1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଅଣ୍ଡା ବଢ଼ାଇଥାଏ କି କୋଲେଷ୍ଟ୍ରୋଲ ?

ଅଣ୍ଡା ଏକ ଅଧିକ ଗରମ ଖାଦ୍ୟ ଜିନିଷ । ଏହାକୁ ପ୍ରତିଦିନ ଖାଇବା ଉଚିତ l ତେବେ ଏହା ଗରମ ହୋଇଥିବାରୁ ଖରା ଦିନେ ଅଧିକ ଅଣ୍ଡା ଖାଇବାକୁ ମନା । ଏହାକୁ ନେଇ ସମସ୍ତ ହେଲଥ ଏକ୍ସପର୍ଟମାନେ ଖରାପ ଏବଂ ଭଲ ଗୁଣ କହିଥାନ୍ତି ।

Tanushree Mahapatra
Tanushree Mahapatra
Egg benefits and side effects,  image source - pexels.com

Egg benefits and side effects, image source - pexels.com

ଅଣ୍ଡା ଏକ ଅଧିକ ଗରମ ଖାଦ୍ୟ ଜିନିଷ । ଏହାକୁ ପ୍ରତିଦିନ ଖାଇବା ଉଚିତ l ତେବେ ଏହା ଗରମ ହୋଇଥିବାରୁ ଖରା ଦିନେ ଅଧିକ ଅଣ୍ଡା ଖାଇବାକୁ ମନା । ଏହାକୁ ନେଇ ସମସ୍ତ ହେଲଥ ଏକ୍ସପର୍ଟମାନେ ଖରାପ ଏବଂ ଭଲ ଗୁଣ କହିଥାନ୍ତି । ଅଧିକ ଅଣ୍ଡା ଖାଇବା ଦ୍ୱାରା କ୍ୟାନ୍ସର ହେବାର ସମ୍ଭାବନା ଥାଏ ବୋଲି ଚର୍ଚ୍ଚା ହୋଇଥାଏ । 

ତେବେ ହାଇ କୋଲେଷ୍ଟ୍ରୋଲ ହାର୍ଟ ଆଟାକର ଗୋଟେ କାରଣ ବୋଲି କୁହାଯାଇଥାଏ । ଅଣ୍ଡାରେ ଥିବା ପ୍ରୋଟିନର ମାତ୍ରା ଏବଂ ଫ୍ୟାଟ ଇତ୍ୟାଦି କୋଲେଷ୍ଟ୍ରୋଲକୁ ବଢ଼ାଇଥାଏ ବୋଲି କୁହା ଯାଏ । ଯାହା ହାର୍ଟ ପାଇଁ କ୍ଷତିକାରକ ସାଜିଥାଏ । ତେଣୁ ଅଧିକ ଅଣ୍ଡା ଖାଇବା ଦ୍ୱାରା ଏହି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥାଏ ।

ସେହିପରି ଡାଇବେଟିସ ରୋଗୀ ଅଣ୍ଡା ଖାଇ ପାରିବେ ନା ନାହିଁ ଏହାକୁ ନେଇ ଚର୍ଚ୍ଚା ହୁଏ । ବେଳେବେଳେ କିଛି ଡାକ୍ତର ଅଣ୍ଡା ନ ଖାଇବାକୁ ପରାମର୍ଶ ଦେଇଥାନ୍ତି । ଅଣ୍ଡା ଅଧିକ ଖାଇବା ଶରୀର ପାଇଁ ଠିକ ନୁହେଁ । କିଛି ଲୋକ କୁହନ୍ତି ଅଣ୍ଡା ଖାଇବା ଦ୍ବାରା ଶରୀର ମୋଟାପଣ ବଢ଼େ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ।ଅଣ୍ଡା ଖାଇବା ସମୟରେ ତାହାର କେସର ନ ଖାଇ ଧଳା ଅଂଶଟି ଖାଇଲେ ଦେହ ପାଇଁ ତାହା ଭଲ ହୋଇଥାଏ । ଏହା ଖାଇବା ଦ୍ବାରା ଅଧିକ ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ହୋଇ ରହେ ଏବଂ ଭୋକ କମ୍ ହୋଇଥାଏ ।

ତେବେ ଅଣ୍ଡାରେ ରହିଛି ଅନେକ ପ୍ରକାର ପୋଷାକ ତତ୍ତ୍ୱ l ସେହିଭଳି କଞ୍ଚା ଅଣ୍ଡାରେ ଭିଟାମିନ୍‌ ଭରପୂର ମାତ୍ରାରେ ରହିଛି । ଅଣ୍ଡାରେ ବିଶେଷକରି ଭିଟାମିନ୍‌ ବି-୧୨ ଅଧିକ ରହିଥାଏ । ପ୍ରତିଦିନ କଞ୍ଚା ଅଣ୍ଡା ଖାଇବା ଦ୍ୱାରା ଏନିମିଆ ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ । ଆଉ ଏହା ଖାଇବା ଦ୍ୱାରା ମସ୍ତିଷ୍କ ମଧ୍ୟ ତୀକ୍ଷ୍‌ଣ ହୋଇଥାଏ । ଅଣ୍ଡାର ହଳଦିଆ ଅଂଶରେ ବାୟୋଟିନ୍‌ ଅଧିକ ପରିମାଣରେ ରହିଥାଏ, ଯାହାକି କେଶ ଏବଂ ତ୍ୱଚାକୁ ସୁନ୍ଦର ଓ ମଜଭୁତ୍‌ କରିବାରେ ସାହାଯ୍ୟ କରିଥାଏ । ସେହିପରି ଅଣ୍ଡାର ହଳଦିଆ ଅଂଶକୁ କେଶରେ ଲଗାଇବା ଦ୍ୱାରା କେଶ କୋମଳ ଏବଂ ମୁଲାୟମ ରହିଥାଏ ମହିଳାଙ୍କର । ସେହିପରି ଅଣ୍ଡାରେ ଆଣ୍ଟି-ଅକ୍ସିଡେଣ୍ଟ୍‌ ମଧ୍ୟ ଭରପୂର ମାତ୍ରାରେ ଥାଏ । ଏହାସହ ଶରୀର ପାଇଁ ଆବଶ୍ୟକ ହେଉଥିବା ଅମିନୋ ଏସିଡ୍‌ ମିଳିଥାଏ । 

ଏହାଦ୍ୱାରା ଶରୀରର ମାଂସପେଶୀକୁ ଶକ୍ତି ମିଳିଥାଏ। କଞ୍ଚା ଅଣ୍ଡା ଖାଇବା ସିଝା ଅଣ୍ଡା ତୁଳନାରେ କମ୍‌ ସଂକ୍ରମିତ ହୋଇଥାଏ । ତେବେ ଆମେ ଅଣ୍ଡା ସିଝାଇବା ସମୟରେ ଅଣ୍ଡାରେ ମହଜୁଦ୍‌ ଥିବା ପ୍ରୋଟିନ୍‌ର ମୂଳ ଅଂଶ ବଦଳିଯାଇଥାଏ, ଯାହାଦ୍ୱାରା ସଂକ୍ରମଣର ଆଶଙ୍କା ଆହୁରି ବଢ଼ିଯାଇଥାଏ ଶରୀର ପାଇଁ । ଗୋଟିଏ ଅଣ୍ଡାରେ ପ୍ରାୟ ୧୮୬ ମିଲିଗ୍ରାମ ପରିମାଣର କୋଲେଷ୍ଟୋରାଲ ରହିଥାଏ । ତେବେ ବୈଜ୍ଞାନିକଙ୍କ ମତରେ ପ୍ରାୟ ୭୦ ପ୍ରତିଶତ ଲୋକ ଅଣ୍ଡା ଖାଇବା ଦ୍ୱାରା ସେମାନଙ୍କ ଶରୀରରେ କଲୋଷ୍ଟୋରାଲର ମାତ୍ରା ବୃଦ୍ଧି ହୋଇ ନଥାଏ। 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments