Health & Lifestyle

ପ୍ରତିଦିନ ସକାଳେ ଗରମ ପାଣିରେ ଏହା ମିଶାଇ ପିଇଲେ ମିଳିଥାଏ ଜବରଦସ୍ତ ଲାଭ,ଜାଣନ୍ତୁ...

ଗରମ ପାଣି ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଲାଭଦାୟକ ହୋଇଥାଏ । ଉଷୁମ ପାଣି ସହିତ ଗୋଲମରିଚ ଖାଇବା ଦ୍ୱାରା କାଶ ଓ ଥଣ୍ଡା ସମସ୍ୟା ଦୂର ହୁଏ । ଏକାସାଙ୍ଗରେ ମହୁ ସହିତ ଗୋଲମରିଚ ଗୁଣ୍ଡ ଚାଟିଲେ ଗଳା ଯନ୍ତ୍ରଣା ଦୂର ହୁଏ ।

07 July, 2022 2:43 PM IST By: Sudesna Nayak

ଗରମ ପାଣି (Hot Water) ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଲାଭଦାୟକ ହୋଇଥାଏ । ଉଷୁମ ପାଣି ସହିତ ଗୋଲମରିଚ (Black Pepper) ଖାଇବା ଦ୍ୱାରା କାଶ ଓ ଥଣ୍ଡା ସମସ୍ୟା ଦୂର ହୁଏ । ଏକାସାଙ୍ଗରେ ମହୁ (Honey)ସହିତ ଗୋଲମରିଚ ଗୁଣ୍ଡ ଚାଟିଲେ ଗଳା ଯନ୍ତ୍ରଣା ଦୂର ହୁଏ । ଗୋଲମରିଚ (Black Pepper) ବ୍ୟବହାର ଶରୀରକୁ ଫିଟ୍ ରଖେ କିନ୍ତୁ କାଶ ଏବଂ ଥଣ୍ଡା ଭଳି ରୋଗରୁ ମଧ୍ୟ ଦୂରେଇ ରଖିଥାଏ ।

ଗରମ ପାଣି ସହିତ ଗୋଲମରିଚ ନିଅନ୍ତୁ,ଜାଣନ୍ତୁ...

୧. ଗୋଲମରିଚ (Black Pepper)ରେ ପିପରାଇନ୍ ଥାଏ । ଏଥିରେ ଆଣ୍ଟି-ଡିପ୍ରେସାଣ୍ଟ ଗୁଣ ରହିଥାଏ । ଯେଉଁ କାରଣରୁ ଗୋଲମରିଚ (Black Pepper)ଲୋକଙ୍କୁ ଟେନସନ ଏବଂ ଡିପ୍ରେସନରୁ ମୁକ୍ତି ଦେଇଥାଏ । ଗ୍ରୀଷ୍ମ ଋତୁରେ ଗୋଲମରିଚ (Black Pepper)ଖାଇବା କମ୍ କରିବା ଉଚିତ ।

୨. ଗୋଲମରିଚ (Black Pepper)ଶରୀରରେ ଚର୍ବି ଜମିବାକୁ ପ୍ରତିରୋଧ କରିଥାଏ । ଏହା ସହିତ ଏହା ଆପଣଙ୍କ ମେଟାବୋଲିଜିମରେ ଉନ୍ନତି କରି କ୍ୟାଲୋରୀ ଦମନରେ ସାହାଯ୍ୟ କରିଥାଏ ।

୩. ଯଦି ଆପଣ ଅଧା ଚାମଚ ଗୋଲମରିଚ ପାଉଡର (Black Pepper Powder) ଓ ଗୋଟିଏ ଚାମଚ ମିଶ୍ରି ମିଶାଇ ଏକ କପ୍ ଉଷୁମ କ୍ଷୀର ସହିତ ୩ ଥର ନେଉଛନ୍ତି । ତେବେ ଏହା ଥଣ୍ଡା ଓ ସର୍ଦ୍ଦି ପାଇଁ ଲାଭଦାୟକ ହୋଇଥାଏ ।

୪. ଗୋଲମରିଚ (Black Pepper)ପାଣି (Water)ରେ ପୁଟାଇ ପିଇଲେ ଏହା ଥଣ୍ଡା ଭଲ କରିଥାଏ । ଏହାସହ ମସ୍ତିଷ୍କ ହାଲୁକା ହୋଇଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଗୋଲମରିଚ (Black Pepper)ପାଣି ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ନେବା ନିହାତି ଜରୁରୀ ।

ବ୍ଲଡପ୍ରେସର ଭଳି ବଡ ବଡ ରୋଗରୁ ମୁକ୍ତି ଦେବ ଏହି 5 ଟି ପତ୍ର, ଜାଣନ୍ତୁ...

ଡାଇବେଟିସରୁ ମୁକ୍ତି ଦେବ ଜାମୁ କୋଳି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)