
eating carrots in the winter is very beneficial for the body
ଭାରତରେ ଅଧିକାଂଶ ଲୋକ ଗାଜର ଖାଇବାକୁ ପସନ୍ଦ କରିଥାନ୍ତି । ଗାଜର ଏମିତି ଏକ ପରିବା ଯାହାକୁପ୍ରତି ଖାଦ୍ୟରେ ସାମିଲ କରାଯାଇପାରିବ । ଏହାକୁ ତରକାରୀ ସହ ସାଲାଡ, ଜୁସ ଓ ସୁପରେ ମଧ୍ୟ ବ୍ୟବହାର କରାଯାଏ । ଏଥିପାଇଁ ଗାଜର ଅଧିକାଂଶ ଭାରତୀୟଙ୍କ ପ୍ରଥମ ପସନ୍ଦ ।

eating carrots in the winter
କେବଳ ଗାଜର ଖାଇବାକୁ ସ୍ୱାଦିଷ୍ଟ ତାହା ନୁହେଁ ବରଂ ଏହା ଭିତରେ ଭରି ରହିଛି ବିଭିନ୍ନ ଔଷଧୀୟ ଗୁଣ । ଏଥିରେ ପ୍ରବଳ ମାତ୍ରାରେ ପୋଟାସିୟମ, ଭିଟାମିନ-ଏ, ଭିଟାମିନ-ଇ ଭଳି ପୋଷକ ତତ୍ତ୍ୱ ପ୍ରବଳ ମାତ୍ରାରେ ଭରି ରହିଥାଏ । ଏହି ପୋଷକ ତତ୍ତ୍ୱ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ ।
ତେବେ ଗାଜରରେ ଥିବା କିଛି ଔଷଧୀୟ ଗୁଣ ବିଷୟରେ ଆସନ୍ତୁ ଜାଣିବା ।
ଗାଜର ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ୍ ମାତ୍ରା ବୃଦ୍ଧି ହୋଇଥାଏ। ହାଡ଼ ରୋଗ ଥିଲେ ଗାଜର ଖାଇବା ଦ୍ୱାରା ଭଲ ହୋଇଥାଏ । ଗାଜର ବିଭିନ୍ନ ରୋଗରୁ ଶରୀରକୁ ରକ୍ଷା ମଧ୍ୟ କରିଥାଏ । ଗାଜର ଖାଇବା ଦ୍ୱାରା ସ୍ତନ କର୍କଟରୁ ମୁକ୍ତି ମିଳିଥାଏ। ଗାଜରରେ ବିଟା କେରାଟିନ୍ ରହିଥିବାରୁ ଏହାକୁ ଖାଇବା ଦ୍ୱାରା ପ୍ରଭାବ ଆଖି ଉପରେ ମଧ୍ୟ ପଡିଥାଏ । ଗାଜରରେ ଥିବା ଭିଟାମିନ-ଏ ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।
କଞ୍ଚା ଗାଜର ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ପୋଲିଓ ପାଇଁ ପ୍ରାକୃତିକ ଔଷଧ। ଏହାର ସେବନ ଲ୍ୟୁକୋମିଆ ଏବଂ ପେଟ କ୍ୟାନସର ପାଇଁ ଲାଭଦାୟକ ଅଟେ। ଏହାର ସେବନ ଦ୍ବାରା କୋଷ ଏବଂ ଧମନୀକୁ ଜୀବନ ମିଳିଥାଏ।
ସବୁଦିନ ଗାଜର ଖାଇବା ଦ୍ୱାରା ଏହା ହୃଦୟକୁ ସୁସ୍ଥ ରଖିବା ସହ ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଗାଜର ଖାଇବା ଦ୍ୱାରା ଶରୀରର ଶକ୍ତି ବୃଦ୍ଧି ପାଇଥାଏ । ଏହା ତ୍ୱଚାକୁ ସତେଜ ଓ ଉଜ୍ଜଳତା ମଧ୍ୟ କରିଥାଏ ।
ଗାଜର କେବଳ ପାଟି ସୁଆଦିଆ ପରିବା ନୁହେଁ ଏହା ଶରୀରକୁ ଫିଟ ରଖିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ । ଗାଜର ଖାଇବା ଦ୍ୱାରା ଶରୀରର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।
ଯଦି ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା କମ୍ ତେବେ ଆପଣଙ୍କୁ ଗାଜର ଖାଇବା ଉଚିତ୍ ।
ଶୀତ ସମୟରେ ଗାଜର ଜୁସ ପିଇବା ଦ୍ୱାରା ଆପଣଙ୍କ ଶରୀର ଗରମ ରୁହେ ।
Share your comments