Health & Lifestyle

କ୍ୟାନ୍ସର ରୋକିବ ଗଧ କ୍ଷୀର

ଗଧ କ୍ଷୀର ସେବନ କଲେ କ୍ୟାନ୍ସର କିମ୍ବା, ଶରୀରରେ ଚର୍ବି ବଢିବନାହିଁ । ହିସାରରେ ଏକ ବଡ଼ ଫାର୍ମ ରହିଛି ଯେଉଁଠି ଗଧଙ୍କ ଦୁଗ୍ଧରୁ ପ୍ରଥମେ ବିୟୁଟି ପ୍ରଡକ୍ଟ ତିଆରି କରାଯାଉଛି । ଏହି ବିୟୁଟି ପ୍ରଡକ୍ଟସ କେରଳର ଗୋଟେ କମ୍ପାନୀ ତିଆରି କରୁଛି । ବର୍ତ୍ତମାନ ଗଧ କ୍ଷୀରରୁ ସାବୁନ , ଲିପ ବାମ , ଫେସ କ୍ରିମ ତିଆରି କରାଯାଉଛି ।

12 December, 2022 5:35 PM IST By: Sudesna Nayak

ରୋଗ ପ୍ରତିଶୋଧକ ଶକ୍ତି ବଢ଼ାଇବ ଗଧ କ୍ଷୀର (DonkeyMilk) । ଗଧ କ୍ଷୀରର (DonkeyMilk) ଫାଇଦା ଏତେ ଯେ କ୍ୟାନ୍ସର (Cancer)କୁ ବି ରୋକିବ । ଜଣାପଡିଛି ଗଧର କ୍ଷୀର (DonkeyMilk) ପିଇଲେ ଶରୀରର ଇମ୍ୟୁନ (immunityboost) ସିଷ୍ଟମ ଠିକ ରହୁଛି ।

ସୂଚନା ଅନୁଯାୟୀ, ଏହି ପ୍ରଜାତିର ଗଧଙ୍କ କ୍ଷୀର (DonkeyMilk) ରେ କର୍କଟ, ମେଦବହୁଳତା, ଆଲର୍ଜି ଭଳି ରୋଗ ବିରୋଧରେ ଲଢ଼ିବାର କ୍ଷମତା ଅଛି । ଏହି କ୍ଷୀରରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଏଜେନିକ୍ ଉପାଦାନ ରହିଥାଏ ଯାହା ଶରୀରରେ ଅନେକ ରୋଗ ସହିତ ଲଢ଼ିବାର କ୍ଷମତା ବିକାଶ କରିଥାଏ ।

ଦୁନିଆର ସବୁଠାରୁ ମହଙ୍ଗା ପନିର ୟୁରେପିୟ ଦେଶ ସର୍ବିୟାର ଏକ ଫାର୍ମରେ ପ୍ରସ୍ତୁତ କରାଯାଇଥାଏ । ଯାହାର ମୂଲ୍ୟ କିଲୋଗ୍ରାମ ପ୍ରତି ରହିଥାଏ ୭୮ହଜାର ଟଙ୍କା । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପନିର ଗାଇ କ୍ଷୀରରୁ ନୁହଁ ବରଂ ଗଧ କ୍ଷୀର (DonkeyMilk)ରୁ ପ୍ରସ୍ତୁତ ହୋଇଥାଏ । ଗଧ କ୍ଷୀର (DonkeyMilk)ପନିର ପ୍ରସ୍ତୁତ କରିବା ପାଇଁ ପାଖାପାଖି ଏକ ବର୍ଷ ଲାଗିଥାଏ। କାରଣ ଗଧ ଦିନକ ଏକ ଲିଟର କ୍ଷୀର ମଧ୍ୟ ଦେଇନଥାଏ । ଫଳରେ ମାତ୍ର ୬ ରୁ ୧୫ କିଲୋ ପନିର ଉତ୍ପଦାନ କରିବା ପାଇଁ କର୍ମଚାରୀଙ୍କୁ ପାଖାପାଖି ଏକବର୍ଷ ସମୟ ଲାଗିଥାଏ ।

ଆପଣ ମାନେ ସୁସ୍ଥ ରହିବାକୁ ଗାଈ, ମଇଁଷି ବାହାର ରାଜ୍ୟରେ ତ ଲୋକ ଛେଳି ଓ ଓଟଙ୍କ କ୍ଷୀର ପିଅନ୍ତି । ଦେଶରେ ପ୍ରଥମ ଥର ରାଷ୍ଟ୍ରୀୟ ଅଶ୍ୱ ଅନୁସନ୍ଧାନ କେନ୍ଦ୍ର NRCE ଦ୍ୱାରା ଗଧ ଦୁଗ୍ଧ ମିଳିବ । ଏଥିପାଇଁ 10 ହଜାର ଗଧଙ୍କୁ ଆଣି ତାଙ୍କର ଲାଳନ ପାଳନ କରାଯାଉଛି । ଏହା ଏକ ବଡ଼ ପ୍ରୋଜେକ୍ଟ ଅଟେ । ଏହାକୁ ନେଇ ଅନେକ ରିସର୍ଚ୍ଚ କରାଯାଇ ସାରିଛି । ଏମିତିକି ଡାକ୍ତରଙ୍କ କହିବା କଥା ହେଲା ଗାଈ ମଇଁଷିଙ୍କ କ୍ଷୀର ଛୋଟ ପିଲା ମାନଙ୍କୁ ଇନଫେକସନ କରାଇପାରେ ହେଲେ ଗଧର କ୍ଷୀର (DonkeyMilk) ପିଲାଙ୍କ ପାଇଁ ଭଲ । ଗଧ କ୍ଷୀର (DonkeyMilk)ରେ ଆଣ୍ଟି ଅକ୍ସୀଡେଣ୍ଟ, ଆଣ୍ଟି ଏଜିଂ ମିଳିଛି । ଗଧ କ୍ଷୀର (DonkeyMilk) ମଣିଷ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢାଇଥାଏ । ଅନେକ ଗମ୍ଭୀର ରୋଗ ସହ ଲଢ଼ିବାର କ୍ଷମତା ବଢ଼ାଇ ଥାଏ । ଆହୁରି ଭଲ କଥା ହେଲା ଏହି କ୍ଷୀରରେ ଆଦୌ ଫ୍ୟାଟ ନାହିଁ । ଗଧ କ୍ଷୀର (DonkeyMilk)ରେ ଔଷଧ ଗୁଣ ଭରପୁର ରହିଛି ।

ପ୍ରକାଶ ଥାଉ ଯେ, ଗଧ କ୍ଷୀର (DonkeyMilk)ସେବନ କଲେ କ୍ୟାନ୍ସର (Cancer) କିମ୍ବା, ଶରୀରରେ ଚର୍ବି ବଢିବନାହିଁ । ହିସାରରେ ଏକ ବଡ଼ ଫାର୍ମ ରହିଛି ଯେଉଁଠି ଗଧଙ୍କ ଦୁଗ୍ଧରୁ ପ୍ରଥମେ ବିୟୁଟି ପ୍ରଡକ୍ଟ ତିଆରି କରାଯାଉଛି । ଏହି ବିୟୁଟି ପ୍ରଡକ୍ଟସ କେରଳର ଗୋଟେ କମ୍ପାନୀ ତିଆରି କରୁଛି । ବର୍ତ୍ତମାନ ଗଧ କ୍ଷୀର (DonkeyMilk) ରୁ ସାବୁନ , ଲିପ ବାମ , ଫେସ କ୍ରିମ ତିଆରି କରାଯାଉଛି ।

ଗଧ କ୍ଷୀରର ଫାଇଦା ଏତେ ଯେ କ୍ୟାନ୍ସରକୁ ମଧ୍ୟ ରୋକିପାରିବ

ଖାଆନ୍ତୁ ଗ୍ରୀନ୍‌ ଟମାଟୋ,ଦୂର ହେଇଯିବ ଏହି ସବୁ ରୋଗ…

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)