1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କେବଳ ଥରେ ଲଗାନ୍ତୁ,ଅର୍ଶ ଶୁଖିକି ଝଡିଯିବ...

Sudesna Nayak
Sudesna Nayak
piles will end just one day arsa

piles will end just one day arsa

ଆଜିର ସମୟରେ ପାଇଲ୍ସ (piles)ବା ଅର୍ଶ (arsa)ଭଳି ସମସ୍ୟା ଅନେକ ଲୋକଙ୍କ ଭିତରେ ଦେଖିବାକୁ ମିଳୁଛି । ଏହା ଥରେ ହେବା ଦ୍ବାରା ଆପଣଙ୍କୁ ମଳତ୍ୟାଗ କରିବାରେ ବହୁତ କଷ୍ଟ ଅନୁଭବ ହୋଇଥାଏ ଏବଂ ଏଥିସହିତ ଉଠିବା ବସିବା ଦ୍ବାରା ମଧ୍ୟ ଆପଣଙ୍କୁ କଷ୍ଟ ଅନୁଭବ ହୋଇଥାଏ । ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିଛୁ ଯାହା ଦ୍ଵାରା ଆପଣମାନଙ୍କ ଅର୍ଶ ଭଳି ସମସ୍ଯା ମୂଳରୁ ଶେଷ ହୋଇଯିବ ।

ଯେଉଁ ଲୋକମାନେ ଅର୍ଶ (piles)ଭଳି ସମସ୍ୟାରେ ପୀଡିତ ହେଉଛନ୍ତି, ସେମାନଙ୍କ ପାଇଁ ଏହି ଉପଚାର ବହୁତ ଲାଭକାରୀ ଅଟେ । ପ୍ରଥମରେ ଆପଣଙ୍କୁ ଆବଶ୍ୟକତା ପଡିବ ହଳଦିର (turmeric)। ଏହି ଉପକରଣକୁ ତିଆରି କରିବାକୁ ଆପଣ ଦୁଇ ଚାମଚ ହଳଦିର ପ୍ରୟୋଗ କରନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି ସୋରିଷ ତେଲ (mustard oil) । ସେଥିପାଇଁ ଆପଣଙ୍କୁ ଆବଶ୍ୟକ ଏକ ଚାମଚ ସୋରିଷ ତେଲ ଏବଂ ତାହା ମଧ୍ୟ ଆପଣଙ୍କୁ ଆପଣଙ୍କ ରୋଷେଇ ଘରୁ ସହଜରେ ମିଳିଯିବ । ଆପଣ ଏହି ହଳଦୀ ଗୁଣ୍ଡରେ ଏକ ଚାମଚ ସୋରିଷ ତେଲ ମିଶାନ୍ତୁ । ତୃତୀୟ ସାମଗ୍ରୀ ହେଉଛି କର୍ପୁର । ବନ୍ଧୁଗଣ ପୂଜାରେ ବ୍ୟବହୃତ କର୍ପୁର ଆପଣ ଏଥିରେ ବ୍ୟବହାର କରିପାରିବେ । ଏକ କର୍ପୁର ଖଣ୍ଡକୁ ନେଇ ଆପଣ ଗୁଣ୍ଡ କରି ଏଥିରେ ମିଶାନ୍ତୁ । ଏବେ ଆପଣ ଏ ସମସ୍ତ ସାମଗ୍ରୀକୁ ଭଲ ଭାବେ ମିକ୍ସ କରିଦିଅନ୍ତୁ । ଯେମିତି ଏ ସମସ୍ତ ସାମଗ୍ରୀ ସୋରିଷ ତେଲରେ ଭଲ ଭାବେ ମିଶିଯିବ । ଭଲଭାବେ ମିଶିଗଲା ପରେ ପ୍ରସ୍ତୁତ ହୋଇଯିବ ଅର୍ଶରୁ ରକ୍ଷା ପାଇବାର ଉପକରଣ ।

ଏବେ ଆପଣମାନେ ଏହାର ପ୍ରୟୋଗ କିପରି କରିବେ,ଜାଣନ୍ତୁ...

ଏହି ଉପଚାର ଏତେ ଚମତ୍କାରୀ ଅଟେ କି ଏହା ଆପଣଙ୍କ ଅର୍ଶରେ ଲଗାଇବା ଦ୍ଵାରା ଆପଣଙ୍କ ଅର୍ଶ ଶୁଖିକି ଝଡିପଡିବ । ଆପଣ ଏହାକୁ ହାତରେ କିମ୍ବା କଟନ ବାଉଲରେ ନେଇ ଯେଉଁ ଜାଗାରେ ଆପଣଙ୍କର ଅର୍ଶ ହୋଇଛି, ସେହି ଜାଗାରେ ଲଗେଇ ଦିଅନ୍ତୁ । ଏପରି ଆପଣ ଏହାକୁ ଭଲ ଭାବେ ଲଗେଇ ସାରି ଏହାକୁ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏକ ଘଣ୍ଟା ପରେ ଆପଣ ଏହାକୁ ଧୋଇ ଦିଅନ୍ତୁ । ଏହିପରି ଆପଣ ଦିନକୁ ତିନିଥର କରନ୍ତୁ । ପ୍ରତ୍ୟେକ ଦିନ ଆପଣ ଏହାକୁ ତିଆରି କରି ଏହାକୁ ପ୍ରୟୋଗ କରନ୍ତୁ ।

ଆଉ ଏକ ଉପାୟ ହେଉଛି, ଲାଜକୁଳୀ ପତ୍ର ଯାହା ବଣ ବା ଆପଣଙ୍କ ଘର ପାଖରେ ମିଳିପାରେ । ଲାଜକୁଳୀ ଗଛର ଆୟୁର୍ବେଦିକ ଅନୁସାରେ ବିଶେଷ ମହତ୍ଵ ରହିଛି । ଏହାର ପତ୍ରକୁ ଛୁଇଁ ଦେଲେ ଏହା ମଉଳି ଯାଏ ଯାହା ପାଇଁ ଏହାର ନାମ ଲାଜକୁଳୀ ଗଛ ରହିଛି ।

ଏହାପରେ ଏକ କପ କଞ୍ଚା ଗାଈ କ୍ଷୀରର ମଧ୍ଯ ଆବଶ୍ୟକ ରହିଛି । ଏହା ପରେ ଏହି କ୍ଷୀରରେ ଲାଜକୁଳୀ ପତ୍ର ପକାନ୍ତୁ । ଏହା ପରେ ଆପଣ ଏହାର ସେବନ କରନ୍ତୁ । ଖାଲି ପେଟରେ ଆପଣ ପ୍ରତି ଦିନ ଏହାର ସେବନ କରିଲେ ଯେତେ ପୁରୁଣା ଅର୍ଶ (piles) ହୋଇଥିଲେ ମଧ୍ୟ ତାହା ସଂପୂର୍ଣ୍ଣ ଭଲ ହୋଇଯିବ ।

ପ୍ରକାଶ ଥାଉ ଯେ, ଆଜିକାଲି ପ୍ରାୟତ ଖାଦ୍ୟପେୟ ଅନିୟମିତା ଯୋଗୁ ଲୋକମାନଙ୍କର ମଳକଣ୍ଠ ବା ଅର୍ଶ (piles)ଭଳି ସମସ୍ଯା ଦେଖାଯାଉଛି । ଯାହାକୁ ଆମେ ଇଂରାଜୀରେ ପାଇଲ୍ସ (piles)କହିଥାଉ । ଅର୍ଶ ହେଲେ ବସିବା ଉଠିବାରେ ସମସ୍ଯା ହେବା ସହ ରକ୍ତ ପଡିଥାଏ ।

କେବଳ ଥରେ ଖାଆନ୍ତୁ, ଅର୍ଶ, ମଳକଣ୍ଟକ ମୂଳରୁ ଶେଷ ହୋଇଯିବ...

ଚନ୍ଦାପଣରୁ ମୁକ୍ତି ଚାହୁଁଛନ୍ତି କି? ତେବେ ଲଗାନ୍ତୁ ଏହି ଫୁଲ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News