1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ କରେ ଅମୃତଭଣ୍ଡା,ଏହାର ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ...

Sudesna Nayak
Sudesna Nayak
Eating papaya will never cause arthritis disease

Eating papaya will never cause arthritis disease

ଅମୃତଭଣ୍ଡା (Papaya)କେବଳ ଖାଇବାକୁ ସ୍ୱାଦିଷ୍ଟ ଲାଗେନାହିଁ । ଏଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ମଧ୍ୟ ରହିଛି । ଏହା ପାଚନ ତନ୍ତ୍ରକୁ ମଜବୁତ ରଖିବା ସହ ଓଜନ କମାଇବା ପାଇଁ ସାହାଯ୍ୟ କରିଥାଏ ।

ପାଚିଲା ଅମୃତଭଣ୍ଡାକୁ ଆପଣ ଜୁସ୍‌ କରି ପିଇପାରିବେ କିମ୍ୱା କଞ୍ଚା ଅମୃତଭଣ୍ଡାରେ ତରକାରୀ କରି ମଧ୍ୟ ଖାଇପାରିବେ । ଫଳ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର । କୁହାଯାଏ ଯେ ସକାଳୁ ଖାଲି ପେଟରେ ଅମୃତଭଣ୍ଡା ସେବନ କରିବା ଉଚିତ । ଏହାଦ୍ୱାରା ପାଚନ ପ୍ରକ୍ରିୟା ମଜବୁତ ହେବାସହ ଅନ୍ୟ ସ୍ୱାସ୍ଥ୍ୟଗତ ଲାଭ ମଧ୍ୟ ରହିଛି ।

ପ୍ରାଚୀନ କାଳରେ ଲୋକମାନେ ଅମୃତଭଣ୍ଡାକୁ ଘରୋଇ ଉପଚାର ଭାବରେ ବ୍ୟବହାର କରୁଥିଲେ । ଭାରତ ବ୍ୟତୀତ ମାଲେସିଆ ଓ ଥାଇଲାଣ୍ଡରେ ପ୍ରଚୁର ମାତ୍ରାରେ ଅମୃତଭଣ୍ଡା (Papaya) ଚାଷ କରାଯାଇଥାଏ ।

ତାହେଲେ ଚାଲନ୍ତୁ ଜାଣିବା ଅମୃତଭଣ୍ଡା ଖାଇଲେ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ...

ଅମୃତଭଣ୍ଡା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ । ପ୍ରତିଦିନ ଅମୃତଭଣ୍ଡା ଖାଇଲେ ପେଟ ସଫା ରହିଥାଏ ଏବଂ ଆଖି ସୁସ୍ଥ ରହିଥାଏ ।

ଅମୃତଭଣ୍ଡା (Papaya)ଶରୀରରେ ଜଳୀୟଅଂଶକୁ ଠିକ୍‌ ରଖିଥାଏ । ଏକ ରିପୋର୍ଟ ଅନୁସାରେ ୧୦୦ ଗ୍ରାମ ଅମୃତଭଣ୍ଡା ଖାଇଲେ ଆପଣମାନଙ୍କ ଶରୀରକୁ ୪୩ ଗ୍ରାମ୍‌ କ୍ୟାଲୋରୀ ମିଳିଥାଏ ।

ଅମୃତଭଣ୍ଡା ରୋଗ ପ୍ରତିରୋଧକ କ୍ଷମତାକୁ ବହୁ ଦିନ ଯାଏଁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ନିଜ ଆହାରରେ ଅମୃତଭଣ୍ଡା ନିଶ୍ଚୟ ସାମିଲ କରିବା ଉଚିତ।

ଅମୃତଭଣ୍ଡାରେ ଫାଇବର୍‌, ପୋଟାସିୟମ୍‌, ଭିଟାମିନ୍‌ ରହିଛି । ଯାହାକୁ ଖାଇବା ଦ୍ୱାରା ହାର୍ଟ ଜନିତ ସମସ୍ୟା ଦୂର ହୋଇଥାଏ । ଏଥିପାଇଁ ହାର୍ଟରୋଗୀମାନଙ୍କୁ ଅମୃତଭଣ୍ଡା ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି ।

ଅମୃତଭଣ୍ଡାରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ କମ କରିଥାଏ । ତେଣୁ ବୟସ୍କ ବ୍ୟକ୍ତି ପ୍ରତିଦିନ ଅମୃତଭଣ୍ଡା ଖାଇବା ଅଭ୍ୟାସ କରନ୍ତୁ । ବହୁତ ଲାଭ ମିଳିବ ।

ମୁହଁ ଫାଟୁଥିଲେ ଉକ୍ତ ସ୍ଥାନରେ ପାଚିଲା ଅମୃତଭଣ୍ଡା ଲାଗାଇ ୫ ମିନିଟ ପରେ ଥଣ୍ଡା ପାଣିରେ ଧୋଇ ଦେଲେ ଉପଶମ ମିଳିଥାଏ । ଏଥିରେ ଥିବା ଏଏଚଏ(ଆଲ୍ଫା ହାଇଡ୍ରୋଅକ୍ସୀ ଏସିଡ୍) ଡ୍ରାଏ ସ୍କିନକୁ ସଜାଡିବାରେ ସହାୟକ ହୋଇଥାଏ । ଡ୍ରାଏ ସ୍କିନର ଉପଚାର କରିବାକୁ ହେଲେ ଅମୃତଭଣ୍ଡାର କିଛି କଟା ଖଣ୍ଡ, ଦୁଗ୍ଧ କ୍ରିମ୍ କିମ୍ବା ମଲାଇକୁ ମିଶାଇ ବ୍ୟବହାର କଲେ ଉପକାର ମିଳେ ।

ଗର୍ଭବତୀ ମହିଳାଙ୍କୁ ଅମୃତଭଣ୍ଡା ଖାଇବାକୁ ବାରଣ କରାଯାଇଥାଏ । ବିଶେଷକରି କଞ୍ଚା ଅମୃତଭଣ୍ଡା । କାରଣ ଏହାଦ୍ୱାରା ଗର୍ଭପାତ ହେବାର ଆଶଙ୍କା ଥାଏ । କଞ୍ଚା ଅମୃତଭଣ୍ଡାରେ ପ୍ରଚୁର ମାତ୍ରାରେ ଲେଟେକ୍ସ ରହିଛି ଯାହା ଗର୍ଭାଶୟକୁ ସଙ୍କୁଚନ କରିଥାଏ । ସେଥିପାଇଁ ଗର୍ଭବତୀ ମହିଳା ଅମୃତଭଣ୍ଡା ଖାଇବା ଅନୁଚିତ ।

ଯେଉଁ ବ୍ୟକ୍ତିମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି, ସେମାନେ ଅମୃତଭଣ୍ଡା ନିଶ୍ଚିନ୍ତ ଖାଆନ୍ତୁ । ଏଥିରେ ଥିବା ପୋଟାସିୟମ୍‌ ରକ୍ତଚାପକୁ ଠିକ୍‌ ରଖିବା ପାଇଁ ବହୁତ ସାହାଯ୍ୟ କରିଥାଏ ।

ଓମିକ୍ରନରୁ ବଞ୍ଚିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ,ଜାଣନ୍ତୁ...

Omicron: ପେଟ ସହ ଜଡ଼ିତ ସମସ୍ୟା ଓମିକ୍ରନର ଏହି ଲକ୍ଷଣ ; ହୋଇଯାଆନ୍ତୁ ସାବଧାନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News