1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କ୍ୟାନସର,ଡାଇବେଟିସ ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଏହି ଫଳ...

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ଆଜି ଆମେ ଆପମଙ୍କୁ ଏମିତି କିଛି ଫଳ ବିଷୟରେ କହିବୁ ଯାହା ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ । ଯାହା ଡାଇବେଟିସ ଭଳି ବହୁ ସାଙ୍ଘାତିକ ରୋଗରୁ ମଧ୍ୟ ରକ୍ଷା କରିବ ।

Sudesna Nayak
Sudesna Nayak
eat this summer fruits it will boost immunity and blood sugar will decrease

eat this summer fruits it will boost immunity and blood sugar will decrease

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ଆଜି ଆମେ ଆପମଙ୍କୁ ଏମିତି କିଛି ଫଳ ବିଷୟରେ କହିବୁ ଯାହା ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ । ଯାହା ଡାଇବେଟିସ (diabetes) ଭଳି ବହୁ ସାଙ୍ଘାତିକ ରୋଗରୁ ମଧ୍ୟ ରକ୍ଷା କରିବ ।

ଗରମ ଦିନରେ ହଳଦିଆ ରଙ୍ଗର ଫଳ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । ହଳଦିଆ ରଙ୍ଗର ଫଳ ଯେମିତି ଆମ୍ବ (Mango) ,ଅମୃତଭଣ୍ଡା ,ସନ୍ତରା,ତରଭୁଜ ଏବଂ କଦଳୀ (Banana)ନିହାତି ଖାଇବା ଉଚିତ । ହଳଦିଆ ରଙ୍ଗର ଫଳ ଏବଂ ପରିବା ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ । ଚାଲନ୍ତୁ ଜାଣିବା...

ତରଭୁଜ (Watermelon)

ଅଧିକାଂଶ ଖରାଦିନିଆ ଫଳରେ ପ୍ରଚୁର ମାତ୍ରାରେ ଭିଟାମିନ ସି ମିଳିଥାଏ । ତରଭୂଜ (Watermelon)ରେ ଫାଇବରର ମାତ୍ରା ଅଧିକ ପରିମାଣରେ ରହିଥିବାରୁ ତାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଖରାଦିନେ ଏହାକୁ ଖାଇବା ଦ୍ୱାରା ଶରୀରରେ ଜଳୀୟଅଂଶ ଠିକ୍‌ ରହିଥାଏ । କିନ୍ତୁ ଏଥିରେ ଫାଇବର ଏବଂ ପାଣିର ମାତ୍ରା ଅଧିକ ଥିବାରୁ କିଡ୍‌ନୀ ସମସ୍ୟା ଥିବା ଲୋକ, ସାଇନସ ରୋଗୀଙ୍କ ପାଇଁ ହାନିକାରକ ହୋଇଥାଏ । ତରଭୂଜ (Watermelon) ଶରୀରକୁ ଥଣ୍ଡା କରୁଥିବାରୁ ଆସ୍ଥମା ରୋଗୀଙ୍କୁ ଏହାଠାରୁ ଦୂରରେ ରହିବା ଅତ୍ୟନ୍ତ ଜରୁରୀ ।

ଆମ୍ବ (Mango)

ଖରାଦିନ ଆସିବା କ୍ଷଣି ଲୋକେ ଆମ୍ବ (Mango) ଖୋଜିଥାନ୍ତି । ଆମ୍ବରେ ପ୍ରଚୁର ଭିଟାମିନ ସି ରହଥିବାରୁ ଏହା ଆଖି, ଚର୍ମ ଉପରେ ସୁପ୍ରଭାବ ପକାଇବା ସହ କୋଲେଷ୍ଟ୍ରଲ ନିୟନ୍ତ୍ରଣ, ହଜମ ଶକ୍ତି ବୃଦ୍ଧି ସହ କ୍ୟାନସର ଭଳି ସାଙ୍ଘାତିକ ରୋଗରୁ ରକ୍ଷା କରିଥାଏ ।

କମଳା(Orange)

ଅନ୍ୟ ଏକ ମୁଖ୍ୟ ଖରାଦିନିଆ ଫଳ ହେଉଛି କମଳା (Orange) । କମଳା (Orange)ଖାଇଲେ ଶରୀରକୁ ଭରପୁର ଭିଟାମିନ ସି ଓ ଫାଇବର ମଧ୍ୟ ମିଳିଥାଏ । ଏହାସହିତ କମଳାରେ ପ୍ରଚୁର କ୍ୟାଲସିୟମ ରହିଥାଏ ।

କଦଳୀ(Banana)

ଖରାଦିନ ସହିତ ବର୍ଷର ପ୍ରାୟ ସବୁ ସମୟରେ ଏହି ଫଳ ମିଳିଥାଏ । କଦଳୀ (Banana)ରେ ଭିଟାମିନ ଏ, ବି, ସି, ଇ, ପୋଟାସିୟମ ରହିଛି । ଏଥିରେ ଏମିନୋଏସିଡ ସହିତ ଭିଟାମିନ ବି-6 ମଧ୍ୟ ମିଳିଥାଏ ।

ଅମୃତଭଣ୍ଡା (Papaya)

ଗରମ ଦିନେ ପ୍ରଚୁର ମିଳୁଥିବା ଅନ୍ୟଏକ ଫଳ ହେଉଛି ଅମୃତଭଣ୍ଡା (Papaya) । ଅମୃତଭଣ୍ଡାରେ ଭିଟାମିନ ସି ଓ ଭିଟାମିନ ଏ ରହିଥାଏ । ତେଣୁ ଖରାଦିନେ ଅମୃତଭଣ୍ଡା (Papaya) ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ହୋଇଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଫଳ ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ହିଁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ଜରୁରୀ ନିଅନ୍ତୁ ।

ଡାଇବେଟିସକୁ ମୂଳରୁ ଶେଷ କରିଦେବ ଏହାର ଗୋଟିଏ ପତ୍ର, ଜାଣନ୍ତୁ...

ସାବଧାନ! ସକାଳେ ଉଠିବା ପରେ କରନ୍ତୁନି ଏହି ୭ଟି କାମ, ନଚେତ୍ ଭୋଗିବେ ଶାରୀରିକ ସମସ୍ୟା,ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments