
fenugreek leaves help in curing many diseases know benefits
ସାଧାରଣତ ମେଥି ପତ୍ର ସବୁବେଳେ ସବୁଜ ଓ ପନିପରିବା ଭାବରେ ଖିଆଯାଏ । କେହି କେହି ଏହାର ପରଠା ଖାଇବାକୁ ବେଶ୍ ପସନ୍ଦ କରନ୍ତି ତ କେହି କେହି ଏହାକୁ ମସୁର ଡାଲିରେ ମିଶାଇ ଏହାର ସ୍ୱାଦକୁ ଉପଭୋଗ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ମେଥି ଶାଗ ଏବଂ ଏହାର ମଞ୍ଜିକୁ ଔଷଧ ଭାବରେ ବ୍ୟବହାର କରାଯାଇଥାଏ । ମଧୁମେହ ଓ ହୃଦରୋଗ ଜନିତ ସମସ୍ୟା ଥିବା ରୋଗୀମାନଙ୍କ ପାଇଁ ମେଥି ପତ୍ର ବେଶ ଲାଭଦାୟକ ହୋଇଥାଏ ।
ମେଥିରେ ଆଇରନ, ସେଲେନିୟମ୍, କ୍ୟାଲସିୟମ୍, ମାଙ୍ଗାନିଜ୍, ମିନେରାଲ୍ସ ଓ ଜିଙ୍କ ପରି ପୋଷକ ତତ୍ତ୍ୱ ରହିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।
କେଉଁ ରୋଗ ପାଇଁ ମେଥି ପତ୍ର ଉପକାରୀ ତାହା ଚାଲନ୍ତୁ ଜାଣିବା...
ହୃଦରୋଗ ଜନିତ ସମସ୍ୟା ଥିବା ରୋଗୀମାନଙ୍କ ପାଇଁ ମେଥି ପତ୍ର ବେଶ ଲାଭଦାୟକ ହୋଇଥାଏ । ମେଥି ଶାଗ ଆୟୁର୍ବେଦ ଔଷଧ ଭଳି କାମ କରେ ।
ମେଥି ଶାଗ ବିଶେଷ କରି ପେଟ ସମ୍ବନ୍ଧିତ ବିଭିନ୍ନ ସମସ୍ୟାକୁ ଦୂର କରିଥାଏ । ଗ୍ୟାସ୍ଷ୍ଟ୍ରିକ୍ରୁ ପେଟ ସମ୍ବନ୍ଧିତ ଯେତେ ସବୁ ଯନ୍ତ୍ରଣା ହୋଇଥାଏ ତାକୁ ମେଥି ଶାଗ ଦୂର କରିଥାଏ । ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖେ । ତେଣୁ ଆପଣମାନେ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ମେଥି ଶାଗକୁ ସାମିଲ୍ କରିବା ଉଚିତ ।
ମେଥି ରକ୍ତରେ ଶର୍କରା ଭାଗକୁ ବି ନିୟନ୍ତ୍ରଣରେ ରଖେ । ଏହା ଏକ ଆଣ୍ଟି-ବାୟୋଟିକ୍ ଉପାଦାନ ପରି କାମ କରିଥାଏ । ଏହା ବିଶେଷ କରି ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ଔଷଧ ପରି କାମ କରେ । ଏହା ବ୍ୟତୀତ ତ୍ୱଚା, କେଶ, ଅଣ୍ଟା ବିନ୍ଧା, ମୁଣ୍ଡବିନ୍ଧା, କୋଲେଷ୍ଟ୍ରଲ୍, ଉଚ୍ଚ ରକ୍ତଚାପ, ମଧୁମେହ ଆଦି ରୋଗର ନିରାକରଣ ହୋଇଥାଏ । ଯଦି ସବୁବେଳେ ମେଥି ପ୍ରୟୋଗ କରିପାରୁନାହାନ୍ତି ତେବେ ମେଥି ଶାଗ ଖାଇ ଏସବୁ ସମସ୍ୟାକୁ ଦୂରେଇ ଦେଇ ପାରିବେ ।
ପ୍ରସବ ପରେ ମହିଳାମାନଙ୍କୁ ମେଥି ଶାଗ ଖାଇବା ପାଇଁ ଡାକ୍ତରମାନ ପରାମର୍ଶ ଦେଇଥାନ୍ତି । ମା କ୍ଷୀର ପାଇଁ ମେଥି ଶାଗ ଏକ ଭଲ ଖାଦ୍ୟ ହୋଇଥାଏ ।
ମେଥି ପତ୍ରରେ ଫାଇଭର ସହ ଆଣ୍ଟିଅକ୍ସିଡେଣ୍ଟର ମଧ୍ୟ ରହିଛି । ଏହା ଆମ ଶରୀରରେ ପାଚନକ୍ରିୟାକୁ ଶକ୍ତିଶାଳୀ କରିବା ସହ ହଜମ ଶକ୍ତି ବଢ଼ାଇଥାଏ। ଯେଉଁମାନଙ୍କ ପେଟ ଜନିତ ସମସ୍ୟା ରହିଛି, ସେମାନେ ନିଜ ନିତିଦିନିଆ ଖାଦ୍ୟରେ ମେଥି ଶାଗକୁ ସାମିଲ କରିପାରିବେ। କେବଳ ଏତିକି ନୁହେଁ ମେଥି ଶାଗ ଖାଇବା ଦ୍ୱାରା ଅନ୍ତନଳୀ ଫୁଲିବା, ପେଟ ଫୁଲିବା ଭଳି ସମସ୍ୟାରୁ ମଧ୍ଯ ମୁକ୍ତି ମିଳିଥାଏ ।
ପ୍ରକାସ ଥାଉ ଯେ, ଶୀତ ଋତୁରେ ମେଥିଶାଗ ଆପଣମାନଙ୍କ ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ମେଥି ଏକ ପ୍ରକାରର ସ୍ୱାଦିଷ୍ଟ ଶାଗ ଅଟେ ଓ ଏହାକୁ ସେବନ କରିବା ଦ୍ୱାରା ଓଜନ କମିବାରେ ସାହାଯ୍ୟ ମିଳେ ।
Immunity Booster Foods: ଓମିକ୍ରନରୁ ବଞ୍ଚିବା ପାଇଁ ଖାଆନ୍ତୁ ଏହି ୮ ପ୍ରକାରର ଖାଦ୍ୟ
Share your comments