୍ଟ୍ରର କୃଷି ବିଭାଗ ଅନୁଯାୟୀ, ଶହେ ଗ୍ରାମ ଟମାଟୋରେ 110 ଗ୍ରାମ କ୍ୟାଲସିୟମ ଥାଏ ତେଣୁ ଟମାଟୋ ଖାଇବା ଦ୍ୱାରା ହାଡ଼ ଶକ୍ତିଶାଳୀ ହୋଇଥାଏ ।

ଟମାଟୋରେ କ୍ରୋମିୟମ ନାମକ ଏକ ପଦାର୍ଥ ଥାଏ ଯାହା ଶରୀରରେ ସୁଗାର ସ୍ତରକୁ ସମ୍ପୂର୍ଣ ଭାବରେ ନିୟନ୍ତ୍ରଣରେ ରଖେ । ତେଣୁ ଯେଉଁମାନଙ୍କର ମଧୁମେହ (Diabetes) ଅଛି,କିମ୍ବା ଯେଉଁମାନେ ମଧୁମେହ (Diabetes)ଠୁ ସମ୍ପୂର୍ଣ ଭାବରେ ଦୂରେଇକି ରହିବାକୁ ଚାହୁଁଛନ୍ତି ସେମାନେ ନିୟମିତ ଖାଦ୍ୟରେ ଟମାଟୋର ବ୍ୟବହାର କରନ୍ତୁ ।

ଟମାଟୋ (Tomato)ରେ କ୍ରୋମିୟମ ନାମକ ଏକ ପଦାର୍ଥ ଥାଏ ଯାହା ଶରୀରରେ ସୁଗାର ସ୍ତରକୁ ସମ୍ପୂର୍ଣ ଭାବରେ ନିୟନ୍ତ୍ରଣରେ ରଖେ । ତେଣୁ ଯେଉଁମାନଙ୍କର ମଧୁମେହ ଅଛି,(dibetic patient) କିମ୍ବା ଯେଉଁମାନେ ମଧୁମେହ (Diabetes)ଠୁ ସମ୍ପୂର୍ଣ ଭାବରେ ଦୂରେଇକି ରହିବାକୁ ଚାହୁଁଛନ୍ତି ସେମାନେ ନିୟମିତ ଖାଦ୍ୟରେ ଟମାଟୋର ବ୍ୟବହାର କରନ୍ତୁ ।

ଟମାଟୋ (Tomato)ରେ ଭିଟାମିନ ସିର ପରିମାଣ ଅଧିକ ଥିବାରୁ ଏହା ଆପଣଙ୍କ ହାଡ ମଜଭୁତ କରିବାରେ ସହାୟକ ହୁଏ ଓ ଶରୀରରେ ରକ୍ତକୁ ସଫା ରଖିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଯଦି ଆପଣ ଶରୀରର ଓଜନ ହ୍ରାସ କରିବାକୁ ଡାଇଟରେ ରହୁଛନ୍ତି ତାହାଲେ ଆପଣଙ୍କ ସାଲାଡ଼ରେ ଟମାଟୋ (Tomato)ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ ଏହା ଆପଣଙ୍କ ଶରୀରର ଓଜନ ହ୍ରାସ କରିବାରେ ଆପଣଙ୍କୁ ସହାୟତା କରିବ ।

ଟମଟୋ (Tomato) ରସରେ ଆଲୋଭେରା ଜେଲ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ତ୍ୱଚାରେ ଲଗେଇଲେ ଏହା ଆପଣଙ୍କ ତ୍ୱଚାକୁ ଟ୍ୟାନ ମୁକ୍ତ କରିଥାଏ ଓ ସଫା ରଖିଥାଏ । ଟମାଟୋ ରସରେ ବେସନ ବ୍ୟବହାର କରି ମଧ୍ୟ ଆପଣ ଲଗାଇ ପାରିବେ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଟମାଟୋ (Tomato)ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

ସାବଧାନ! ମଧୁମେହ ରୋଗୀ ଖାଉଛନ୍ତି କି ଅଣ୍ଡା...

ଛତୁ ଖାଆନ୍ତୁ ମଧୁମେହ ଓ ଡିପ୍ରେସନକୁ ନାଁ କୁହନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments