Health & Lifestyle

ରାତିରେ ମାତ୍ର 2ଟା ଲବଙ୍ଗ ଖାଆନ୍ତୁ, ମୂଳରୁ ଶେଷ ହୋଇଯିବ ଏହି ଭୟଙ୍କର ରୋଗ

ଗ୍ୟାସ, ପେଟ ଫୁଲିବା, ବଦହଜମି, ଡାଇରିଆ, ବାନ୍ତି ଭଳି ସମସ୍ୟାର ସମ୍ମୁଖୀନ କରୁଥିଲେ, ଏଥିପାଇଁ ବହୁତ୍ ଉପକାରୀ ଲବଙ୍ଗ । ଏହା ସେବନ କରିବା ଦ୍ବାରା, ଏହି ସବୁ ସମସ୍ୟା କମ୍ ହୋଇଥାଏ ।

22 December, 2022 2:12 PM IST By: Sudesna Nayak

ଭାରତୀୟ ଭୋଜନରେ କେତେ ପ୍ରକାର ମସଲା ବ୍ୟବହାର କରାଯାଇଥାଏ । ସେଥିମଧ୍ୟରୁ ଲବଙ୍ଗ (laung)ଏକ ଏପରି ମସଲା ଯାହା ସମସ୍ତଙ୍କ ଘରେ ରହିଥାଏ । ଏହାର ସ୍ୱାଦ ଭଲ ହେବା ସହ ଏହା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ଏଥିରେ ଭିଟାମିନ ସି, ଫାଇବର, ମେଙ୍ଗାନିଜ, ଏଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ରହିଥାଏ । ତେଣୁ ଥଣ୍ଡା ଦିନରେ ବା କୋଭିଡ ସମୟରେ ଲବଙ୍ଗ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ ।

ସୂଚନା ଅନୁଯାୟୀ, ଯଦି ଆପଣ ପ୍ରତିଦିନ ସକାଳେ-ସଂନ୍ଧ୍ୟାରେ ଗୋଟିଏ ଲେଖାଏଁ ଲବଙ୍ଗ (laung) ଖାଇବର ତେବେ ଏହା ଦ୍ୱାରା ଆପଣଙ୍କୁ ବିଭିନ୍ନ ପ୍ରକାରର ଶାରିରୀକ ସମସ୍ୟାରୁ ମୁକ୍ତି ମିଳିଥାଏ । ଲବଙ୍ଗ(cloves)ରେ କ୍ୟାଲସିୟମ, ଫସଫରସ, ଆଇରନ, ସୋଡିୟମ, ପୋଟାସିୟମ ଏବଂ ଭିଟାମିନ-ସି ଭରି ରହିଥାଏ ।

ଆପଣ ଜାଣିଛନ୍ତି କି , ଗ୍ୟାସ, ପେଟ ଫୁଲିବା, ବଦହଜମି, ଡାଇରିଆ, ବାନ୍ତି ଭଳି ସମସ୍ୟାର ସମ୍ମୁଖୀନ କରୁଥିଲେ, ଏଥିପାଇଁ ବହୁତ୍ ଉପକାରୀ ଲବଙ୍ଗ (Clove) । ଏହା ସେବନ କରିବା ଦ୍ବାରା, ଏହି ସବୁ ସମସ୍ୟା କମ୍ ହୋଇଥାଏ ।

କ୍ଷୀରରେ ଲବଙ୍ଗ (Clove and milk ) ମିଶାଇ ପିଇଲେ ଏହା ଆମ ଶରୀରକୁ ବହୁତ ଲାଭ ଦେଇଥାଏ । ଲବଙ୍ଗ ଓ କ୍ଷୀର (Clove and milk ) ଦୁଇଟିରେ ପ୍ରଚୁର ପରିମାଣର ପୋଷକତତ୍ୱ ଭରପୁର ହୋଇ ରହିଥାଏ । କ୍ଷୀରରେ ଫସଫରସ୍, ମ୍ୟାଗ୍ନେସିୟମ୍, ଆୟୋଡିନ୍, ଭରପୂର ମାତ୍ରାରେ ରହିଥିବା ବେଳେ ଲବଙ୍ଗରେ କାର୍ବୋହାଇଡ୍ରେଟ୍, ଆଇରନ୍, ସୋଡିୟମର ମାତ୍ରା ଢେର ଅଧିକ ଥାଏ । ଶୋଇବା ପୂର୍ବରୁ ପ୍ରତିଦିନ କ୍ଷୀରରେ ଲବଙ୍ଗ (Clove and milk ) ମିଶାଇ ପିଅନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କୁ ଏକ ଭଲ ସ୍ୱାଦ ମିଳିଥାଏ ଓ ଶରୀରରୁ ଥକ୍କା ପଣ ଦୂର ହୋଇଥାଏ । କ୍ଷୀର ସହ ଲବଙ୍ଗ ଆପଣ ଦିନର ଯେକୌଣସି ସମୟରେ ପି ପାରିବେ କିନ୍ତୁ ରାତିରେ ଏହାକୁ ପିଇଲେ ଭଲ ହୋଇଥାଏ ।

ଲବଙ୍ଗ (Clove) ଆପଣଙ୍କୁ ମାନସିକ ଚାପରୁ ରକ୍ଷା କରିବା ସହ ଦେହରେ ଇନଫ୍ଲାମେଶନ କମ କରିଥାଏ । ଏଥି ସହିତ ସଂକ୍ରମଣକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ । ଏଥିରେ ଥିବା ଏଣ୍ଟି ବ୍ୟାକ୍ଟେରିଆଲ ଗୁଣ ଯାହା ସଂକ୍ରମଣକୁ ରୋକିବା ସହ ହାନିକାରକ ବ୍ୟାକ୍ଟେରିଆକୁ ମାରିଥାଏ । ଯଦି ପ୍ରତିଦିନ ସକାଳୁ ଖାଲି ପେଟରେ ଦୁଇଟି ଲବଙ୍ଗ ଖାଆନ୍ତି ତେବେ କୋରୋନା ବ୍ୟତୀତ ଅନ୍ୟ ରୋଗ ଠାରୁ ମଧ୍ୟ ଦୂରରେ ରହିବେ । କୋରୋନା ସମୟରେ କାଶ,ଥଣ୍ଡା ଓ ଜରରୁ ରକ୍ଷା ପାଇବା ପାଇଁ ଲବଙ୍ଗ ପାଣି ବହୁତ ସହାୟକ ହୋଇଥାଏ ।

ବିଭିନ୍ନ ସମୟରେ ବାହାରେ ଧୂଳି ଏବଂ ପ୍ରଦୂଷଣ ଯୋଗୁଁ ଏହାର ପ୍ରଭାବ ତ୍ୱଚା (skin care)ଉପରେ ପଡିଥାଏ । ତେଣୁ ବାହାରୁ ଘରକୁ ଆସିବା ପରେ, ଏକ ତୁଳାରେ ଅଳ୍ପ ଲବଙ୍ଗ ତେଲ (clove oil)ନେଇ ତ୍ୱଚାକୁ ଭଲଭାବେ ସଫା କରନ୍ତୁ । ଏହା ଲଗାଇବା ଦ୍ବାରା ବେଶ ଲାଭଦାୟକ ହୋଇଥାଏ ।

ଲବଙ୍ଗ(Clove)ରେ ଆଣ୍ଟିଇମ୍ଫେ୍ଲମେଟରୀ ଗୁଣ ରହିଥାଏ । ଏହାଦ୍ୱାରା ପେଟ ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ । ଏହା ସହ ପ୍ରତିଦିନ ଲବଙ୍ଗ (Clove) ଖାଇବାଦ୍ୱାରା ମାଂସପେଶୀ ଶିଥିଳ ହୋଇଥାଏ । ଏହାଦ୍ୱାରା ମାଂସପେଶୀରେ ହେଉଥିବା ବ୍ୟଥା ଦୂର ହୋଇଥାଏ ।

ତ୍ୱଚାରେ ଥିବା କଳାଦାଗ ଦୂର କରିବାରେ ସାହାଯ୍ୟ କରେ ଲବଙ୍ଗ ତେଲ । ଲବଙ୍ଗ ତେଲରେ ନଡିଆ ତେଲ ବା ବାଦାମ୍ ତେଲ ମିଶାଇ , କଳାଦାଗ ପଡିଥିବା ସ୍ଥାନରେ ଲଗାଇବା ବେଶ ଲାଭଦାୟକ ହୋଇଥାଏ ।

ସୁପର ଶକ୍ତିର ଉତ୍ସ ମାଣ୍ଡିଆ,ଦୂର କରେ ଏହି ବଡ ବଡ ରୋଗ

କେବଳ ଥରେ ଲଗାନ୍ତୁ,ଅର୍ଶ ଶୁଖିକି ଝଡିଯିବ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)