Health & Lifestyle

କମଳା ଖାଇବା ପରେ ଫିଙ୍ଗନ୍ତୁ ନାହିଁ କମଳା ଚୋପା , ଜାଣନ୍ତୁ ଏହାର ଉପକାରିତା

ଆମ ଦେଶରେ କମଳା ଉତ୍ପାଦନ ଅଧିକ ମାତ୍ରା ରେ ହୋଇଥାଏ । ଏହି ଫଳକୁ ଅତି ଉତ୍ସାହର ସହ ଖିଆଯାଇଥାଏ । ସମସ୍ତ କାମ ରେ କମଳା ଭଳି କୁ ବ୍ୟବହାର କରାଯାଇଥାଏ l ଏହି ଫଳର ଖଟା-ମିଠା ସ୍ବାଦ ସମସ୍ତଙ୍କୁ ଆକର୍ଷିତ କରିଥାଏ । ଏଥିରେ ଥିବା ଭିଟାମିନ୍ ସି, କ୍ୟାଲସିୟମ୍ ଏବଂ ଫୋଲେଟ୍ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

08 January, 2023 9:00 PM IST By: Tanushree Mahapatra

ଆମ ଦେଶରେ କମଳା ଉତ୍ପାଦନ ଅଧିକ ମାତ୍ରା ରେ ହୋଇଥାଏ । ଏହି ଫଳକୁ ଅତି ଉତ୍ସାହର ସହ ଖିଆଯାଇଥାଏ । ସମସ୍ତ କାମ ରେ କମଳା ଭଳି କୁ ବ୍ୟବହାର କରାଯାଇଥାଏ l ଏହି ଫଳର  ଖଟା-ମିଠା ସ୍ବାଦ ସମସ୍ତଙ୍କୁ ଆକର୍ଷିତ କରିଥାଏ । ଏଥିରେ ଥିବା ଭିଟାମିନ୍ ସି, କ୍ୟାଲସିୟମ୍ ଏବଂ ଫୋଲେଟ୍ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହାର ଭିତରର ଫଳକୁ ସମସ୍ତେ ଖାଇଥାଉ କିନ୍ତୁ ଏହାର ଚୋପାକୁ ଫୋପାଡି ଦେଇଥାଉ ( benefits of orange peel )

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆପଣ କମଳା ଚୋପାର ଉପକାରିତାରୁ ବଞ୍ଚିତ ହେବେ । ତେବେ ଆସନ୍ତୁ ଜାଣିବା କମଳା ଚୋପାର ଉପକାରିତା । କମଳା ଚୋପାରେ ଭିଟାମିନ୍‌ ବି୬, କ୍ୟାଲସିୟମ, ଫଲେଟ୍‌ ଭରପୂର ମାତ୍ରାରେ ଥାଏ। କମଳା ଚୋପାରୁ ତିଆରି ହେଉଥିବା ତୈଳ ମଧ୍ୟ ଖୁବ ଭଲ। କୋଲେଷ୍ଟ୍ରଲ, ଉଚ୍ଚ ରକ୍ତଚାପ, କର୍କଟ ଆଦିର ଚିକିତ୍ସା ଏହା ଦ୍ୱାରା କରାଯାଇ ପାରେ।

କମଳା ଚୋପା ଆମ ତ୍ବଚା ପାଇଁ କୌଣସି ଉପହାରକୁ କମ୍ ନୁହେଁ । ଯଦି ଆପଣଙ୍କ ତ୍ବଚା ତେଲିଆ ହୋଇଥାଏ ତେବେ ଏହା କୌଣସି ଔଷଧଠାରୁ କମ୍ ନୁହେଁ । ଏହାକୁ ଗୁଣ୍ଡକରି ମହୁ ସହ  ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁରେ ଲଗାନ୍ତୁ । ଆପଣଙ୍କ ମୁହଁରେ ଚମକ ଆସିବ ଏବଂ ଦାଗ ମଧ୍ୟ ଦୂର ହୋଇଯିବ । ଯଦି ଆପଣଙ୍କୁ ଆରାମଦାୟକ ନିଦ ଆସୁନାହିଁ ତେବେ ଏଥିପାଇଁ କମଳା ଚୋପାକୁ ପାଣିରେ ମିଶାଇ ଗରମ କରନ୍ତୁ । ପରେ ଏହାକୁ ପିଅନ୍ତୁ । ନିୟମିତ ଏଭଳି କରିବା ଦ୍ବାରା ରାତିରେ ଭଲ ନିଦ ଆସିଥାଏ । କମଳା ଚୋପାରେ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ରହିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । କରୋନା ଭାଇରସ୍ ମଧ୍ୟରେ ସବୁବେଳେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ କୁହାଯାଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ କମଳା ଚୋପା ବେଶ୍ ଉପଯୋଗୀ ହୋଇପାରେ । ଏଥିପାଇଁ କମଳା ଚୋପାକୁ ଗରମ ପାଣିରେ ଧୋଇ ଖାଇପାରିବେ । କିଛି ଲୋକ ଚିନି ଏବଂ ଲେମ୍ବୁ ସହ ଏହାକୁ ଖାଇବାକୁ ପସନ୍ଦ କରନ୍ତି ।

ଆମେ ପ୍ରାୟତଃ ବଜାରରୁ ମହଙ୍ଗା ଏବଂ କେମିକାଲ ଯୁକ୍ତ କଣ୍ଡିସନର ବ୍ୟବହାର କରିଥାଉ । କିନ୍ତୁ ଆପଣ ଜାଣନ୍ତି କି ଏଥିପାଇଁ କମଳା ଚୋପା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ଏହି ଚୋପାରେ କ୍ଲୋଜିଂ ଗୁଣ ଥାଏ ଯାହା କେଶ ପାଇଁ ଲାଭଦାୟକ ହୋଇଥାଏ । ଏଥିପାଇଁ କମଳା ଚୋପାକୁ ଶୁଖାଇ ଗୁଣ୍ଡ କରନ୍ତୁ, ତାପରେ ସେଥିରେ ମହୁ ମିଶ୍ରିତ କରି ମୁଣ୍ଡରେ ଲଗାନ୍ତୁ । କିଛି ସମୟ ପରେ ଧୋଇବା ପରେ କେଶ ଚମକିବ ଯେତେବେଳେ କେଶରେ ରୁପି ଦେଖାଯାଏ ସେତେବେଳେ ଆପଣଙ୍କୁ ଲାଜ ଲାଗିଥାଏ । ଏଥିପାଇଁ ଆପଣ କମଳା ଚୋପାକୁ ଶୁଖାଇ ଗୁଣ୍ଡ କରନ୍ତୁ ଏବଂ ସେଥିରେ ନଡିଆ ତେଲକୁ ମିଶାନ୍ତୁ । ଏହି ମିଶ୍ରଣକୁ କେଶରେ ଲଗାଇବା ଦ୍ବାରା ରୁପି ଦୂର ହୋଇଥାଏ ।

ରଙ୍ଗ ଯାହା ହେଉନା କାହିଁକି, କିନ୍ତୁ ଯେତେବେଳେ ଏହା ଉପରେ ଦାଗ ଦେଖାଯାଏ, ସେତେବେଳେ ରଙ୍ଗର କୌଣସି ଫରକ ପଡ଼େ ନାହିଁ। କାରଣ ସାମ୍ନା ବ୍ୟକ୍ତି କେବଳ ଆପଣଙ୍କ ଚେହେରାର ଦାଗଗୁଡ଼ିକୁ ଲକ୍ଷ୍ୟ କରନ୍ତି। ଦାଗ ହଟାଇବା ପାଇଁ, ଏକ ଟେବୁଲ ଚାମଚ କମଳା ଚୋପା ପାଉଡର ନିଅନ୍ତୁ ଏବଂ ଆପଣଙ୍କ ଆବଶ୍ୟକତା ଅନୁଯାୟୀ ଏଥିରେ ବେସନ ଏବଂ ଲେମ୍ବୁ ରସ ମିଶାନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ ଏବଂ ଏହାକୁ ୧୦ ମିନିଟ୍ ପାଇଁ ଛାଡ଼ିଦିଅନ୍ତୁ। ଏହା ପରେ ସାଧା ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ ଦାଗ ସମସ୍ୟା ଦୂର ହୋଇଯିବ। ଶୁଖିଲା ଚର୍ମକୁ ଚମକାଇବା ପାଇଁ, କମଳା ଚୋପାର ଏହି ଫେସ୍ ପ୍ୟାକ୍ ଜବରଦସ୍ତ ପ୍ରମାଣିତ ହୋଇପାରେ। ପ୍ରଦୂଷଣ ଏବଂ ବାର୍ଦ୍ଧକ୍ୟ ହେତୁ ଚର୍ମର ଚମକ ଧୀରେ ଧିରେ କମିବା ଆରମ୍ଭ କରେ, ଏହାକୁ ସୁନ୍ଦର କରିବା ପାଇଁ ଏକ ଚାମଚ କମଳା ଚୋପା ପାଉଡର ନେଇ ସେଥିରେ ୨ ଚାମଚ ମହୁ ମିଶାନ୍ତୁ। ବର୍ତ୍ତମାନ ଏହି ପେଷ୍ଟକୁ ଆପଣଙ୍କ ମୁହଁରେ ଲଗାନ୍ତୁ।

କମଳା ଚୋପାରେ ପାଚନ ଶକ୍ତି ବଢାଇବାର କ୍ଷମତା ରହିଛି । ପ୍ରକୃତରେ ଏହା ପେଟ ଗ୍ୟାସ, ବାନ୍ତି, ଆମ୍ବିଳ ହେକୁଡି ଦୂର କରିବାରେ ସହାୟକ ହୋଇଥାଏ । ଏହାସହିତ ଏହା ଭୋକ ବଢାଇବାରେ ବି ସହାୟକ ହୋଇଥାଏ । ଯଦି ଆପଣ ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ କମଳା ଚୋପାକୁ ଗୁଣ୍ଡ କରି ସେବନ କରି ପାରିବେ । କମଳା ଚୋପରୁ ଏକ ତେଲ ବାହାର କରନ୍ତୁ । ଏହାକୁ ଅନିଦ୍ରା ଦୂର ପାଇଁ ବ୍ୟବହାର କରାଯାଇଥାଏ । ଆପଣ ସେଥିପାଇଁ ଗାଧୋଇବା ପାଣିରେ ଦୁଇ ବୁନ୍ଦା ଏହି ତେଲ ପକାଇ ଦିଅନ୍ତୁ । ଏହାଦ୍ୱାରା ଅନିଦ୍ରା ଦୂର ହେବ । କୋଲେଷ୍ଟ୍ରଲ ରୋଗୀଙ୍କ ପାଇଁ କମଳା ଚୋପା ବ୍ୟବହାର ଲାଭକାରୀ ହୋଇଥାଏ । ପ୍ରକୃତରେ କମଳା ଚୋପାରେ ଏଭଳି ଗୁଣ ରହିଛି ଯାହାଦ୍ୱାରା ଉଚ୍ଚ କୋଲେଷ୍ଟ୍ରଲ ସ୍ତର ବା ମୋଟାପଣ ବ୍ୟକ୍ତିଙ୍କ ପାଇଁ ଲାଭଦାୟକ । ଏହାସହିତ କର୍କଟ ଏବଂ ହାଡ ଦୁର୍ବଳ ସମସ୍ୟାରୁ ମୁକ୍ତି ମିଳିଥାଏ ।

ମାଣ୍ତିଆରୁ ପ୍ରସ୍ତୁତ ଫାଷ୍ଟଫୁଡ : ସ୍ୱାସ୍ଥ୍ୟ ପାଇଁ ହିତକର

ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ପାଇଁ ହିତକର ମାଣ୍ଡିଆ ସୁଜି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)