1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସୁଗାରଫ୍ରୀ ଯୋଗୁଁ ହେଉଛି ହୃଦଘାତ !

ହାର୍ଟ ଆଟାକ୍ (heart attack) କେବଳ ବଡ ଲୋକଙ୍କଠାରେ ଦେଖାଦିଏ ବୋଲି ଅନେକ ଲୋକଙ୍କର ଧାରଣା ରହିଛି । ଏହି ରୋଗ ଛୋଟ ଛୁଆଙ୍କ ଠାରେ ବି ଦେଖାଦେଇ ପାରେ । ଏହାସହିତ ଆମ ଦେଶରେ ଛୋଟ ଛୁଆଙ୍କୁ ହୃଦରୋଗ ହେବାର ସମ୍ଭାବନା ଅଧିକ ରହିଛି ।

Tanushree Mahapatra
Tanushree Mahapatra
For sugar free heart, image source - pexels.com

For sugar free heart, image source - pexels.com

ହାର୍ଟ ଆଟାକ୍ (heart attack) କେବଳ ବଡ ଲୋକଙ୍କଠାରେ ଦେଖାଦିଏ ବୋଲି ଅନେକ ଲୋକଙ୍କର ଧାରଣା ରହିଛି । ଏହି ରୋଗ ଛୋଟ ଛୁଆଙ୍କ ଠାରେ ବି ଦେଖାଦେଇ ପାରେ  l ଏହାସହିତ ଆମ ଦେଶରେ ଛୋଟ ଛୁଆଙ୍କୁ ହୃଦରୋଗ ହେବାର ସମ୍ଭାବନା ଅଧିକ ରହିଛି । ଜାଣିଛନ୍ତି କି, ଭାରତରେ ହୃଦ୍‌ରୋଗ (heart disease symptoms) ବଢ଼ିବାରେ ଲାଗିଛି ।

ଏପର୍ଯ୍ୟନ୍ତ ଧାରଣା ଥିଲା, ଧମନୀଗୁଡ଼ିକର ପରିଧି କମ୍‌ ହେବା ଯୋଗୁ ଲୋକେ କୋରୋନାରୀ ଆର୍ଟରୀ ଡିଜିଜ୍‌(ଏକ ହୃଦ୍‌ରୋଗ) ର ଶିକାର ହୁଅନ୍ତି । କିନ୍ତୁ ଏକ ରିପୋର୍ଟ ଏହାକୁ ଖଣ୍ଡନ କରିଛି ।ରିସର୍ଚ୍ଚ ଅନୁସାରେ, ବ୍ୟକ୍ତି ଶରୀରର ପୃଷ୍ଠ କ୍ଷେତ୍ରଫଳ କମ୍‌ ହେବା ଯୋଗୁ ଏହା ହୋଇଥାଏ। କୋରୋନାରୀ ଆର୍ଟରୀ ଡିଜିଜ୍‌ (ସିଏଡି) ଏଭଳି ଏକ ହୃଦ୍‌ରୋଗ, ଯେଉଁଥିରେ ହୃତ୍‌ପିଣ୍ଡର ଆବଶ୍ୟକ ଧମନୀ ଅଚଳ ହୋଇଯାଏ । ଏହାର ସାଧାରଣ କାରଣ ଧମନୀରେ ଚର୍ବି ଜମିବା । ଏହା ଦ୍ୱାରା ରକ୍ତ ପ୍ରବାହ ହ୍ରାସପାଏ, ଯାହା ଛାତିରେ ଯନ୍ତ୍ରଣାଠୁ ଆରମ୍ଭ କରି ହୃଦ୍‌ଘାତ (heart disease symptoms) ର କାରଣ ହୋଇପାରେ ।

ବେଳେବେଳେ ଛାତିରେ ଯନ୍ତ୍ରଣା ହେଲେ ସାଧାରଣତଃ ଲୋକମାନେ ପେଟରେ ଗ୍ୟାସ୍ କିମ୍ବା ହୃଦଘାତ ହୋଇଥିବା  ଆଶଙ୍କା ପ୍ରକଟ କରି ଚିନ୍ତା ପ୍ରକଟ କରିଥାନ୍ତି ।କିନ୍ତୁ ଏହା ଜରୁରୀ ନୁହେଁ କେବଳ ହୃତଘାତର ସଙ୍କେତ ହୋଇଥିବା l କାରଣ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଅନ୍ୟ ରୋଗର ଲକ୍ଷଣ ହୋଇପାରେ । ଏପରି ପରିସ୍ଥିତିରେ ଯନ୍ତ୍ରଣା ହେଲେ ତୁରନ୍ତ ଡାକ୍ତରଙ୍କୁ ପ୍ରଥମେ ଦେଖେଇବା ଉଚିତ୍ । 

ତେବେ ଜାଣିଛନ୍ତି କି , ସୁଗାର ଫ୍ରୀ ଆପଣ ବ୍ୟବହାର କରୁଥିବା ଆର୍ଟିଫିସିଆଲ୍‌ ସ୍ୱିଟନର୍‌ ଇରିଥ୍ରୀଟୋଲ୍‌, ଆସ୍ପାର୍ଟାମେ ଯୋଗୁଁ ହେଉଛି ଅଧିକ ହୃଦଘାତ ପରି ସମସ୍ୟା ।ଶରୀରରେ ଶର୍କରା ପରିମାଣ ଅଧିକ ହେବା ଯୋଗୁଁ ଏହାକୁ ଚିନିର ବିକଳ୍ପ ଭାବେ ବ୍ୟବହାର କରାଯାଉଛି । ଲୋ - କ୍ୟାଲୋରୀ ଏବଂ ସୁଗାରର ବିକଳ୍ପ ଭାବେ ଅନେକ ଲୋକ ଏହାକୁ ବ୍ୟବହାର କରୁଛନ୍ତି । ମଧୁମେହ ସହ ସ୍ୱାସ୍ଥ୍ୟ ପ୍ରତି ସଯାଗ ରହିଥିବା ବ୍ୟକ୍ତି ମଧ୍ୟ ଏହାକୁ ବ୍ୟବହାର କରିଥାନ୍ତି । ଷ୍ଟେଭିଆ ପରି ଉତ୍ପାଦରେ ଏହାକୁ ବ୍ୟବହାର କରାଯାଏ । 

ଏକ ସୁସ୍ଥ ମଣିଷ ଶରୀରରେ ଏହା ପ୍ରାକୃତିକ ଭାବେ ମିଳିନଥାଏ  । ମାତ୍ର ଏହା ବିଭିନ୍ନ ଗଛ ତଥା ଫଳରେ ମହଜୁଦ୍ ଥାଏ । ଏହାକୁ ସଂଗ୍ରହ କରି ଚିନିର ବିକଳ୍ପଭାବେ ବିଭିନ୍ନ କମ୍ପାନୀ ବ୍ୟବହାର କରନ୍ତି ଯାହାକୁ ଲୋକେ ବ୍ୟବହାର କରୁଛନ୍ତି । ଏହାକୁ କମ୍ପାନୀ ମଧ୍ୟ କୃତ୍ରିମ ଚିନି ଭାବେ ବିକ୍ରି କରିଥାଆନ୍ତି ।

ମାତ୍ର ଏହାର ଅଧିକ ବ୍ୟବହାର ଯୋଗୁଁ ହୃଦଘାତର ଆଶଙ୍କା ବଢୁଛି । କେବଳ ସେତିକି ନୁହେଁ ଅନେକଙ୍କୁ ହୃଦଘାତ ହେଉଛି ଏହି କାରଣରୁ l ପ୍ରତିଦିନ ଏହାକୁ ଚା ସହିତ ଅନ୍ୟ ଖାଦ୍ୟରେ ଅଧିକ ବ୍ୟବହାର କଲେ ଶରୀରରେ ଅନେକ ସମସ୍ୟା ଦେଖାଦେବା l ଏକ ଗବେଷଣା ଅନୁଯାୟୀ ଏହାର ଅଧିକ  ବ୍ୟବହାର କଲେ ହୃଦଘାତ ହେଉଥିବା ଜଣା ପଡିଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments